www.samajalive.in
Saturday, December 6, 2025
16.1 C
Bhubaneswar

ନରହନ୍ତା ଦନ୍ତାକୁ ଆୟତ୍ତ କରିବା ନେଇ ଜିଲା ବନଖଣ୍ଡ ଅଧିକାରୀଙ୍କୁ ଦାବିପତ୍ର

ବଲାଙ୍ଗିର: ବଲାଙ୍ଗିର କେଶରୀୟା ହିନ୍ଦୁ ବାହିନୀ ତରଫରୁ ବଲାଙ୍ଗିର ଜିଲା ବନଖଣ୍ଡ ଅଧିକାରୀଙ୍କୁ ଏକ ନରହନ୍ତା ଦନ୍ତା ହାତୀକୁ ଆୟତ୍ତ କରିବା ନେଇ ଦାବିପତ୍ର ପ୍ରଦାନ କରାଯାଇଛି। ଏହି ହାତୀଟି ବିଗତ ୨ ସପ୍ତାହ ଧରି ବରଗଡ, ସୋନପୁର ଓ ବଲାଙ୍ଗିର ଜିଲାରେ ତାଣ୍ଡବ ଲୀଳା ରଚି ଚାଲିଛି।

ଖବର ଅନୁସାରେ, ବରଗଡ଼ ଜିଲା ଗାଇସିଲେଟ ଅଞ୍ଚଳରେ ତିନି ଜଣକୁ ଆକ୍ରମଣ କରି ହତ୍ୟା କରିଥିବା ବେଳେ ବଲାଙ୍ଗିର ଜିଲା ଆଗଲପୁର ବ୍ଲକ ଅଞ୍ଚଳରେ ଚାରି ଜଣଙ୍କ ଜୀବନ ନେଇଛି ହାତୀ। ଲୋଇସିଂହା ବ୍ଲକ ଦର୍ଲିପାଲି ଗାଁର ଜଣକୁ ମଧ୍ୟ ହତ୍ୟା କରି ସାରିଲାଣି। ଗତକାଲି ବଲାଙ୍ଗିର ଜିଲ୍ଲା ସୀମାବର୍ତ୍ତି ସୋନପୁର ଜିଲା ମାଟିଆପାଲି ଗ୍ରାମର ମଧ୍ୟ ଜଣଙ୍କୁ ହତ୍ୟା କରିଛି। ଏହି। ଅଞ୍ଚଳର ବନ ବିଭାଗ ଅଧିକାରୀଙ୍କୁ ବାରମ୍ବାର ହାତୀ ବିଷୟରେ ଅବଗତ କରାଗଲେ ମଧ୍ୟ କୌଣସି ପଦକ୍ଷେପ ନେଉ ନାହାନ୍ତି। ଆଜି ବଲାଙ୍ଗିର ଜିଲା କେଶରୀୟା ହିନ୍ଦୁ ବାହିନୀ ପ୍ରଦେଶ ମହାମନ୍ତ୍ରୀ ସନ୍ତୋଷ କୁମାର ଭୋଳଙ୍କ ନେତୃତ୍ୱରେ ଏକ ଦଳ ଆଜି ଜିଲା ବନଖଣ୍ଡ ଅଧିକାରୀଙ୍କୁ ଭେଟି ହାତୀର ଦୌରାତ୍ମ୍ୟ ବିଷୟରେ ବର୍ଣ୍ଣନା କରିବା ସହ ଟ୍ରାଙ୍କୁଲାଇଜର ଲଗାଇ ଶୀଘ୍ର କେମିତି ନରହନ୍ତା ହାତୀକୁ କାବୁ କରି ଅନ୍ୟତ୍ର ସ୍ଥାନାନ୍ତର କରାଯାଇପାରିବ ସେଥିପାଇଁ ଏକ ଦାବି ପତ୍ର ପ୍ରଦାନ କରିଥିଲେ। ହାତୀ ଆକ୍ରମଣରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ପରିବାର ବର୍ଗଙ୍କୁ ୧୦ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ଦାବି କରାଯାଇଛି। ଯଥାଶୀଘ୍ର କେଶରୀୟା ହିନ୍ଦୁ ବାହିନୀର ଦାବି ପୂରଣ କରା ନଗଲେ ଆଗାମୀ ଦିନରେ କେଶରୀୟା ହିନ୍ଦୁ ବାହିନୀ ବଲାଙ୍ଗିର ଜିଲ୍ଲା ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ଘୋଷଣା କରାଯାଇଛି।

Hot this week

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

Related Articles

Popular Categories