www.samajalive.in
Sunday, December 7, 2025
13.1 C
Bhubaneswar

ବଲାଙ୍ଗିର ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ତୁରେକେଲା ଗସ୍ତ

କଂଟାବାଞ୍ଜି : ବଲାଙ୍ଗିର ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଡ. ମହେଶ୍ୱର ସ୍ୱାଇଁ ଆଜି ତୁରେକେଲା ବ୍ଲକ ଗସ୍ତ କରି ମନରେଗା ଯୋଜନା ର ସମୀକ୍ଷା କରିବା ସହ ଏହି ଯୋଜନାରେ ଶ୍ରମିକ ମାନଙ୍କୁ କାର୍ଯ୍ୟ ଯୋଗାଇ ଦେବାକୁ ବ୍ଲକ ପ୍ରଶାସନ ଓ ଜି.ଆର.ଏସ. ମାନଙ୍କୁ ତାଗିଦ କରିଛନ୍ତି। ଏହି ଅବସରରେ ପ୍ରକଳ୍ପ ନିର୍ଦ୍ଦେଶକ ୧୯ଟି ଗ୍ରା.ପ. ର ମନରେଗା ଯୋଜନାର ସମୀକ୍ଷା କରି କାର୍ଯ୍ୟରେ ଆଶାନୁରୂପ ଅଗ୍ରଗତି ହୋଇନଥିବାରୁ ତୁରନ୍ତ ମନରେଗା କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଏ.ପି.ଓ. ଓ ଜି.ଆର.ଏସ. ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହା ଛଡା ବ୍ଲକରେ ଗ୍ରାମୀଣ ଆବାସ ଯୋଜନା ଓ ଅନ୍ୟାନ୍ୟ କାର୍ଯ୍ୟ ଉପରେ ସମୀକ୍ଷା କରିଥିଲେ। ପରେ ଅପରାହ୍ନ ୩ଟା ବେଳେ ବିଜେଡି ବରିଷ୍ଠ ନେତା ଅଜୟ ଦାସଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ତୁରେକେଲା ଗସ୍ତ କରି ଅପରାହ୍ନରେ ବ୍ଲକ ସମ୍ମିଳନୀ କକ୍ଷରେ ବିଡିଓ ମନୋରଞ୍ଜନ ପାଣିଗ୍ରାହୀଙ୍କ ଉପସ୍ଥିତିରେ ପ୍ରକଳ୍ପ ନିର୍ଦ୍ଦେଶକ ମହେଶ୍ୱର ସ୍ୱାଇଁଙ୍କୁ ଏକ ରାସ୍ତା କାମ ନିମ୍ନ ମାନର ହୋଇଥିବାରୁ ତଦନ୍ତ ଦାବି କରିଥିଲେ।

ପ୍ରାପ୍ତ ସୂଚନା ଅନୁଯାୟୀ, ବିର୍ଣ୍ଣା ଗ୍ରାମରୁ ଏନ୍.ଏ.ସି. ଶିଶୁ ଉଦ୍ୟାନ ସାମନା ରାସ୍ତା ଗତ ୨୦ ଦିନ ତଳେ କଂକ୍ରିଟ କାମ ସମ୍ପନ୍ନ ହୋଇଥିଲେ ମଧ୍ୟ ନିମ୍ନ ମାନର କାମ ହୋଇଥିବାରୁ ହାତରେ ଧରିଦେଲେ ରାସ୍ତା ଭାଙ୍ଗି ଚୁରମାର ହୋଇଯାଉଥିବା ବେଳେ ରାସ୍ତା କାମରେ ଫଳକ କେତେ ଟଙ୍କାର କାମ ହୋଇଛି ଓ କେଉଁ ଯୋଜନା ରେ କାମ ହୋଇଛି ଫଳକ ଲାଗି ନଥିଲା। କିନ୍ତୁ ସରକାରୀ ନିୟମ ଆନୁଯାୟୀ ଫଳକ ପ୍ରଥମେ ଲାଗି ପରେ କାର୍ଯ୍ୟ ଆରମ୍ଭ ହୋଇ ଶେଷ ହେବା କଥା। ତୁରେକେଲା ବ୍ଲକ ସହକାରୀ ଯନ୍ତ୍ରୀଙ୍କ ସୂତ୍ରରୁ ଏହି କାର୍ଯ୍ୟରେ ବିଲ ପଇଠ ହୋଇଥିବା ବରିଷ୍ଠ ନେତା ଦାସ ଅଭିଯୋଗ କରିଛନ୍ତି। ଏହି ବ୍ଲକର ଅନ୍ୟାନ୍ୟ କାମ ନିମ୍ନ ମାନର ହୋଇଥିବା ଅଭିଯୋଗ କରି ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ମନରେଗା ଯୋଜନାରେ ଅଧିକରୁ ଅଧିକ କାମ ଯୋଗାଇ ଦେବା ପାଇଁ ପ୍ରତିନିଧି ଦଳ ଦାବି ଜଣାଇଛନ୍ତି। ଏହି ଆଲୋଚନା ବେଳେ ବିଜେଡି ଜିଲ୍ଲା ସାଧାରଣ ସଂପାଦକ ରାଜେନ୍ଦ୍ର ବେହେରା,ଜିଲ୍ଲା ସଂପାଦକ ବିନୟ ବିଭାଗ, ବ୍ଲକ ସଭାପତି ଆଶାଦୁଲ୍ଲା ଖାଁ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ମୁନା ମହାନ୍ତି, ବିଶ୍ୱନାଥ ସାହୁ, ଦେବାର ବାରିକ, ସୁମନ ସେଠ, ବଡଡୁକଲା ସରପଂଚ ଧନସିଂ ମାଝୀ, ରସିକ ବାଗ ପ୍ରମୁଖ ଭାଗ ନେଇଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories