www.samajalive.in
Monday, December 15, 2025
15.1 C
Bhubaneswar

ଓଡିଶା କନିଷ୍ଠ ଶିକ୍ଷକ ସଙ୍ଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

ବଲାଙ୍ଗିର: ଓଡିଶା କନିଷ୍ଠ ଶିକ୍ଷକ ସଙ୍ଘ ର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆଜି ବଲାଙ୍ଗିରରେ ରାଜ୍ୟ ସଭାପତି ବାରିକ ଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଇଯାଇଛି l ୨୦୧୫ ବ୍ୟାଚ୍‌ରେ ନିଯୁକ୍ତି ପାଇଥିବା କନିଷ୍ଠ ଶିକ୍ଷକ ମାନଙ୍କର ନିୟମିତ ପ୍ରକ୍ରିୟା, ରାଜ୍ୟ କନିଷ୍ଠ ଶିକ୍ଷକ ସଙ୍ଘର ଆଗାମୀ କାର୍ଯ୍ୟପନ୍ଥା, ଡି.ଏଲ୍‌ଇଡି(ନିଆଇଓଏସ୍‌)ଟ୍ରେନିଂ ନେଇଥିବା ଶିକ୍ଷକ ମାନଙ୍କ ସମସ୍ୟା ଉପରେ ଆଲୋଚନା ହେଇଥିଲା। ୨୦୧୫ ବ୍ୟାଚ୍‌ ଶିକ୍ଷକ ମାନଙ୍କର ନିୟମିତ ପ୍ରକ୍ରିୟା କିଭଳି ଦ୍ରୁତ ଗତି ରେ ହେବ ସେଥିପାଇଁ ରାଜ୍ୟ ସଭାପତି ସମ୍ପୂର୍ଣ ସହଯୋଗ କରିବେ ବୋଲି ଆଶ୍ୱାସନା ଦେଇଥିଲେ। ରାଜ୍ୟ ର ସମସ୍ତ ବ୍ଲକ ସଂଗଠନ ଏବଂ ଜିଲା ସଂଗଠନ ପୁନଃଗଠନ ତଥା ସୁଦୃଢ କାର୍ଯ୍ୟ ଖୁବ ଜଲଦି ସାରିବାକୁ ଆହ୍ୱାନ ଦେଇଥିଲେ। କନିଷ୍ଠ ଶିକ୍ଷକ ମାନଙ୍କ ଦରମା ବୃଦ୍ଧି, କିଭଳି ହେଇପାରିବ ସେ ସଂକ୍ରାନ୍ତୀୟ ଆଲୋଚନା ହେଇଥିଲା। ସଭା ରେ ରାଜ୍ୟ ତ କଯ୍ୟକାରୀ ସଭାପତି ଅମରେନ୍ଦ୍ର ବାଗ, ଶାଶ୍ୱତ ଯୋଶୀ ଓ ଅନ୍ୟ ସଦସ୍ୟ ଜ୍ୟୋତି ପ୍ରକାଶ ଷଡ଼ଙ୍ଗୀ, ମଧୁସୂଦନ ସାଗର, ନେତ୍ରାନନ୍ଦ ପଧାନ ପ୍ରମୁଖ ରାଜ୍ୟ ସ୍ତରୀୟ ଶିକ୍ଷକ ନେତା ମାନେ ଉପସ୍ଥିତ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories