www.samajalive.in
Friday, December 12, 2025
14.1 C
Bhubaneswar

ନିଖିଳ ଓଡିଶା ଜୀବିକା ମିଶନ ଇସି ସଙ୍ଘ ପକ୍ଷରୁ ବାଲିଆପାଳ ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ବାଲିଆପାଳ: ନିଖିଳ ଓଡିଶା ଜୀବିକା ମିଶନ ଇସି ସଂଘ ଆହ୍ଵାନରେ ଆଜି ବାଲିଆପାଳ ବ୍ଲକ ସମ୍ମୁଖରେ ଶକ୍ତିଶାଳୀ ବିକ୍ଷୋଭ ପ୍ରଦର୍ଶନ ସହ ଓଡିଶା ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ଯରେ ୭ ଦଫା ଦାବି ପତ୍ର ଉପସ୍ଥାପନ କରି ଯାଇଛି। ଏହି ବିକ୍ଷୋଭରେ ବାଲିଆପାଳ ବ୍ଲକର ୨୮ଟି ପଞ୍ଚାୟତର ସମସ୍ତ ଜିପିଏଲଏଫରଇସି ମେମ୍ବର ମାନେ ଯୋଗଦେଇ ଥିଲେ। ଜୀବିକା ମିଶନ ଇସିମାନେ ଗତ ୧୮ ବର୍ଷ ଧରି ବିନା ଭତ୍ତାରେ କାର୍ଯ୍ୟ କରିଥିବା ବେଳେ ୨୦୧୯ ରୁ ଭତ୍ତା ପ୍ରତିଶୃତି ଓ ୨୦୨୨ ରେ ସରକାର ଭତ୍ତା ପ୍ରଦାନ ଆରମ୍ଭ କଲେ।

ଗତ ୧୮ ବର୍ଷ ଧରି ବିନା ଭତ୍ତାରେ କାର୍ଯ୍ୟ କରିଥିଵା ଦାସ ଇସିମାନଙ୍କୁ ରିଷ୍ଟ୍ରକ୍ଚରିଙ୍ଗ୍ ନାମରେ ବାହାର କରିବା ବନ୍ଦ କରି ସ୍ଥାୟୀ ନିଯୁକ୍ତି ଦିଆଯାଉ, ଭାରତୀୟ ଶ୍ରମ ସମ୍ମିଳନୀର ୪୫ ଓ ୪୬ ତମ ସୁପାରିଶ ଭିତ୍ତିରେ ମିଶନ ଶକ୍ତି ଇସି ସମେତ ସମସ୍ତ ସ୍କିମ ଓ୍ଵାର୍କରଙ୍କୁ ଓ୍ଵାର୍କର ମାନ୍ଯତା ପ୍ରଦାନ, ଇସିମାନଙ୍କୁ ମାସିକ ମାନ ଦେୟ ନିକଟରେ ସରକାର ଘୋଷଣା କରିଥିଵା କୁଶଳୀ ଶ୍ରମିକ ସର୍ଵନିମ୍ନ ମଜୁରୀ ହାରରେ ମାସିକ ପାରିଶ୍ରମିକ ପ୍ରଦାନ, ଗ୍ରାମ ପଞ୍ଚାୟତକୁ ଆସୁଥିବା ୧୮ଜଣ ଇସିଙ୍କ ଏଫଟିଏକୁ ଅଧିକ ଇସିସିଙ୍କ ମଧ୍ୟରେ ଵଣ୍ଟନ କରାଯାଉ।

