www.samajalive.in
Friday, December 12, 2025
23.1 C
Bhubaneswar

ଭୁବନେଶ୍ୱର ସମେତ ୯ଟି ବିମାନବନ୍ଦରରେ ଆରମ୍ଭ ହେଲା ଡିଜି ଯାତ୍ରା ସୁବିଧା

ଡେସ୍କ: କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କିଞ୍ଜରାପୁ ରାମମୋହନ ନାଇଡୁ ଆଜି ବିଶାଖାପାଟଣା ଅନ୍ତର୍ଜାତୀୟ ବିମାନବନ୍ଦରରେ ୯ଟି ବିମାନବନ୍ଦର ପାଇଁ ଡିଜି ଯାତ୍ରା ସୁବିଧାର ଉଦଘାଟନ କରିବା ସହ ଅନ୍ୟ ୮ଟି ବିମାନବନ୍ଦର କୋଏମ୍ବାଟୁର, ଡାବୋଲିମ୍, ଇନ୍ଦୋର, ବାଗଡୋଗ୍ରା, ରାଞ୍ଚି, ପାଟନା, ରାୟପୁର ଏବଂ ଭୁବନେଶ୍ୱର ବିମାନବନ୍ଦର ପାଇଁ ଏହି ସୁବିଧାର ଭର୍ଚୁଆଲ ଶୁଭାରମ୍ଭ କରିଛନ୍ତି।

ଉନ୍ମୋଚନ ଉତ୍ସବରେ ବିମାନ ଚଳାଚଳ ମନ୍ତ୍ରୀ ବିମାନବନ୍ଦରରେ ଭିଡ ହ୍ରାସ ସମୟରେ ବୋର୍ଡିଂ ପାସ୍, ଆଇଡି ପ୍ରୁଫ୍ ଏବଂ ଲଗେଜ୍ ଟ୍ୟାଗ୍ ଭଳି ଏକାଧିକ ଦସ୍ତାବିଜ ପରିଚାଳନାର ଜଟିଳ କାର୍ଯ୍ୟକୁ କିପରି ସରଳ କରିଥାଏ ତାହା ଉପରେ ଆଲୋକପାତ କରିଥିଲେ। ଜଣେ ଯାତ୍ରୀଙ୍କ ପାଇଁ ବିମାନ ବନ୍ଦର ପ୍ରବେଶ ସମୟ ମାନୁଆଲ ପ୍ରକ୍ରିୟାରେ ହାରାହାରି ୧୫ ସେକେଣ୍ଡରୁ ୫ ସେକେଣ୍ଡକୁ ହ୍ରାସ ପାଇଛି। ୫୫ ଲକ୍ଷରୁ ଅଧିକ ଉପଭୋକ୍ତା ଏହି ଆପ୍ ଡାଉନଲୋଡ୍ କରି ସାରିଥିବା ବେଳେ ୩ କୋଟିରୁ ଅଧିକ ଯାତ୍ରୀ ଯାତ୍ରା କରିବା ପାଇଁ ଡିଜି ଯାତ୍ରାର ବ୍ୟବହାର କରିଛନ୍ତି।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories