www.samajalive.in
Tuesday, December 9, 2025
16.1 C
Bhubaneswar

ନେତା ବଦଳିଲେ, କମ୍ପାନୀ ବଦଳିଲା କିନ୍ତୁ ବିଦ୍ୟୁତ୍ ସଂଯୋଗ ସାତ ସପନ

ପାଟଣା: ପୁରୁଣା ବିଧାୟକ ଯାଇ ନୂଆ ବିଧାୟକ ଆସିଲେ। ନେସ୍କୋ ଯାଇ ଟାଟା ଆସିଲା ତଥାପି ଟିକିରା ଗ୍ରିଡରୁ ପାଟଣାକୁ ବିଦ୍ୟୁତ୍ ସଂଯୋଗ ହୋଇପାରିଲା ନାହିଁ। କେତେ ବେଳେ କର୍ମଚାରୀ ଅଭାବ ତ କେତେବେଳେ ବନ ବିଭାଗର ଅବହେଳା କହି ବର୍ଷ ବର୍ଷ ବିତି ଯାଉଛି ପଛେ ପାଟଣା ଅଞ୍ଚଳର ବିଦ୍ୟୁତ୍ ସମସ୍ୟାର ସମାଧାନ ହୋଇପାରୁ ନାହିଁ। ଟିକିରା ଗ୍ରିଡରୁ ପାଟଣା ବିଦ୍ୟୁତ୍ ସଂଯୋଗ ଦାବିରେ ଅଢେଇ ବର୍ଷ ତଳେ ପାଟଣା ବନ୍ଦ ଡାକରା ଦିଆଯାଇଥିଲା। ଧାରଣା ସ୍ଥଳକୁ ଆସିଥିବା ତତ୍କାଳୀନ ବିଧାୟକ ହୃଷୀକେଶ ନାଏକ ଓ ନେସ୍କୋ ଅଧିକାରୀଙ୍କୁ ମଧ୍ୟ ଲୋକେ ବେଶ୍ ହଲା ପଟା କରିଥିଲେ। ସେତେବେଳେ ଦୁଇ ମାସ ମଧ୍ୟରେ ଟିକିରା ଗ୍ରିଡ଼ରୁ ପାଟଣାକୁ ବିଦ୍ୟୁତ୍ ତାର ଟଣା କାମ ସାରିଦେବେ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା ହେଲେ ବିଧାୟକ ବଦଳି ନୂତନ ପାଟଣା ବିଧାୟକ ଜଗନ୍ନାଥ ନାଏକଙ୍କ କାର୍ଯ୍ୟକାଳ ମଧ୍ୟ ଦୁଇ ବର୍ଷ ପୁରିଲାଣି।

ନୂଆ ବିଧାୟକ ମଧ୍ୟ ଏହି କାମକୁ ତ୍ୱରାନିତ କରିବା ପାଇଁ ଡିଆନାଳି ଗ୍ରିଡ୍ ପରିଦର୍ଶନ ଠାରୁ ବନାଞ୍ଚଳ କାର୍ଯ୍ୟାଳୟରେ ବନ ଅଧିକାରୀଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି। ୨୦୨୦ ଜୁନ ସୁଦ୍ଧା କାମ ସରିଯିବ ପ୍ରତିଶ୍ରୁତି ମଧ୍ୟ ନାଲି କାଗଜ ବିଡାରେ ରହି ଗଲାଣି। ଏଥି ମଧ୍ୟରେ ନେସ୍କୋ ଯାଇ ଟାଟା ହାତକୁ ବିଦ୍ୟୁତ୍ ବିଭାଗ ଚାଲିଗଲାଣି, ହେଲେ କାମ ଆଣ୍ଠେଇଛି। ଯାହା ଫଳରେ ପତ୍ର ହଲିଲେ, ବର୍ଷା ହେଲେ ଦିନ ଦିନ ଧରି ପାଟଣା, ତୁରୁମୁଙ୍ଗା ଅଞ୍ଚଳ ଅନ୍ଧାରରେ ରହିବାକୁ ବାଧ୍ୟ ହେଉଛନ୍ତି। ରୋଗୀ ସେବା ହେଉକି ପାନୀୟ ଜଳ ଯୋଗାଣ ସବୁ ଠପ୍ ପଡ଼ିଯାଉଛି। ସମସ୍ୟା ପାଇଁ କାହାକୁ ଉତ୍ତରଦାୟୀ କରାଯିବ ଏ ଉତ୍ତର ପାଟଣାବାସୀଙ୍କ ମନ କୁ ଆନ୍ଦୋଳିତ କରୁଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories