www.samajalive.in
Thursday, December 11, 2025
14.1 C
Bhubaneswar

ଶିଶୁ ବିକାଶ କେନ୍ଦ୍ରର ପ୍ରତିଷ୍ଠା ଦିବସ ପାଳନ

ବଲାଙ୍ଗୀର: ଶିଶୁ ସମାଜର ସାମଗ୍ରିକ ବିକାଶ ରେ ହିଁ ଦେଶର ବିକାଶ ଓ ଏହା ଭବିଷ୍ୟତରେ ଏକ ସୁସ୍ଥ ସମାଜ ନିର୍ମାଣରେ ସହାୟକ ହୋଇ ପାରିବ ଏବଂ ଏହି କ୍ଷେତ୍ରରେ ବଲାଙ୍ଗୀର ଶିଶୁ ବିକାଶ କେନ୍ଦ୍ରର ଉଦ୍ୟମ ପ୍ରଶଂସନୀୟ ବୋଲି ଶିଶୁ ବିକାଶ କେନ୍ଦ୍ରର ୩୫ତମ ପ୍ରତିଷ୍ଠା ଦିବସରେ ଅତିଥିମାନେ ମତବ୍ୟକ୍ତ କରିଅଛନ୍ତି। ସଭାପତି ମଦନ ମୋହନ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପଣ୍ଡିତ ଟୀକେଶ୍ୱର ଗୁରୁ ମୁଖ୍ୟ ଅତିଥି, ଉପଦେଷ୍ଟା ସାମାଜିକ କର୍ମୀ ବିକ୍ରମାନନ୍ଦ ବହିଦାର, ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ଓ ଶିକ୍ଷାବିତ କପିଳ ପତି ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ। ଏ ପାର୍ବଣରେ ଆଦର୍ଶ ଶିକ୍ଷକ ଭାବେ ଧର୍ମବ୍ରତ ରଥଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ନୃତ୍ୟ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ଆରାଧ୍ୟା ପୁଣ୍ୟତୋୟା, ଦିବ୍ୟାଂଶି ମହାନ୍ତି ଓ ଅନୁଷ୍କା ପଟ୍ଟନାୟକଙ୍କୁ ପୁରସ୍କୃତ କରାଯାଇଥିଲା। ସଭା ଆରମ୍ଭରେ ମାଁ ଦୁର୍ଗାଙ୍କର ପୂଜା ଅର୍ଚ୍ଚନା କରାଯାଇଥିଲା। ବେଦ ପଠନ କରିଥିଲେ ସତ୍ୟବନ୍ତ ବେଦବାକ। ଅନୁଷ୍ଠାନର ସଭାପତି ପତାକାକୁ ଉତ୍ତୋଳନ କରିଥିଲେ। ସଂପାଦକ ରତ୍ନମୟ ତ୍ରିପାଠୀ ବାର୍ଷିକ ବିବରଣୀ ପଠନ କରିଥିଲେ। ଏହି କାର୍ୟ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ ଚୁଡେନ୍ଦ୍ର କୁମାର ବେହେରା, ପ୍ରଦୀପ ପଶାୟତ, ପ୍ରଶାନ୍ତ ଷଡଙ୍ଗୀ, ଜ୍ୟୋତିରଂଜନ ମିଶ୍ର, ଧିରେନ୍ଦ୍ର ନାରାୟଣ ସିଂହଦେଓ, ସୁବାଷ ଦାସ, ହୃଷିକେଶ ପୁରୋହିତ ଓ ଅରୁଣ କୁମାର ଖୁଆସ। ଶେଷରେ ଉପ-ସଭାପତି ସୁନାଧର ବନଛୋର ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

‘ଜୀବେ ଦୟା’ ଜୈବ ବିବିଧତାର ଆଦର୍ଶ

ଆମ ପରିବେଶରେ ଥିବା ବିଭିନ୍ନ ପ୍ରକାରର ଉଦ୍ଭିଦ, ପ୍ରାଣୀ ଓ ଅନ୍ୟାନ୍ୟ...

ଅନୁଗୁଳରେ ଫୁଟିଲା ଗୁଳି, ଜଣେ ଗୁରୁତର

ଅନୁଗୁଳ : ଅନୁଗୁଳରେ ଫୁଟିଲା ଗୁଳି । ଶିକ୍ଷକପଡ଼ା ସ୍ଥିତ ଇକୋ...

ଚିନ୍ତାକଳ୍ପ : ଗୁଣଗ୍ରାହିତା

ଆବ୍ରାହମ ଲିଙ୍କନ, ଆମେରିକାର ଲୋକପ୍ରିୟ ରାଷ୍ଟ୍ରପତିଙ୍କ ମଧ୍ୟରୁ ଅଗ୍ରଗଣ୍ୟ। ଆଜି ମଧ୍ୟ...

ରାଉରକେଲା ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଛି।...

Related Articles

Popular Categories