www.samajalive.in
Monday, December 15, 2025
26.1 C
Bhubaneswar

ଇଏଏମ୍‌ର ସାହାଯ୍ୟ ନେବୁ : ଜିଲ୍ଲାପାଳ

ବାଲେଶ୍ଵର: ଓଡିଆ ଯୁବତୀ ଆମେରିକାରେ ନିର୍ଯ୍ୟାତିତ ହେବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ବାଲେଶ୍ଵର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ। ସେ କହିଛନ୍ତି ଯୁବତୀ ଜଣକ ଫେସବୁକ୍‌ରେ ଯେଉଁ ବନ୍ଧୁଙ୍କୁ ଭିଡିଓ ପଠାଇଥିଲେ ତାଙ୍କୁ ଯୋଗାଯୋଗ କରୁଛୁ। ଯେହେତୁ ଆଡପସନ୍ ମ୍ୟାଟର, ରାଜ୍ୟ/ କେନ୍ଦ୍ରୀୟ ସଂସ୍ଥାକୁ ଯୋଗାଯୋଗ କରିବୁ। ଘଟଣା ଅନ୍ୟ ଦେଶରେ ହୋଇଛି। ତେଣୁ ବୈଦେଶିକ ଅଧିକାରୀଙ୍କ ସାହାଯ୍ୟ ନେବୁ। ଏ ଯାଏଁ ଝିଅ ସହ ସିଧାସଳଖ କୌଣସି ଯୋଗାଯୋଗ ହୋଇପାରିନାହିଁ।

ସୂଚନା ଅନୁଯାୟୀ ଛୋଟବେଳେ ଟ୍ରେନ୍‌ରେ ମା’ ଓ ବାପାଙ୍କଠାରୁ ଅଲଗା ହୋଇଯାଇଥିଲେ। ଭୁବନେଶ୍ୱରର ଏକ ଅନାଥ ଆଶ୍ରମରେ ରହୁଥିବାବେଳେ ଆମେରିକାର ଜଣେ ମହିଳା ତାଙ୍କୁ ପୋଷ୍ୟକନ୍ୟା ଭାବେ ଗ୍ରହଣ କରି ସାଙ୍ଗରେ ନେଇଯାଇଥିଲେ। କିନ୍ତୁ ଏବେ ଏହି ଯୁବତୀଙ୍କ ଆଖିରେ ଲୁହ। ସେ ହେଲେ ପୂଜା ନାୟକ ଓରଫ ସେଜଲ ଜୋହନ (୨୧)। ଆମେରିକାରେ ପୋଷ୍ୟକନ୍ୟା ଭାବେ ରହୁଥିବା ପୂଜା ଓଡ଼ିଶା ଫେରି ଆସିବାକୁ ଆକୁଳ ନିବେଦନ କରିଛନ୍ତି। ବାଲେଶ୍ୱରରେ ରହୁଥିବା ସାଙ୍ଗ ଅମର ଦାସଙ୍କୁ ଭିଡିଓ ପଠାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ରବିବାର ଏହି ଘଟଣା ପଦାକୁ ଆସିଛି।
ଅମର କହିଛନ୍ତି, ପୂଜା ନହରକଣ୍ଟାସ୍ଥିତ ପଲ୍ଲୀ ଉନ୍ନୟନ ସେବା ସମିତି କନ୍ୟା ଆଶ୍ରମରେ ରହି ପଢ଼ୁଥିବାବେଳେ ତାଙ୍କ ସହ ପରିଚିତ ହୋଇଥିଲା। ପୂଜା ଟ୍ରେନରେ ହଜିଯିବା ପରେ ଚାଇଲ୍ଡଲାଇନ୍‌ ଦ୍ୱାରା ଉଦ୍ଧାର ହୋଇ ଅନାଥ ଆଶ୍ରମକୁ ଆସିଥିବା ଜାଣିବାକୁ ପାଇଥିଲେ। ତେବେ ୨୦୧୮ରେ ପୂଜାଙ୍କୁ ଏକ ଦମ୍ପତି ପୋଷ୍ୟକନ୍ୟା ଭାବେ ଗ୍ରହଣ କରି ନେଇଯାଇଥିଲେ। ଆମେରିକାକୁ ଯିବା ପରେ ତାଙ୍କ ନାମ ପୂଜାରୁ ସେଜଲ ଜୋହନ ହୋଇଥିଲା। ତେବେ ୨୦୨୩ରେ ସୋସିଆଲ୍‌ ମିଡିଆ ଜରିଆରେ ପୂଜାଙ୍କ ସହ ଅମରଙ୍କର ପୁଣି ଯୋଗାଯୋଗ ହୋଇଥିଲା। ପୂଜା ସେଠାରେ ଖୁସିରେ ନ ଥିବା ତାଙ୍କୁ କହିଥିଲେ। ଏହା ଜାଣିବା ପରେ ପାଳିତ ମା’ ତାଙ୍କଠାରୁ ମୋବାଇଲ ଓ ସିମ୍‌ ନେଇଯାଇଥିଲେ ବୋଲି ଅମର କହିଛନ୍ତି। ପୂଜା ଏକ ଭିଡିଓ ଶେୟାର କରିଥିବା ବେଳେ ସେଥିରେ ସେ କାନ୍ଦି କାନ୍ଦି କୋହଭରା କଣ୍ଠରେ ଅତ୍ୟାଚାରର କାହାଣୀ କହିବା ସହ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ପୂଜା କହିଛନ୍ତି, ଛୋଟବେଳେ ମୁଁ ଓଡ଼ିଶାରେ ଥିଲି। ଭୁବନେଶ୍ୱରର ଏକ ହଷ୍ଟେଲରେ ପଢ଼ୁଥିଲି। ଏବେ ପାଳିତା ମା’ ମତେ ବହୁ କଷ୍ଟ ଦେବା ସହ ଅତ୍ୟାଚାର କରୁଛନ୍ତି। ଘର କାମ ସବୁ କରାଉଛନ୍ତି। ମୁଁ ଆମେରିକାରେ ଏବେ ଖୁସିରେ ନାହିଁ। ଧର୍ମ ପରିବର୍ତ୍ତନ ନ କଲେ ସେମାନେ ଜୀବନରୁ ମାରିଦେବାକୁ ଚେତାବନୀ ଦେଇଛନ୍ତି। ଓଡ଼ିଶାବାସୀ ମୋତେ ସାହାଯ୍ୟ କରନ୍ତୁ। ଏବଂ ସୁରକ୍ଷିତ ଭାବେ ଓଡ଼ିଶାକୁ ନେଇଯାଆନ୍ତୁ ବୋଲି ପୂଜା ଅନୁରୋଧ କରିଛନ୍ତି।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories