ପୋଲ ତଳକୁ ଓଲଟିଲା ବସ୍‌; ୨୦ରୁ ଉର୍ଦ୍ଧ୍ବ ଆହତ

ସମାଜ ଡିଜିଟାଲ ଡେସ୍କ: ପୋଲ ତଳକୁ ଖସିପଡିଲା ଯାତ୍ରୀବାହୀ ବସ୍‌ । ଭୋଗରାଇରୁ ବାଲେଶ୍ୱର ଆସୁଥିବା ବେଳେ ନୁଣିଆଯୋଡି ପୋଲରେ ଭାରସାମ୍ୟ ହରାଇ ବସଟି ଓଲଟି ପଡିଥିଲା । ଫଳରେ ୨୦ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣା ସ୍ଥଳରେ ସ୍ଥାନୀୟ ପ୍ରଶାସନ ଓ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ସୂଚନା ଅନୁସାରେ ୪୦ରୁ ଅଧିକ ଯାତ୍ରୀଙ୍କୁ ନେଇ ବସଟି ଭୋଗରାଇରୁ ବାଲେଶ୍ୱର ଅଭିମୁଖେ ଯାଉଥିଲା ।

 

Comments are closed.