www.samajalive.in
Monday, December 15, 2025
15.1 C
Bhubaneswar

ବଦଳିବ ବଲାଙ୍ଗିର ସହରର ଚିତ୍ର, ଜାଗା ମିଶନ ଦେବ ଗରିବଙ୍କୁ ନୂଆ ପରିଚୟ

ବଲାଙ୍ଗିର: ବଦଳିବ ବଲାଙ୍ଗିର ସହରର ଚିତ୍ର। ବଦଳିବ ଗରିବଙ୍କ ଠିକଣା। ଗରିବ ଲୋକ ପାଇବେ ନୂଆ ପରିଚୟ। ଜାଗା ମିଶନ ଜରିଆରେ ଘର ଡିହ ଯୋଗାଉଛନ୍ତି ରାଜ୍ୟ ସରକାର। ବଲାଙ୍ଗିର ସହରର ଗରିବ ପରିବାରକୁ ଥଇଥାନ କରିବା ପାଇଁ ଯୋଜନା କରିଛି ଜିଲା ପ୍ରଶାସନ। ଗୋଟିଏ ପଟେ ଜବରଦଖଲ ଉଚ୍ଛେଦ କରି ସହରକୁ ଶୃଙ୍ଖଳିତ କରିବା ଓ ସୁନ୍ଦର ସହର ଗଢିବାକୁ ଚେଷ୍ଟା ଚାଲିଛି। ଆଉ ଗୋଟିଏ ପଟେ ଜବରଦଖଲରେ କ୍ଷତିଗ୍ରସ୍ତ ଗରିବ ପରିବାରକୁ ଜାଗା ମିଶନରେ ଘର ଡିହ ଓ ଘର ଯୋଗାଇ ଦିଆଯାଉଛି।
ବଲାଙ୍ଗିର ସହର ଆନନ୍ଦ ନଗରର ବିଜୟା ନାଗ। ଭୂମିହୀନ ପରିବାର ହୋଇଥିବାରୁ ଘରଡିହ ଯୋଗାଇଦେଲେ ରାଜ୍ୟ ସରକାର। ବାପ ଅଜା ଅମଳରୁ ବଲାଙ୍ଗିର ଆନନ୍ଦ ନଗରରେ ସରକାରୀ ଜମିରେ ଘର ତିଆରି କରି ରହୁଥିଲେ। ଗରିବ ପରିବାର ହୋଇଥିବାରୁ ଖଟିଲେ ଖାଇବେ, ନହେଲେ ନାହିଁ। ଏହା ଭିତରେ ଘର କରିବା କି ଘର ଡିହ କିଣିବା ତାଙ୍କ ପାଇଁ ଥିଲା ସାତ ସପନ। ସରକାର ଜାଗା ମିଶନରେ ଜାଗାଟିଏ ଯୋଗାଇ ଦେଇଛନ୍ତି। ଆନନ୍ଦ ନଗର ଛାଡି ସେ ଏବେ ବିଷ୍ଣୁମୁଣ୍ଡାରେ ଘର ତିଆରି କରିବେ। ଆନନ୍ଦ ନଗର ଓ ସୂର୍ଯ୍ୟ ନଗରର ୫୩ଟି ପରିବାରକୁ ଜାଗା ମିଶନରେ ସାମିଲ କରି ଘରଡିହ ଯୋଗାଇ ଦେଇଛନ୍ତି ରାଜ୍ୟ ସକରାର। ନୂଆ ଜାଗା ସହ ନୂଆ ପରିଚୟ ପାଇଛନ୍ତି। ମୁଣ୍ଡ ଗୁଞ୍ଜିବାକୁ ସ୍ଥାୟୀ ଠିକଣାଟେ ମିଳିଥିବାରୁ ବେଶ ଖୁସୀ ଗରିବ ପରିବାର।

ବଲାଙ୍ଗିର ସହର। ଚେସ୍ ବୋର୍ଡ ନହେଲେ ଯୋଜନାବଦ୍ଧ ସହର ବୋଲି ବଲାଙ୍ଗିରକୁ କୁହାଯାଏ । ଏବେ ବଲାଙ୍ଗିର ସହରକୁ ଅଧିକ ସୁନ୍ଦର ଓ ଶୃଙ୍ଖଳିତ କରିବା ପାଇଁ ଯୋଜନା କରୁଛି ଜିଲା ପ୍ରଶାସନ। ସହରରେ ଜାରି ରହିଛି ଜବରଦଖଲ ଉଚ୍ଛେଦ କାମ। ପ୍ରଥମରେ ସହରର ଡ୍ରେନ ଓ ରାସ୍ତା ତିଆରି ପାଇଁ ଜବରଦଖଲ ଉଚ୍ଛେଦ କରାଗଲା। ବଲାଙ୍ଗିର ସହରର ବ୍ରାହ୍ମଣ ପଡା ହେଉ କି ବଲାଙ୍ଗିର ସହରର ମନହରପୁର ରାସ୍ତା। ସେ ଲକ୍ଷ୍ମୀ ନାଳାରେ ଥିବା ଜବରଦଖଲ ହେଉ କି ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଜମିରେ ଥିବା ଜବରଦଖଲ। ବିଭିନ୍ନ ଉନ୍ନୟନମୂଳକ କାମ ପାଇଁ ଜବରଦଖଲ ଉଚ୍ଛେଦ କଲା ପ୍ରଶାସନ। ପ୍ରଥମରେ ଥଇଥାନ କରିଛନ୍ତି ଗରିବ ଭୂମିହୀନ ପରିବାର। ବଲାଙ୍ଗିର ଜିଲାପାଳ ଶ୍ରୀ ରାଣା କହିଛନ୍ତି ଯେ ଆମେ ଜାଗା ମିଶନରେ ଅନେକ ଗରିବ ପରିବାରକୁ ଥଇଥାନ କରିଛୁ। ବଲାଙ୍ଗିର ସହରକୁ ଶୃଙ୍ଖଳିତ ଓ ସୁନ୍ଦର କରି ଗଢି ତୋଳିବା ଆମ ସମସ୍ତଙ୍କ କର୍ତ୍ତବ୍ୟ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories