www.samajalive.in
Saturday, December 6, 2025
14.1 C
Bhubaneswar

ବିଳାସପୁରରେ ଗୋଟିଏ ଟ୍ରାକରେ ଦୁଇଟି ଟ୍ରେନ, ଟଳିଲା ବଡ ଦୁର୍ଘଟଣା

ବିଳାସପୁର: ଅଳ୍ପକେ ଟଳିଲା ବଡ଼ ରେଳ ଦୁର୍ଘଟଣା। ଛତିଶଗଡ଼ ବିଳାସପୁର ନିକଟରେ ଅଳ୍ପକେ ଟଳିଳା ରେଳ ଦୁର୍ଘଟଣା। ଜୟରାମନଗର ଓ କୋଟମିସୋନାର ମଝିରେ ଘଟିଥାନ୍ତା ଅଘଟଣ। ଗୋଟିଏ ଟ୍ରାକରେ ଦୁଇଟି ଟ୍ରେନ ଆସୁଥିଲେ। ଉଭୟଙ୍କୁ ଦେଖି ରହିଗଲେ। ଗୋଟିଏ ଟ୍ରାକରେ ଆସୁଥିଲେ ମାଲବାହି ଓ ମେମୁ ଟ୍ରେନ। ପ୍ରାୟ ଦେଢ଼ ଶହ ମିଟର ଦୂରରୁ ଅଟକାଇଦେଲେ ଲୋକୋ ପାଇଲଟ। ମେମୁ ଟ୍ରେନରୁ ଓହ୍ଲାଇ ଏହାର ଭିଡିଓ କରିଥିଲେ ଯାତ୍ରୀ, ଯାହା ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେ।

ରେଳବାଇ କର୍ତ୍ତୃପକ୍ଷ ପକ୍ଷରୁ ସ୍ପଷ୍ଟିକରଣ ଦେଇ କୁହାଯାଇଛି ଯେ ବିଳାସପୁରରୁ ଜୟରାମନଗର ମଧ୍ୟରେ ଅଟୋମେଟିକ ସିଗ୍ନଲାଂଗି ସିଷ୍ଟମ କାର୍ଯ୍ୟକରେ। ଏହା ଦ୍ୱାରା ଦୁଇଷ୍ଟେସନ ଭିତରେ ଗୋଟିଏ ଦିଗରେ ଗୋଟିଏ ଟ୍ରାକରେ ବିଭିନ୍ନ ସିଗନାଲ ଅନୁସାରେ ଏକାଧିକ ଟ୍ରେନ ଯାତାୟତ କରିପାରିବ। ଦୁଇଟି ରେଳ ଭିତରେ ଅତିକମରେ ୧୫୦ ମିଟର ଦୂରତା ରଖାଯାଇପାରିବ। ଅର୍ଥାତ ଗୋଟିଏ ଟ୍ରେନ ପଛରେ ଅତିକମରେ ୧୫୦ ମିଟର ଦୂରରେ ଆଉ ଏକ ଟ୍ରେନ ରହିପାରିବ। ଘଟଣାରେ କୌଣସି ମୃତାହତ ହୋଇନଥିବା ରେଳବାଇ ପ୍ରଶାସନ ପକ୍ଷରୁ କୁହାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories