ବାଲେଶ୍ୱର : ବାଲେଶ୍ୱର ଜିଲା ଖଇରା ଥାନା ଅନ୍ତର୍ଗତ ଶାରିଶୁଆ ପାହାଡ଼ ନିକଟ ଘାଟିରେ ବୁଧବାର ବିଳମ୍ବିତ ରାତିରେ ଏକ ଦୁର୍ଘଟଣା ଘଟିଛି। ଏକ ଅଟୋ ଭାରସାମ୍ୟ ହରାଇ ପାହାଡ଼ ତଳକୁ ଖସି ପଡ଼ିବାରୁ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ଭଦ୍ରକ ଅଂଚଳର ଚନ୍ଦନ ଜେନା। ଶାରିଶୁଆରୁ କୁପାରୀ ଫେରୁଥିବା ସମୟରେ ଅଟୋଟି ଭାରସାମ୍ୟ ହରାଇ ପାହାଡ଼ ତଳକୁ ଓଲଟି ପଡ଼ିଥିବା ଜଣାପଡ଼ିଛି।ଏହାସହ ସମ୍ପୃକ୍ତ ଘଟଣାରେ ପୁଲିସ ଜଣଙ୍କୁ ଅଟକ ରଖିଥିବା ନେଇ ସୂଚନା ମିଳିଛି।
Popular Categories



