ବାଲେଶ୍ବର ଉପନିର୍ବାଚନ ପାଇଁ ମୁତୟନ ହେବେ ୩୫ ପ୍ଲାଟୁନ୍‌ ଫୋର୍ସ, ବିଶୃଙ୍ଖଳାକାରୀଙ୍କ ବିରୋଧରେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ:ଡିଜିପି

ଭୁବନେଶ୍ବର: ନଭେମ୍ବର ୩ରେ ବାଲେଶ୍ବର ସଦର ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ। କୋଭିଡ୍‌ କଟକଣା ମଧ୍ୟରେ ଉପନିର୍ବାଚନ କରାଯିବାକୁ ନିଷ୍ପ୍ତି ନିଆଯାଇଛି। ଆଜି ବାଲେଶ୍ବର ଉପନିର୍ବାଚନ ନେଇ ପୁଲିସ ମହାନିର୍ଦେଶକ(ଡିଜିପି) ଅକ୍ଷୟ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରିଛନ୍ତି। କୋଭିଡ୍‌ ନିୟମ ଉଲ୍ଲଙ୍ଘନ ଏବଂ ବିଶୃଙ୍ଖଳା ସୃଷ୍ଟିକାରୀଙକ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି।

ସୁରକ୍ଷା ବ୍ୟବସ୍ଥା ସମୀକ୍ଷା ପରେ ପୁଲିସ ମହାନିର୍ଦେଶକ ଅଭୟ କହିଛନ୍ତି ଯେ ବାଲେଶ୍ବର ଉପନିର୍ବାଚନ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ବାଲେଶ୍ବର ସଦର ଉପନିର୍ବାଚନ ପାଇଁ ୨୪୬ଟି ବୁଥ୍‌ ବ୍ୟବସ୍ଥା କରାଯାଇଛି। ସେଠାରେ ୩୫ ପ୍ଲାଟୁନ୍‌ ଫୋର୍ସ ମୁତୟନ ହେବାକୁ ଥିବାବେଳେ ଆଜି ସୁଦ୍ଧା ୧୦ ପ୍ଲାଟୁନ୍‌ ପହଞ୍ଚି ସାରିଛନ୍ତି। କୋଭିଡ୍‌ କଟକଣା ଉଲ୍ଲଙ୍ଘନ ପ୍ରତି ତୀକ୍ଷ୍ମଣ ନଜର ରଖାଯାଇଛି। ଯେଉଁମାନେ କୋଭିଡ୍‌ କଟକଣା ଉଲ୍ଲଙ୍ଘନ କରିବେ ଏବଂ ବିଶୃଙ୍ଖଳା ସୃଷ୍ଟି କରିବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ମହାନିର୍ଦେଶକ ଅଭୟ ପ୍ରକାଶ କରିଛନ୍ତି।

Comments are closed.