www.samajalive.in
Friday, December 5, 2025
20.1 C
Bhubaneswar

ବାଲେଶ୍ଵରରେ ସ୍ଵାଭାବିକ ହେଉଛି ସ୍ଥିତି: କୋହଳ ହେଉଛି କର୍ଫ୍ୟୁ କଟକଣା

ବାଲେଶ୍ବର : ସ୍ଥିତିରେ ସୁଧାର ଆସୁଥିବା ବେ​‌ଳେ ପ୍ରଶାସନ ପକ୍ଷରୁ ପର୍ଯ୍ୟାୟ କ୍ରମେ କର୍ଫ୍ୟୁ କୋହଳ ସମୟ ବୃଦ୍ଧି କରାଯାଉଛି। ସହର​‌ରେ ସମସ୍ତ ପ୍ରକାର ଇଣ୍ଟରନେଟ୍ ସେବା କାର୍ଯ୍ୟକ୍ଷମ ଥିବାବେଳେ ସହଦେବଖୁଣ୍ଟା ଓ ଟାଉନ ଥାନା ଅନ୍ତର୍ଗତ କର୍ଫ୍ୟୁ ଅଞ୍ଚଳରେ ସମସ୍ତ ସ୍କୁଲ, କଲେଜ ଓ ଅଙ୍ଗନବାଡ଼ି ଆଜି ଖୋଲିଥିବା ଲକ୍ଷ୍ୟ କରାଯାଇଛି। ସହଦେବଖୁଣ୍ଟା ଥାନା ଅଞ୍ଚଳରେ ଲାଗୁ ହୋଇଥିବା କର୍ଫ୍ୟୁ ପୂର୍ବଭଳି ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କୋହଳ ରହିବ ବୋଲି ନୂଆ ମାର୍ଗଦର୍ଶିକାରେ ଉପ-ଜିଲାପାଳ ପ୍ରଥମେଶ ଅରବିନ୍ଦ ରାଜସିର୍କେ ଉଲ୍ଲେଖ କରିଛନ୍ତି। ମାତ୍ର ଟାଉନ ଥାନା ଅଞ୍ଚଳରେ କର୍ଫ୍ୟୁ କୋହଳ ସମୟକୁ ବୃଦ୍ଧି କରାଯାଇଛି। ପୂର୍ବରୁ ଏହି ଅଞ୍ଚଳରେ ସକାଳ ୫ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ କୋହଳ ଥିଲା। ନୂଆ ମାର୍ଗଦର୍ଶିକାରେ ଏହାକୁ ସକାଳ ୫ଟାରୁ ଅପରାହ୍ଣ ୫ଟା ଅର୍ଥାତ କୋହଳ ସମୟ ୧୨ ଘଣ୍ଟାକୁ ବୃଦ୍ଧି କରାଯାଇଛି। ଏହି ସମୟରେ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ଦୋକାନ ଖୋଲି ସ୍ବାଭାବିକ କାରବାର କରିପାରିବେ। ଗୋଷ୍ଠୀ କନ୍ଦଳକୁ ନେଇ ଆଉ କୌଣସି ନୂଆ ମାମଲା ରୁଜୁ ହୋଇନାହିଁ କିମ୍ବା କାହାରିକୁ ଗିରଫ କରାଯାଇ ନଥିବା ଆରକ୍ଷୀ ଅଧୀକ୍ଷକ ସାଗରିକା ନାଥ ସୂଚନା ଦେଇଛନ୍ତି। ଗୋଷ୍ଠୀ କନ୍ଦଳକୁ ନେଇ ରବିବାର ସଂଧ୍ୟା ସୁଦ୍ଧା ମୋଟ ୨୧ଟି ମାମଲା ରୁଜୁ ହେବା ସାଙ୍ଗକୁ ୮୯ ଜଣଙ୍କୁ ଗିରଫ କରାଯାଇଥିଲା। ଏଥିରେ ଜଣେ ଗୁଜବ ସୃଷ୍ଟିକାରୀ ଗିରଫ ହୋଇଥିବା ସେ କହିଛନ୍ତି। ଗୁଜବକୁ ବିଶ୍ବାସ ନ କରି ତୁରନ୍ତ ପୁଲିସକୁ ସୂଚନା ଦେବାକୁ ଏସପି ସମସ୍ତଙ୍କୁ ନିବେଦନ କରିଛନ୍ତି। ସମସ୍ତଙ୍କ ସହଯୋଗରେ ଭାଇଚାରାର ସହର ବାଲେଶ୍ବରର ପୂର୍ବସ୍ଥିତି ଖୁବଶୀଘ୍ର ଫେରିଆସିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ଗୋଷ୍ଠୀ କନ୍ଦଳର ଅଷ୍ଟମ ଦିନ ଅର୍ଥାତ୍ ସୋମବାର ସହରର ସ୍ଥିତି ସମ୍ପୂର୍ଣ୍ଣ ସ୍ବାଭାବିକ ଥିବା ପରିଲକ୍ଷିତ ହୋଇଥିଲା। କର୍ଫ୍ୟୁ କୋହଳ ସମୟ ଅବଧିରେ ସହର ବେଶ ଚଳଚଞ୍ଚଳ ହୋଇଉଠିଥିଲା। ଅପରାହ୍ଣ ୨ ଟା ପରେ ଟାଉନ ଥାନା ଅଞ୍ଚଳରେ ରାସ୍ତାଘାଟରେ ଯାନବାହନ ତଥା ଲୋକଙ୍କ ଚଳପ୍ରଚଳ ବନ୍ଦ ହୋଇଯାଇଥିଲା। ମାତ୍ର ସହଦେବଖୁଣ୍ଟା ଥାନା ଅଞ୍ଚଳର ଦୋକାନ ବଜାର ରାତି ୯ ଟା ପର୍ଯ୍ୟନ୍ତ ଖୋଲାଥିବା ଲକ୍ଷ୍ୟ କରାଯାଇଥିଲା।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories