www.samajalive.in
Friday, December 12, 2025
14.1 C
Bhubaneswar

ଜିଲା କୃଷି ବିଜ୍ଞାନ କେନ୍ଦ୍ରରେ ଚାରା ରୋପଣ

ବାଲିଆପାଳ: କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ୱର ସାହୁ ଶୁକ୍ରବାର ବାଲିଆପାଳ ସ୍ଥିତ ଜିଲା କୃଷି ବିଜ୍ଞାନ କେନ୍ଦ୍ର ପରିଦର୍ଶନ କରିବା ସହିତ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଆହ୍ବାନ କ୍ରମେ ମାଆଙ୍କ ପାଇଁ ଗଛଟିଏ କାର୍ଯ୍ୟକ୍ରମରେ ଗଛ ଲଗାଇଥିଲେ। ଏହି ଅବସରରେ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ କୃଷି ବୈଜ୍ଞାନିକ ଡ.ସ୍ୱାଗତିକା ସାହୁଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ୱର ସାହୁ ଯୋଗଦେଇ କୃଷକମାନଙ୍କ ପାଇଁ ଉଦ୍ଦିଷ୍ଟ କୃଷି ବିଜ୍ଞାନ କେନ୍ଦ୍ରରୁ କୃଷକ ମାନେ ଯେପରି ଅଧିକରୁ ଅଧିକ ଲାଭ ଉଠାଇ ପାରିବେ ସେ ଦିଗରେ ଉଭୟ କୃଷକ ଓ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକମାନଙ୍କୁ ଉପଦେଶ ଦେଇଥିଲେ।

ଏଥି ସହିତ କୃଷକ ମାନଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ଶ୍ରୀ ସାହୁ ସମସ୍ତଙ୍କୁ ଅବଗତ କରାଇଥିଲେ।ଏହି ସମୀକ୍ଷା ବୈଠକରେ ବିଜେପିର ବସ୍ତା ନିର୍ବାଚନ ମଣ୍ଡଳୀର ବରିଷ୍ଠ ନେତା ଶ୍ୟାମା ପ୍ରସାଦ ବେହେରା,କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ପୋଲିନ ପୂହାଣ,ରାଜ୍ୟ ସଂଯୋଜକ କୌଶିକ ଚାନ୍ଦ,ରାଜ୍ୟ ମିଡିଆ ସଂଯୋଜକ ବିକାଶ ପାଢ଼ୀ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବୈରାଗୀ ବେହେରା,ଶଙ୍କର୍ଷଣ ଜେନା,ପିଣ୍ଟୁ ଆଚାର୍ଯ୍ୟ,ଓବିସି ମୋର୍ଚ୍ଚା ଜିଲ୍ଲା ସଭାପତି ଅରବିନ୍ଦ ବେହେରା, କାର୍ଯ୍ୟକାରିଣୀ ସଦସ୍ୟ ବିକାଶ ଗିରି ପ୍ରମୁଖ ଯୋଗଦେଇ ଏହି ଅବସରରେ ନିଜ ନିଜର ମତାମତ ପ୍ରଦାନ କରିଥିଲେ।କୃଷକ ମୋର୍ଚ୍ଚା ରାଜ୍ୟ ସଂଯୋଜକ ତଥା ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଅଜୟ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କୃଷି ବୈଜ୍ଞାନିକା ଅମିତା ପାତ୍ର, କୃଷି ବୈଜ୍ଞାନିକା ପ୍ରଭାମଞ୍ଜରୀ ଗିରି, କୃଷି ବୈଜ୍ଞାନିକ କମଳାକାନ୍ତ ବେହେରା, ରଘୁନାଥ ସୋରେନ, କ୍ଷେତ୍ର ପରିଚାଳକ ଲକ୍ଷ୍ମୀକାନ୍ତ ମୁର୍ମୁ ପ୍ରମୁଖ ଉପସ୍ଥିତ ରହି କୃଷି ବିଜ୍ଞାନ କେନ୍ଦ୍ରର କାର୍ଯ୍ୟକ୍ରମ ବିଷୟରେ ଉପସ୍ଥାପନ କରିଥିଲେ।ଏହାପରେ ଶ୍ରୀ ସାହୁ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଗଛ ଲଗାଇବା କାର୍ଯ୍ୟକ୍ରମରେ ଯୋଗଦେଇ ଗଛ ଲଗାଇଥିଲେ।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories