www.samajalive.in
Friday, December 12, 2025
14.1 C
Bhubaneswar

ନୀଳଗିରି-ବାଲେଶ୍ୱର ମେମୁ ଟ୍ରେନ୍‌‌ର ଶୁଭାରମ୍ଭ କଲେ ରେଳମନ୍ତ୍ରୀ

ବାଲେଶ୍ୱର : ନୀଳଗିରି ବାସୀଙ୍କର ଦୀର୍ଘ ଦିନର ସ୍ୱପ୍ନ  ପୂରଣ ହେଲା। ଶନିବାର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନୂଆ ଷ୍ଟେସନ ଓ ମେମୁ ଟ୍ରେନ ଶୁଭାରମ୍ଭ କରିଛନ୍ତି। ବାଲେଶ୍ୱର ଜିଲା ଗୋପୀନାଥପୁର ରେଳ ଷ୍ଟେସନ୍‌‌ର ଲୋକାର୍ପଣ କରିଛନ୍ତି ରେଳମନ୍ତ୍ରୀ । ନୀଳଗିରି-ବାଲେଶ୍ୱର ମେମୁ ଟ୍ରେନ୍‌‌ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଶୁଭାରମ୍ଭ କରିଛନ୍ତି। ଟ୍ରେନ୍‌‌କୁ ନୀଳଗିରିରେ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ରେଳ ମନ୍ତ୍ରୀ। ନୀଳଗିରିରୁ ବେତନଟୀକୁ ରେଳ ଲାଇନ୍‌‌ ପଡିବ ବୋଲି ରେଳ ମନ୍ତ୍ରୀ କହିଛନ୍ତି। ନୀଳଗିରିରୁ ବେତନଟୀକୁ ରେଳ ଲାଇନ୍‌‌ର ସର୍ଭେ ଆରମ୍ଭ ହୋଇଛି।

ଦୀର୍ଘ ୭୯ବର୍ଷ ପରେ ନୀଳଗିରିରୁ ଗଡ଼ିଲା ପାସେଞ୍ଜର ଟ୍ରେନ। ଏହି ଉପଲକ୍ଷେ ନୀଳଗିରିସ୍ଥିତ ଗୋପୀନାଥପୁର ଷ୍ଟେସନ ଓ ନୂଆ ଟ୍ରେନ ଫୁଲରେ ସଜେଇ ହୋଇଛି । ହଜାର ହଜାର ଅଞ୍ଚଳବାସୀ ରେଳମନ୍ତ୍ରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜଣାଇଛନ୍ତି। ରାଜା ଅମଳରୁ ଏଠାରେ ରେଳଧାରଣା ପଡ଼ିଥିଲେ ମଧ୍ୟ ପାସେଞ୍ଜର ଟ୍ରେନ ଚଳାଚଳ କରିପାରୁନଥିଲା । ଶେଷରେ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ଅଦମ୍ୟ ଉଦ୍ୟମ ଯୋଗୁ ଏହା ସମ୍ଭବପର ହୋଇ ପାରିଛି ଏବଂ ନୀଳଗିରିବାସୀଙ୍କ ପାଇଁ ଏକ ଐତିହାସିକ ମୁହୂର୍ତ୍ତ ବନି ପାରିଛି । ଆୟୋଜିତ କାର୍ଯ୍ୟକ୍ରମରେ ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଥିଲେ ଯେ, ନୀଳଗିରିବାସିଙ୍କ ପାଇଁ ଏହା ଏକ ସାକାର ସ୍ବପ୍ନ , ଆଗକୁ ଆହୁରି ଶୁଭ ଖବର ମିଳିବ । ସେହିପରି ରେଳ ଚଳାଚଳ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଓ ରେଳ ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ସାଂସଦ ପ୍ରତାପ ଷଡ଼ଙ୍ଗୀ । ଅନ୍ୟମାନଙ୍କ ମଧ୍ୟରେ ଉକ୍ତ କାର୍ଯ୍ୟକ୍ରମରେ ନୀଳଗିରି ବିଧାୟକ ସୁକାନ୍ତ ନାୟକ ଓ ରେଳ ବିଭାଗର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ।

ସୂଚନା ଯେ, ୧୯୪୫ମସିହାରେ ପ୍ରଥମ ପାସେଞ୍ଜର ଟ୍ରେନ ଆସି ପହଞ୍ଚିଥିଲା ନୀଳଗିରିର ଏହି ଗୋପୀନାଥପୁର ଷ୍ଟେସନକୁ। ତତ୍କାଳୀନ ନୀଳଗିରି ରାଜା କିଶୋର ଚନ୍ଦ୍ର ମର୍ଦ୍ଦରାଜଙ୍କ ବଡ଼ଝିଅ ତଥା ରାଜଜେମା ସ୍ୱର୍ଣ୍ଣଲତା ମଞ୍ଜରୀ ଦେବୀଙ୍କ ବାହାଘର ପାଇଁ ଗଜପତି ଜିଲା ପାରଳାଖେମୁଣ୍ଡିରୁ ଏହି ଟ୍ରେନ ବାହାରିଥିଲା । ସେହିଦିନ ଠାରୁ ଆଜି ପର୍ଯ୍ୟନ୍ତ ଏଠାରେ ଲୋକେ ପାସେଞ୍ଜର ଟ୍ରେନ ଦେଖି ନଥିଲେ କି ଟ୍ରେନର ଛୁକୁଛୁକୁ ଶବ୍ଦ ଶୁଣିନଥିଲେ ।
ଜିଲାରେ ପହଂଚିବା ପରେ ରେଳମନ୍ତ୍ରୀ ପ୍ରଥମେ ରେମୁଣାରେ ଥିବା କ୍ଷୀରଚୋରା ଗୋପିନାଥ ମନ୍ଦିର ଯାଇ ଦର୍ଶନ କରିଛନ୍ତି। ମନ୍ଦିରରେ ପୂଜାର୍ଚ୍ଚନା କରି ଆଶିଷ ଲାଭ କରିଛନ୍ତି। ଏହାପରେ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ବାହାରିଥିଲେ ଅଶ୍ୱିନୀ ବୈଷ୍ଣବ। କାର୍ଯ୍ୟକ୍ରମରେ ଅଶ୍ୱିନୀ ବୈଷ୍ଣବଙ୍କ ସହ ସାଂସଦ ପ୍ରତାପ ଷଡଙ୍ଗୀ ଯୋଗ ଦେଇଛନ୍ତି।

Hot this week

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

Related Articles

Popular Categories