ଟ୍ରେନ ଛାତରେ ଚଢି ଯାତ୍ରା କରୁଥିଲେ ଯୁବକ, ଉଦ୍ଧାର କଲା ଆରପିଏଫ

ବାଲେଶ୍ବର: ଟ୍ରେନ ଛାତ ଉପରେ ବିପଦପୂର୍ଣ୍ଣ ଯାତ୍ରା କରୁଥିବା ବେଳେ ଯୁବକଙ୍କୁ ଆରପିଏଫ ପକ୍ଷରୁ ଉଦ୍ଧାର କରାଯାଇଛି। ଏଭଳି ବିପଦପୂର୍ଣ୍ଣ ଯାତ୍ରା ରୁପ୍ସାରେ ଷ୍ଟେସନ କର୍ମଚାରୀ ଦେଖି ବାଲେଶ୍ବର ଆରପିଏଫ ଅଧିକାରୀଙ୍କୁ ଖବର ଦେଇଥିଲେ। ବାଲେଶ୍ବର ଷ୍ଟେସନରେ ଆରପିଏଫ ପକ୍ଷରୁ ସିଡ଼ି ଲଗାଇ ଯୁବକଙ୍କୁ ଉଦ୍ଧାର କରାଯାଇଛି। ଯୁବକଙ୍କ ନାମ ଅକୁଶ ଅଲ୍ଲୀ। ସେ ଜଣେ ମାନସିକ ରୋଗୀ ଓ ତାଙ୍କ ଘର ଆସାମ ନାଲବାରି ଅଞ୍ଚଳର ବୋଲି ଜଣାପଡିଛି। ପଚରାଉଚରା ପରେ ତାଙ୍କୁ ଏକ ଟ୍ରେନ ଯୋଗେ ଘରକୁ ପଠାଇ ଦିଆଯାଇଛି।

Comments are closed.