www.samajalive.in
Sunday, December 7, 2025
14.1 C
Bhubaneswar

ପରିତ୍ୟକ୍ତ ଖଣିରୁ ମୃତଦେହ ଜବତ

ବାଲେଶ୍ୱର : ବାଲେଶ୍ୱର ଜିଲା ଗଡପୋଖରୀ ପଂଚାୟତ ବାରାଜୋଡି ଗ୍ରାମର ଏକ ପରିତ୍ୟକ୍ତ ଖଣିରୁ ଜଣଙ୍କର ମୃତଦେହ ଜବତ ହୋଇଥିବା ଶୁକ୍ରବାର ଜଣାପଡ଼ିଛି। ମୃତକ ହେଲେ ବାରାଜୋଡି ଗ୍ରାମର ସନାତନ ମଲ୍ଲିକ।
ସୂଚନା ଯୋଗ୍ୟ, ଗତକାଲି ରାତିରେ ଗଡପୋଖରୀ ପଂଚାୟତ ବାରାଜୋଡି ଗ୍ରାମର ସନାତନ ମଲ୍ଲିକ ରାତିରେ କଙ୍କଡ଼ା ଧରିବା ପାଇଁ ଗାଁ ମୁଣ୍ଡରେ ଥିବା ଏକ ପରିତ୍ୟକ୍ତ ମହରମ ଖଣିକୁ ଆସିଥିଲେ। ସେଠାରେ ଗୋଡ ଖସିଯିବାରୁ ପାଣିରେ ବୁଡ଼ି ଯାଇଥିଲେ । ସନାତନ ଘରକୁ ଫେରିବା ବିଳମ୍ବ ଦେଖି ଘରଲୋକେ ଖୋଜା ଖୋଜି କରିଥିଲେ ।ଖୋଜା ଖୋଜି କରିବାର କିଛି ସମୟ ପରେ ଦେଖିବାକୁ ପାଇଥିଲେ ଏକ ପରିତ୍ୟକ୍ତ ଖଣିରେ। ତାପରେ ସେମାନେ ସାଙ୍ଗେ ସାଙ୍ଗେ ଅଗ୍ନିଶମବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମବାହିନୀ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ। ସେତେ ବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ତାପରେ ଖବର ପାଇ ଖଇରା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟଚ୍ଛେଦ ପାଇଁ ପଠାଇଛି। ଘଟଣାସ୍ଥଳରେ ସ୍ଥାନୀୟ ସରପଞ୍ଚ ଗଜେନ୍ଦ୍ର ପରିଡା ପହଂଚି ଅନୁକମ୍ପାମୂଳକ ୨୦୦୦ ପ୍ରଦାନ କରିଥିଲେ ବୋଲି ଜଣାପଡ଼ିଛି। ପୁଲିସ ତଦନ୍ତ ଜାରି ରଖିଛି।

Hot this week

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

Related Articles

Popular Categories