କୋଲକାତା : ଭାରତୀୟ କ୍ରିକେଟ ଦଳର ପୂର୍ବତନ ଷ୍ଟାର କ୍ରିକେଟର ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ବଡ଼ଭାଇ ସ୍ନେହାଶିଶ ଗାଙ୍ଗୁଲି କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି। ସ୍ନେହାଶିଶ୍ ବେଙ୍ଗଲ କ୍ରିକେଟ ଆସୋସିଏସନ(ସିଏବି)ର ଯୁଗ୍ମ ସଚିବ ଅଛନ୍ତି।
ବେଙ୍ଗଲ ରଣଜୀ ଦଳର ପୂର୍ବତନ ଖେଳାଳି ସ୍ନେହାଶିଶଙ୍କଠାରେ କରୋନା ପଜିଟିଭ ଆସିବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଜଣେ କ୍ୟାବ ଅଧିକାରୀ ପିଟିଆଇକୁ କହିଛନ୍ତି ଯେ, ଗତ କିଛି ଦିନ ହେବ ତାଙ୍କର ଜ୍ୱର ହୋଇଥିଲା ଏବଂ ଆଜି ପରୀକ୍ଷା ପରେ ତାଙ୍କର କରୋନା ରିପୋର୍ଟ ପଜିଟିଭ ଆସିଛି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହାପରେ ଦାଦା ହୋମ କ୍ବାରେଣ୍ଟାଇନରେ ରହିଥିବା ସୂଚନା ମିଳିଛି।
ଗାଙ୍ଗୁଲିଙ୍କ ଭାଇ କରୋନାରେ ଆକ୍ରାନ୍ତ : କ୍ବାରେଣ୍ଟାଇନରେ ’ଦାଦା’
Popular Categories



