www.samajalive.in
Saturday, December 13, 2025
23.1 C
Bhubaneswar

ଝରବାହାଲି ହତ୍ୟାକାଣ୍ଡ ଘଟଣା, ଅଭିଯୁକ୍ତ ଗିରଫ

ଟିଟିଲାଗଡ : ବଲାଙ୍ଗୀର ଜିଲା ଟିଟିଲାଗଡ ଉପଖଣ୍ଡ ଅନ୍ତର୍ଗତ ସଇଁନ୍ତଲା ଥାନା ଝରବାହାଲି ଗ୍ରାମରେ ଗତ ୨୩ତାରିଖ ରାତ୍ରିରେ ହୋଇଥିବା ହତ୍ୟା କାଣ୍ଡରେ ଗୁରୁବାର ପୁଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି। ଏନେଇ ଟିଟିଲାଗଡ ଏସଡିପିଓ ସୁରେନ୍ଦ୍ର ନାରାୟଣ ଶତପଥି ବିସ୍ତୃତ ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ, ଝରବାହାଲି ଗ୍ରାମର ଜଗଦୀଶ ମନହିରା(୪୫) ଗତ ୨୩ତାରିଖ ରାତ୍ରିରେ ତାଙ୍କ କୁକୁଡା ଫାର୍ମରେ ଶୋଇଥିବା ବେଳେ କେହି ଦୁର୍ବୃତ୍ତ ତାଙ୍କୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ହତ୍ୟାକାଣ୍ଡରେ ଝରବାହାଲି ଗ୍ରାମର ଗଣେଶ ବଗର୍ତିଙ୍କୁ ହତ୍ୟାରେ ସମ୍ପୃକ୍ତ ଥିବା ସନ୍ଦେହରେ ଗତକାଲି ପୁଲିସ ଅଟକ ରଖିଥିଲା। ଗୁରୁବାର ପୁଲିସ ଅଭିଯୁକ୍ତକୁ ଟିଟିଲାଗଡ କୋର୍ଟ ଚାଲାଣ କରିଛି। ଏନେଇ ଏସଡିପିଓଙ୍କ ସୂଚନା ମୁତାବକ ଅଭିଯୁକ୍ତ ଗଣେଶର ମୃତ ଜଗଦିଶଙ୍କ କୌଣସି ବିଷୟ ନେଇ ପୂର୍ବ ଶତୃତା ରହିଥିଲା।। ଏହାକୁ ଗଣେଶ ବହୁ ଦିନରୁ ମାନସିକ ସ୍ତରରେ ଜଗଦୀଶକୁ ରାସ୍ତାରୁ ହଟାଇବାକୁ ଯୋଜନା ପ୍ରସ୍ତୁତ କରିଥିଲା। ଘଟଣା ଦିନ ରାତ୍ରିରେ ଜଗଦିଶ ତାଙ୍କ କୁକୁଡା ଫାର୍ମରେ ଏକୁଟିଆ ଶୋଇଥିବା ବେଳେ ଏକ କାଠ ଫାଳିଆରେ ଗଣେଶ ଜଗଦୀଶଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲା। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ରକ୍ତ ଲାଗିଥିବା କାଠ ଫାଳିଆ ପୁଲିସ ଜବତ କରିଥିବା ଜଣାପଡ଼ିଛି।

Hot this week

ପୂର୍ବରୁ ୧୩ଥର ହୋଇସାରିଛନ୍ତି , ଏବେ ପୁର୍ନବାର କାହିଁକି ?

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

ଚାଲାଣ ଛାଡ଼ ପାଇବାର ଶେଷ ସୁଯୋଗ, ଆଜି ବର୍ଷର ଶେଷ ଲୋକ ଅଦାଲତ

ସମାଜ ଡିଜିଟାଲ ଡେସ୍କ: ୨୦୨୫ ବର୍ଷର ଶେଷ ଲୋକ ଅଦାଲତ ଆଜି...

ଟଙ୍କାର ମୂଲ୍ୟହ୍ରାସ ଓ ଦେଶର ଅର୍ଥନୀତି

ବିଶ୍ବର ଅର୍ଥନୈତିକ ଶକ୍ତିଶାଳୀ ରାଷ୍ଟ୍ର ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଥିବାବେଳେ...

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ...

ଚୀନ୍‌ ଉପରେ ଲଗାମ ଲାଗିବ: ଗ୍ରେଟ୍‌ ନିକୋବର ଦ୍ୱୀପରେ ଦ୍ୱିତୀୟ ବିମାନବନ୍ଦର ନିର୍ମାଣ ଆରମ୍ଭ

ନୂଆଦିଲ୍ଲୀ: ଚୀନ୍‌ର ବଢ଼ୁଥିବା ମହତ୍ତ୍ୱାକାଂକ୍ଷାର ଜବାବରେ, ଭାରତ ମଲାକ୍କା ପ୍ରଣାଳୀରେ ଏକ...

Related Articles

Popular Categories