- Advertisement -

ଏହା ମାଧ୍ୟମରେ ଅଧା ଭତ୍ତା ପରିଵର୍ତ୍ତେ ପ୍ରତ୍ୟେକ ଇସିଙ୍କୁ ସରକାରଙ୍କ ଘୋଷିତ ହାରରେ ଏଫଟିଏ ପ୍ରଦାନ କରାଯାଉ, ସହରାଞ୍ଚଳ ଇସିଙ୍କୁ ଭତ୍ତା ପ୍ରଦାନ କରାଯାଉ, ଇସିମାନଙ୍କୁ ଵରିଷ୍ଠତା ଓ ଯୋଗ୍ଯତା ଭିତ୍ତିରେ ସିଆରପି, ଏମବିକେ, ବିପିସି ଓ ବିପିଏମ୍ ପଦଵୀକୁ ପଦୋନ୍ନତି ପ୍ରଦାନ କରାଯାଉ, ଇସିମାନଙ୍କ କାର୍ଯ୍ୟକାଳ ୬୫ ଵର୍ଷକୁ ଵୃଦ୍ଧି କରାଯାଉ। ରାଜ୍ୟର ସମମ୍ତ ସ୍କିମ ଓ୍ଵାର୍କରଙ୍କ ସାମାଜିକ ନିରାପତ୍ତା ପାଇଁ “ସ୍କିମ ଓ୍ଵାର୍କର କଲ୍ଯାଣ ବୋର୍ଡ” ଗଠନ କରି ଏହି ମଙ୍ଗଳ ବୋର୍ଡ ଜରିଆରେ ସ୍କିମ ଓ୍ଵାର୍କର ସନ୍ତାନ ଶିକ୍ଷା ବୃତ୍ତି, ଝିଅ ବାହାଘର ସହାୟତା,ଗୃହ ନିର୍ମାଣ ସହାୟତା, ସେବା ନିଵୃତ୍ତି ପରେ ମାସିକ ପେନସନ, ସେଵା ନିବୃତ୍ତି ଵେଳେ ୫ ଲକ୍ଷ ଟଙ୍କାର ଗ୍ରାଚୁଇଟି ସହାୟତା, କାର୍ଯକାଳ ମଧ୍ୟରେ କୈଣସି ସ୍କିମ ଓ୍ଵାର୍କର ମୃତ୍ୟୁ ବରଣ କଲେ ତାଙ୍କ ପରିବାର ବର୍ଗଙ୍କୁ ୫ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ ଇତ୍ୟାଦି ଦାବି ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ପୂରଣ ପାଇଁ ଆଜି ବାଲିଆପାଳ ଏବିଡିଓଙ୍କ ଜରିଆରେ ଉପସ୍ଥାପନ କରାଯାଇଛ।

ଆଜିର ଏହି ବିକ୍ଷୋଭ ପ୍ରଦର୍ଶନରେ ସଂଘର ବାଲିଆପାଳ ଵ୍ଲକ ସଭାପତି ପ୍ରଭାତୀ ସାହୁ, ସେକ୍ରେଟେରୀ ସ୍ନେହଲତା ବେହେରା ପ୍ରମୁଖ ଆହ୍ଵାନ ଦେଇଥିଲେ, ଆଜିର ଏହି ଆନ୍ଦୋଳନରେ ଅନ୍ଯମାନଙ୍କ ମଧ୍ଯରେ ସୁଶାନ୍ତୀ ବେହେରା, ବାସନ୍ତୀ ବେହେରା, ବାସନ୍ତୀ ଜେନା, ଦେବଜାନୀ ଦାସ , ଗାୟତ୍ରୀ ପାତ୍ର, ଅର୍ଣ୍ଣପୂର୍ଣ୍ଣା ସ୍ବାଇଂ , ପ୍ରମିଳା ନାୟକ ପ୍ରମୁଖ ନେତୃତ୍ଵ ନେଇଥିଲେ।

Hot this week

୧୮ ଯାଏ ଜାଡ଼

ଭୁବନେଶ୍ବର : ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ‌ବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ...

ଲୋକସଭାରେ ଇ-ସିଗାରେଟ୍ ଟାଣିଲେ ଟିଏମ୍‌ସି ସଦସ୍ୟ

ନୂଆଦିଲ୍ଲୀ : ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର କେତେକ ମହିଳା ସଦସ୍ୟ ଲୋକସଭାରେ...

ବାର୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

Related Articles

Popular Categories