www.samajalive.in
Sunday, December 7, 2025
26.1 C
Bhubaneswar

କାର୍ତ୍ତିକ ପୂର୍ଣ୍ଣମିରେ ଭକ୍ତଙ୍କୁ ମନ୍ଦିର ଯିବା ମନା: ଭାଙ୍ଗିଲା ଶହେ ପଚିଶ ବର୍ଷର ପରମ୍ପରା, ବଜାରରେ ବିକ୍ରି ହେଉନି ଭସାଣି ଡଙ୍ଗା

ବଲାଙ୍ଗିର: କରୋନା କଟକଣା ଯୋଗୁଁ ଚଳିତ ବର୍ଷ ପର୍ବପର୍ବାଣିରେ ସେତେଟା ଉଲ୍ଲାସ ଦେଖିବାକୁ ମିଳିନାହିଁ। ଦଶହରା ପରେ ଏବେ କାର୍ତ୍ତିକ ପୂର୍ଣ୍ଣମି ଫିକା ପଡିଛି। ପବିତ୍ର କାର୍ତ୍ତିକ ପୂର୍ଣ୍ଣିମି ଦିନ ପଞ୍ଚୁକର ଶେଷ ଦିନ। ବିଶେଷ କରି ହିନ୍ଦୁ ଧର୍ମରେ ଏହି ଦିନ ବେଶ ଗୁରୁତ୍ୱପୂର୍ଣ୍ଣ ବହନ କରେ। ହେଲେ କଟକଣା ସବୁ ଓଲଟ ପାଲଟ କରିଦେଲା। ବଲାଙ୍ଗିର ସହରର ମନ୍ଦିର ଗୁଡିକୁ ତାଲା ଦେବା ପାଇଁ ସରକାରୀ ନିର୍ଦେଶ ହୋଇଥିବା ବେଳେ ଭକ୍ତଙ୍କୁ ଭଗବାନଙ୍କ ଦର୍ଶନ ମନା ହୋଇଛି।
ବଲାଙ୍ଗିର ସହରର ଦୈନିକ ବଜାର। ପୂର୍ବ ବର୍ଷମାନଙ୍କରେ କାର୍ତ୍ତିକ ପୂର୍ଣ୍ଣମାର ପ୍ରାୟ ଦୁଇ ଦିନ ପୂର୍ବରୁ ପ୍ରବଳ ଭିଡ ଦେଖିବାକୁ ମିଳେ। କିନ୍ତୁ ଚଳିତ ବର୍ଷ ବିକ୍ରିର ନା ଗନ୍ଧ ନାହିଁ। ବଜାରକୁ ବିକ୍ରି କରିବାକୁ ଆସିଥିବା ବେପାରୀମାନେ ମଧ୍ୟ ଗ୍ରାହକଙ୍କ ଆଗମନକୁ ଅପେକ୍ଷା କରି ବସି ରହିଛନ୍ତି। ଏଥର କାର୍ତ୍ତିକ ବଜାର ସମ୍ପୁର୍ଣ୍ଣ ମାନ୍ଦା ବୋଲି ସଦର ବ୍ଲକ ଅଞ୍ଚଳର ଜାନକୀ ପୁଟେଲ କୁହନ୍ତି। ନିଜ ଚାଷ ଜମିରୁ କଦଳୀ ଗଛର ଛାଲିକୁ ଡଙ୍ଗା ଆକାରରେ ବିକ୍ରି କରନ୍ତି। ଗତ ବର୍ଷମାନଙ୍କରେ ଭଲ ଦୁଇ ପଇସା ବିକ୍ରି କରି ପାରୁଥିଲେ। ହେଲେ ଏଥର କରୋନା କଟକଟଣା ଯୋଗୁ ଏସବୁ ବିକ୍ରି ହୋଇପାରୁନାହିଁ।
ଐତିହାସିକ ବଲାଙ୍ଗିର ସହରକୁ ଦେଖିଲେ ଏହା ସାମାଜିକ, ସାଂସ୍କୃତିକରେ ଯେତିକି ସମୃଦ୍ଧ ତା ଠାରୁ ବେଶି ଆଧ୍ୟାତ୍ମିକ ବିଶ୍ୱାସ ରହିଛି। ଏହି ମାଟିରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ପାଇଁ ସ୍ୱତନ୍ତ୍ର ଭାବେ ମନ୍ଦିର ତତ୍କାଳୀନ ପାଟଣା ଶାସନର ମହାରାଜ କରିଥିଲେ। ଇତିହାସର ପୃଷ୍ଠା ଲେଉଟାଇଲେ, ଗୋପାଲଜୀ ମନ୍ଦିର ବଲାଙ୍ଗିର ସହରର ସର୍ବ ପୁରାତନ ମନ୍ଦିର ବୋଲି ଜଣାଯାଏ। ଏହି ମନ୍ଦିରକୁ ବଲାଙ୍ଗିରର ପୁରୁଣା ରାଜପ୍ରାସାଦର ପଛପଟେ ୧୮୯୬ ମସିହାରେ ନିର୍ମାଣ କରାଯାଇଥିଲା। ଏହାରି ପରିସରରେ ସୁରମ୍ୟ ପୁଷ୍ପ ଉଦ୍ୟାନ ରହିଥିଲା। ୧୯୪୦ ମସିହା ପର୍ଯ୍ୟନ୍ତ ଏହାର ଯତ୍ନ ଠିକ ଭାବେ ନିଆଯାଉଥିଲା। ପରେ ଏହା ଦବୋତ୍ତର ବିଭାଗର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ରହିଆସିଛି। କାର୍ତ୍ତିକ ଚତୁର୍ଦ୍ଦଶୀ ଏବଂ ପଞ୍ଚକ ତିଥିରେ ବହୁତ ଭିଡ ପରିଲକ୍ଷିତ ହେଉଥିଲା। ହେଲେ ତାହା ଆଉ ଦେଖିବାକୁ ମିଳିନାହିଁ। ଚଳିତ ବର୍ଷ ଭକ୍ତଙ୍କ ଦର୍ଶନ କରୋନା କଟକଣା ଯୋଗୁଁ ବନ୍ଦ ହେଉଥିବାର ଦୀର୍ଘ ବର୍ଷର ପରମ୍ପରା ଭାଙ୍ଗିଲା ବୋଲି ଭକ୍ତଙ୍କ ମହଲରେ ଚର୍ଚ୍ଚାର ବିଷୟ ହୋଇଛି।
ତେବେ ବିଗତ ୫୦ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ପ୍ରଫୁଲ୍ଲ କୁମାର ଦାଶ ମୁଖ୍ୟ ପୂଜକ ଭାବେ ଦାୟିତ୍ୱ ନିର୍ବାହ କରି ଆସୁଥିଲେ। ହେଲେ ୨୦୧୮ ମସିହାରେ ତାଙ୍କ ନିଧନ ହେଲା। ଏବେ ତାଙ୍କ ସ୍ତ୍ରୀ ପ୍ରେମଲତା ଦାଶ ମନ୍ଦିରର ପୂଜାର୍ଚ୍ଚନା କରୁଥିବା ବେଳେ ପୁଅ ତାଙ୍କୁ ସହଯୋଗ କରନ୍ତି। ଦୀର୍ଘ ଦିନ ଧରି କରୋନା ଯୋଗୁଁ ମନ୍ଦିର ବନ୍ଦ ହେବା ଯୋଗୁଁ ପୂଜକଙ୍କ ପରିବାର ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଭକ୍ତଙ୍କ ବିନା ଭଗବାନଙ୍କ କୌଣସି କାର୍ଯ୍ୟ ସମ୍ଭବପର ନୁହେଁ ବୋଲି ପ୍ରେମଲତା କୁହନ୍ତି।
ଏସବୁ ଭିତରେ ଜଳାଶୟମାନଙ୍କରେ ବୋଇତ ବନ୍ଦାଣ (ଡଙ୍ଗା ଭଷସଣି)କୁ ନେଇ ଜିଲା ପ୍ରଶାସନ ମଧ୍ୟ ରୋକ ଲଗାଇଛି। ଏନଜିଟି ଓ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ନିର୍ଦ୍ଦେଶନାମାକୁ ଆଧାର ଅତିରିକ୍ତ ଜିଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରୀ ଜିଲାର ସମସ୍ତ ଉପ ଜିଲାପାଳ, ବ୍ଲକ, ତହସିଲ ତଥା ଥାନା ଦାୟିତ୍ୱରେ ଥିବା ଅଧିକାରୀମାନଙ୍କୁ ନିର୍ଦ୍ଦେଶନାମା ନେଇ ଆଗୁଆ ଅବଗତ କରେଇ ଦେଇଛନ୍ତି। ଗୋଟେ ପଟେ ପ୍ରଶାସନର କଟକଣା ଥିବା ବେଳେ ଅନ୍ୟପକ୍ଷରେ ଭକ୍ତଙ୍କ ଧାର୍ମିକ ଭାବନା। ଏହାକୁ ନେଇ ଜନସାଧାରଣରେ ପ୍ରତିକ୍ରିୟା ସୃଷ୍ଟି ହେଉଛି।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories