www.samajalive.in
Sunday, December 14, 2025
16.1 C
Bhubaneswar

ପ୍ରଶାସନର ଦୃଷ୍ଟି ଆଢ଼ୁଆଳରେ ‘ଦୃଷ୍ଟିହୀନଙ୍କ ନିମନ୍ତେ ବିଦ୍ୟାଳୟ’

ବାଲେଶ୍ୱର: ସାମୂହିକ ପ୍ରୟାସରେ ଦୀର୍ଘ ବର୍ଷ ଧରି ସଫଳତାର ସହ ଚାଲିଥିବା ବାଲେଶ୍ୱର ସହରର ରାଣୀପାଟଣାସ୍ଥିତ ‘ଦୃଷ୍ଟିହୀନଙ୍କ ନିମନ୍ତେ ବିଦ୍ୟାଳୟ’ ସମ୍ପ୍ରତି ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇପାରିଛି। ୨୦୦୨ ମସିହାରେ ମାତ୍ର ୧୦ ଜଣ ଭିନ୍ନକ୍ଷମ ଛାତ୍ରଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ୁଥିବା ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଏବେ ୧୨୫ରେ ପହଞ୍ଚଛି। ଏଥି ସହିତ ୩୦ ଜଣ ମାନସିକ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ନେଇ ବିଦ୍ୟାଳୟର ଅନ୍ୟ ଏକ ବିଭାଗ ମଧ୍ୟ ଖୋଲିଛି। ତେବେ ଭିନ୍ନକ୍ଷମ ପିଲାଙ୍କ ବିଦ୍ୟାଳୟରେ ବିଭିନ୍ନ ସମସ୍ୟା ଲାଗି ରହିଥିଲେ ବି ପ୍ରଶାସନ ସମାଧାନ ପାଇଁ ଉଦାସୀନ ରହିବା ଘୋର ପରିତାପର ବିଷୟ।

- Advertisement -

ଶିକ୍ଷକ ଓ କର୍ମଚାରୀଙ୍କୁ ମିଶାଇ ମୋଟ ୩୫ ଜଣଙ୍କ ତତ୍ତ୍ୱାବଧାନରେ ରାଣୀପାଟଣାର ଭଡ଼ା ଘରେ ଚାଲିଛି ଏହି ଆବାସିକ ବିଦ୍ୟାଳୟ। ଇତିମଧ୍ୟରେ ୧୪ଟି ବ୍ୟାଚରେ ଦେଢ଼ ଶହରୁ ଊଦ୍ଧ୍ୱର୍ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି। ତନ୍ମଧ୍ୟରୁ ଏବେ କେତେକ ଛାତ୍ରଛାତ୍ରୀ ଉଚ୍ଚ ଶିକ୍ଷା ଗ୍ରହଣ କରୁଥିବା ବେଳେ ଆଉ କେତେକ ସରକାରୀ ଚାକିରିରେ ବି ନିଯୁକ୍ତି ପାଇଛନ୍ତି। ଉତ୍ତମ ଶୈଖିକ ପରିବେଶ ମଧ୍ୟରେ ଛାତ୍ରଛାତ୍ରୀଙ୍କ ବୌଦ୍ଧିକ, ଶାରୀରିକ ଓ ମାନସିକ ବିକାଶ ନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ ସର୍ବଦା ଚେଷ୍ଟିତ ଅଛନ୍ତି। କେବଳ ଶିକ୍ଷାଦାନ ନୁହେଁ, ବରଂ ସଙ୍ଗୀତ, କଳା ଓ କ୍ରୀଡ଼ାରେ ଛାତ୍ରଛାତ୍ରୀଙ୍କ ସଫଳତା ବିଦ୍ୟାଳୟ ସମେତ ଜିଲାକୁ ଗୌରବାନ୍ୱିତ କରିଛି। ଛାତ୍ରଛାତ୍ରୀ କ୍ରିକେଟ, ମାରାଥନ ଦୌଡ଼ ଓ ସଙ୍ଗୀତ ପ୍ରଭୃତିରେ ଜାତୀୟ ସ୍ତର ପ୍ରତିଯୋଗିତାରେ କୃତିତ୍ୱ ହାସଲ ସହ ପୁରସ୍କାର ପାଇଛନ୍ତି। ସେହିଭଳି ଗୁଣାତ୍ମକ ଶିକ୍ଷାଦାନ ଯୋଗୁଁ ମାଟ୍ରିକ ପରୀକ୍ଷାରେ ଶତ ପ୍ରତିଶତ ଉତ୍ତୀର୍ଣ୍ଣ ହୋଇଥିବା କାରଣରୁ ଏହି ବିଦ୍ୟାଳୟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରସ୍କୃତ ବି କରିଛନ୍ତି। ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ମୁଖ୍ୟମନ୍ତ୍ରୀଙ୍କଠାରୁ ଟ୍ରଫି ଏବଂ ପୁରାସ୍କାର ରାଶି ଗ୍ରହଣ କରିଛନ୍ତି। ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗ ସାଙ୍ଗକୁ ସରକାରଙ୍କ ସାମାଜିକ ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ସହାୟତାରେ ଚାଲିଛି ଏବେ ଏହି ବିଦ୍ୟାଳୟ। ଏହା ସତ୍ତ୍ବେ ବିଭିନ୍ନ ସମସ୍ୟା ବଳୟ ମଧ୍ୟରେ ତଥା ସମସ୍ତଙ୍କ ଦୃଷ୍ଟି ଆଗୋଚରରେ ରହି ଯାଉଛି ଏହି ଦୃଷ୍ଟିହୀନ ବିଦ୍ୟାଳୟ। ସ୍ଥାୟୀ ଗୃହ ଅଭାବରୁ ଦୀର୍ଘ ଦିନ ଧରିି ମାସିକ ୨୦ ହଜାର ଟଙ୍କାର ଭଡ଼ା ଘରେ ଚାଲିଛି ଏହି ବିଦ୍ୟାଳୟ।

ଅନ୍ୟପକ୍ଷରେ ସରକାରଙ୍କ ପକ୍ଷରୁ ଶିକ୍ଷକ ଓ କର୍ମଚାରୀଙ୍କ ଦରମା ଓ ଛାତ୍ରଛାତ୍ରୀଙ୍କ ଖାଦ୍ୟ ପାଇଁ ମିଳୁଛି ଅର୍ଥ। ତେବେ ପ୍ରତି ଛାତ୍ରଛାତ୍ରୀଙ୍କ ଖାଦ୍ୟ ପାଇଁ ମିଳୁଥିବା ଦୈନିକ ୪୧ ଟଙ୍କା ୫୦ ପଇସା ସାମ୍ପ୍ରତିକ ଆକାଶଛୁଆଁ ବଜାର ଦର ବୃଦ୍ଧି ସମୟରେ ସମୁଦ୍ରକୁ ଶଙ୍ଖେ ପାଣି ସଦୃଶ ହୋଇଛି। ପ୍ରତି ମାସ ସହୃଦୟ ବ୍ୟକ୍ତିମାନେ ଦେଉଥିବା କିଛି କିଛି ଅର୍ଥରେ କୌଣସି ଉପାୟରେ ପିଲାଙ୍କର ଖିଆପିଆ ଓ ଘରଭଡ଼ା ଟଙ୍କା ଆଡଜଷ୍ଟ କରାଯାଉଥିବା ବିଦ୍ୟାଳୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସେହିଭଳି ଏହି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ କ୍ରୀଡ଼ାରେ ଜାତୀୟ ସ୍ତର ପ୍ରତିଯୋଗିତାରେ କୃତିତ୍ୱ ଦେଖାଉଥିଲେ ବି ସେମାନଙ୍କ ପାଇଁ ଖେଳ ପଡ଼ିଆଟିଏ ନାହିଁ। ବିଭିନ୍ନ ପ୍ରତିଯୋଗିତା ପାଇଁ କ୍ରୀଡ଼ା ପ୍ରାକ୍ଟିସ କରିବା କଷ୍ଟକର ବ୍ୟାପାର ହୋଇଛି। କାଁ ଭାଁ ଛାତ୍ରଛାତ୍ରୀଙ୍କୁ ନେଇ ଖ୍ରୀଷ୍ଟିଆନ ସ୍କୁଲ ପଡ଼ିଆକୁ ନେବାକୁ ପଡ଼ୁଛି। ତେବେ ସମସ୍ୟା ମଧ୍ୟରେ ସରକାରଙ୍କ ସମେତ ବିଭିନ୍ନ ମହଲରୁ ସହଯୋଗ ହିଁ ଏହି ବିଦ୍ୟାଳୟର ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କୁ ଦିବ୍ୟ ଦୃଷ୍ଟି ଦେଇପାରିବ ବୋଲି ବୁଦ୍ଧିଜୀବୀମାନେ ପ୍ରକାଶ କରିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories