www.samajalive.in
Saturday, December 6, 2025
23.1 C
Bhubaneswar

ଡ୍ରାଇଭରଙ୍କୁ ହୃଦ୍‌ଘାତ: ଅଳ୍ପକେ ବର୍ତ୍ତିଲେ ୭୦ ପର୍ଯ୍ୟଟକ

ବାଲେଶ୍ବର : ସେ ନିଜେ ଚାଲିଗଲେ କିନ୍ତୁ ବଞ୍ଚାଇଦେଲେ ୭୦ ଲୋକଙ୍କ ଜୀବନ । କୋଲକାତାରୁ ବାଲେଶ୍ବର ପଞ୍ଚଲିଙ୍ଗେଶ୍ବରକୁ ଏକ ବସ୍‌ରେ ପର୍ଯ୍ୟଟକମାନେ ବୁଲିବାକୁ ଆସୁଥିଲେ। ପାଟପୁର ଛକ ନିକଟରେ ଗାଡି ଚଳାଉଥିବାବେଳେ ହିଁ ଡ୍ରାଇଭରଙ୍କର ହୃଦଘାତ ହୋଇଥିଲା। ମୃତ ଡ୍ରାଇଭର ଜଣକ ପଶ୍ଚିମବଙ୍ଗ ହାୱଡା ଅଞ୍ଚଳର ଏମଡି ଇବ୍ରାହିମଙ୍କ ପୁଅ ସେଖ ଅକ୍ତାର ବୋଲି ଜଣାପଡିଛି। ସେଖ୍‌ ନିଜ ଉପସ୍ଥିତ ବୁଦ୍ଧି ଖଟାଇ ସଙ୍ଗେ ସଙ୍ଗେ ବସକୁ ଛିଡା କରାଇଦେଇଥିଲେ। ଡ୍ରାଇଭରଙ୍କୁ ହୃଦ୍‌ଘାତ ହୋଇଥିବା ଜାଣି ପର୍ଯ୍ୟଟକମାନେ ଗାଡିରୁ ଓହ୍ଲାଇବା ସହିତ ସ୍ଥାନୀୟ ଲୋକଙ୍କୁ ଡାକିଥିଲେ। ୧୦୮ ଆମ୍ବୁଲାନ୍ସ ଡକାଯାଇ ଡ୍ରାଇଭରଙ୍କୁ ନୀଳଗିରି ମେଡିକାଲକୁ ନିଆଯାଇଥିଲା। ଏବଂ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେ ନିଜେ ସିନା ଚାଲିଗଲେ ହେଲେ ଉପସ୍ଥିତ ବୁଦ୍ଧି ଖଟାଇ ସଙ୍ଗେ ସଙ୍ଗେ ଗାଡି ଅଟକାଇବାରୁ ବସ୍‌ଟି ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତିଯାଇଛି। ତାସହିତ ୫୦ରୁ ଅଧିକ ପର୍ଯ୍ୟଟକ ମଧ୍ୟ ସୁରକ୍ଷିତ ଅଛନ୍ତି।

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories