www.samajalive.in
Sunday, December 14, 2025
19.1 C
Bhubaneswar

ଟାର୍ଗେଟରେ ପଶ୍ଚିମ ଓଡିଶା, ଦଳିତ ପରିବାରରେ ମଧ୍ୟାହ୍ନ ଭୋଜନ କଲେ ଅମିତ ଶାହା

ବଲାଙ୍ଗିର: ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଥିବା ଅମିତ୍ ଶାହା ଦ୍ୱିତୀୟ ଦିନରେ ବଲାଙ୍ଗୀର ଜିଲାରେ ବିଭିନ୍ନ କାର୍ଯ୍ୟକ୍ରମ ସହ ଯୁବ ସମାବେଶରେ ଯୋଗ ଦେଇଛନ୍ତି । କାର୍ଯ୍ୟକ୍ରମରେ ଯୋଗ ଆରମ୍ଭରୁ ବଲାଙ୍ଗିର ପୁଲିସ ୩ ଜଣ ଦଳିତ ନେତା ଓ ଦେଓଗାଁର ୧୩ ଜଣଙ୍କୁ ପୁଲିସ ଅଟକ ରଖିଛି ।

କାର୍ଯ୍ୟକ୍ରମ ପୂର୍ବରୁ ଅମିତ ଶାହା ବଲାଙ୍ଗିରରେ ପହଞ୍ଚି ଦେଓଗାଁର ଦଳିତ ପରିବାର ମହେଶ୍ୱର ସୁନାଙ୍କ ଘରେ ମଧ୍ୟାହ୍ନ ଭୋଜନ କରିଥିଲେ । ମାଟି ଘରେ ସପରେ ବସିବା ସହ ପତ୍ର ଖଲି ପତ୍ର ଓ ଦନାରେ ଅମିତ୍ ଶାହାଙ୍କୁ ଖାଦ୍ୟ ପରଷା ଯାଇଥିଲା । ମହେଶ୍ୱର ସୁନାଙ୍କ ପତ୍ନୀ ଭାତ, ମୁଗ ଡାଲି, ଲିମ୍ୱଫୁଲ ଭଜା, ବହଲ ଫୁଲ ଭଜା, ଖିରି, ରାଶି ଲଡ଼ୁ, ବଡ଼ି, ଆରିଷା,କାକରା ଇତ୍ୟାଦି ବ୍ୟଞ୍ଜନ ଅମିତ ଶାହାଙ୍କୁ ପରଷି ଥିଲେ । ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ସଂଗୀତା ସିଂହଦେଓ, କେ.ଭି. ସିଂହଦେଓ ପ୍ରମୁଖ ମଧ୍ୟାହ୍ନ ଭୋଜନରେ ସାମିଲ ଥିଲେ । ପରେ ଅମିତ ଶାହା , ମହେଶ୍ୱର ସୁନାଙ୍କ ପରିବାର ସହ କିଛି ସମୟ ଆଲୋଚନା କରିଥିଲେ ।

- Advertisement -

ସୂଚନାଯୋଗ୍ୟ,  ଆଜି ସକାଳ ୮.୩୦ ମନିଟ ସମୟରେ ଭାଜପା ରାଷ୍ଟିୟ ଅଧ୍ୟକ୍ଷ ଅମିତ ଶାହା କଡା ସୁରକ୍ଷାରେ ଭବାନୀପାଟଣାରୁ ବଲାଙ୍ଗୀର ରୋଡ ସୋ ରେ ଯିବା ବେଳେ ନୂତନ ବସ ଷ୍ଟାଣ୍ଡ ଓ କଲେଜ ଛକଠାରେ ଯୁବ ଓ ଛାତ୍ର କଂଗ୍ରେସ ତରଫରୁ ଅମିତ ଶାହାଙ୍କୁ କଳାପତକା ଦେଖାଇ ତୀବ୍ର ବିରୋଧ କରିଥିଲେ ।

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories