ସରପଞ୍ଚଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ; ଚଞ୍ଚକତା କରି ଚୈାକି ହାତେଇଛନ୍ତି ସରପଞ୍ଚ

ବଲାଙ୍ଗିର : ଚଞ୍ଚକତା କରି ହାତେଇଛନ୍ତି ସରପଞ୍ଚ ପଦବୀ। ନିୟମାନୁସାରେ ଅଯୋଗ୍ୟ ଥିବା ଜଣେ ପ୍ରାର୍ଥୀ କାଗଜପତ୍ରରେ ଅନେକ ଅନିୟମିତତା କରି ନିର୍ବାଚନ ଲଢି ବିଜୟୀ ହୋଇଥିବାବେଳେ ନିର୍ବାଚନ ସମୟରେ ହୋଇଥିବା ଚଞ୍ଚକତା ଏବେ ପଦାରେ ପଡିଛି। ନିର୍ବାଚନ ଲଢିବା ପାଇଁ ବଲାଙ୍ଗିର ଜିଲା ବଙ୍ଗୋମୁଣ୍ଡା ବ୍ଲକ ଭାଲୁମୁଣ୍ଡା ସରପଞ୍ଚ ଭାବେ ନିର୍ବାଚିତ ହୋଇଥିବା ଉପେନ୍ଦ୍ର ମେହେର ନିଜର ଝିଅକୁ ସଂପର୍କୀୟଙ୍କୁ ଦେଇଥିବା ଅଭିଯୋଗ ହୋଇଛି। କେବଳ ନିର୍ବାଚନ ଲଢିବା ପାଇଁ ସେ ଏପରି କରିଥିଲେ ବୋଲି ଝିଅକୁ ନେଇଥିବା ତାଙ୍କ ସଂପର୍କୀୟ ସ୍ୱୀକାର କରିଥିବା ଏକ ଭିଡିଓ ମଧ୍ୟ ହସ୍ତଗତ ହୋଇଛି। ଆଇନ ଅନୁସାରେ ଦୁଇରୁ ଉର୍ଦ୍ଧ ଶିଶୁର ବାପା କିମ୍ବା ମା’ ନିର୍ବାଚନରେ ପ୍ରାର୍ଥୀ ହୋଇପାରିବେ ନାହିଁ ବୋଲି ନିୟମ ରହିଥିବାବେଳେ ଏହାକୁ ଉଲଂଘନ କରାଯାଇଥିବା ନିର୍ବାଚନରେ ପରାଜିତ ହୋଇଥିବା ପ୍ରାର୍ଥୀ ତୁଲାରାମ ମେହେର ଅଭିଯୋଗ କରିଛନ୍ତି।
ସୂଚନା ଅନୁସାରେ, ୨୦୧୭ରେ ବଲାଙ୍ଗିରରେ ହୋଇଥିବା ପଞ୍ଚାୟତ ନିର୍ବାଚନରେ ବଙ୍ଗୋମୁଣ୍ଡା ବ୍ଲକ ଭାଲୁମୁଣ୍ଡା ପଞ୍ଚାୟତର ସରପଞ୍ଚ ପଦବୀ ପାଇଁ ଉପେନ୍ଦ୍ର ମେହେର ଓ ତୁଲାରାମ ମେହେରଙ୍କ ମଧ୍ୟରେ ଲଢେଇ ହୋଇଥିଲା। ତୁଲାରାମ ମେହେର ଶେଷରେ ନିର୍ବାଚନ ଜିଣି ସରପଞ୍ଚ ଚୈାକି ହାତେଇଥିଲେ। ତେବେ ପରାଜିତ ହୋଇଥିବା ପ୍ରାର୍ଥୀ ଉପେନ୍ଦ୍ରଙ୍କ ଚାରୋଟି ପୁଅଝିଅ ଥିବା ନେଇ ଅଭିଯୋଗ କରିଛନ୍ତି। କେବଳ ନିର୍ବାଚନ ଲଢିବା ପାଇଁ ସେ ନିଜର ଝିଅକୁ ତାଙ୍କର ଜଣେ ସଂପର୍କୀୟ ଯାହାଙ୍କ ନାଁ ମଧ୍ୟ ଉପେନ୍ଦ୍ର ମେହେର ତାଙ୍କୁ ଟେକିଦେଇଥିବା ସେ ଅଭିଯୋଗ କରିଛନ୍ତି। ୧୯୯୮ ମସିହାରେ ଜନ୍ମ ହୋଇଥିବା ତାଙ୍କର ଗୋଟିଏ ଝିଅକୁ ସେ ନିଜର ଶଢୁ ଉପେନ୍ଦ୍ର ମେହେରଙ୍କୁ ଦେଇଥିବା ସମସ୍ତ କାଗଜପତ୍ରରେ ଦର୍ଶାଇଛନ୍ତି। ଏପରିକି ପଞ୍ଚାୟତ ନିର୍ବାଚନ ଲଢିବା ପାଇଁ ସେ ଅନେକ ଚଞ୍ଚକତା କରିଥିବା ଜିଲାପାଳଙ୍କ ଠାରେ ତୁଲାରାମ ଅଭିଯୋଗ କରିଛନ୍ତି। ନିୟମାନୁସାରେ ଦୁଇରୁ ଉର୍ଦ୍ଧ୍ବ ପୁଅଝିଅ ଥିବା ପ୍ରାର୍ଥୀ ନିର୍ବାଚନ ଲଢିବା ପାଇଁ ଅଯୋଗ୍ୟ ହୋଇଥିବାବେଳେ ଏହି ନିୟମକୁ ଉଲଂଘନ କରି ନିର୍ବାଚନ ଲଢିଥିବା ଉପେନ୍ଦ୍ର ମେହେରଙ୍କୁ ତାଙ୍କ ପଦରୁ ବହିଷ୍କାର କରିବା ପାଇଁ ସେ ଦାବି କରିଛନ୍ତି। ଏନେଇ ସେ ସ୍ଥାନୀୟ ପ୍ରଶାସନଠାରୁ ଆରମ୍ଭ କରି ଜିଲାପ୍ରଶାସନ ପର୍ଯ୍ୟନ୍ତ ଅଭିଯୋଗ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୈାଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ଜଣାପଡିଛି। ଇତିମଧ୍ୟରେ ହସ୍ତଗତ ହୋଇଥିବା ଏକ ଭିଡିଓରେ କିଭଳି ନିର୍ବାଚନ ଲଢିବା ପାଇଁ ସେ ନିଜ ଝିଅକୁ ଆଉ କାହା କୋଳକୁ ଟେକିଦେଇଛନ୍ତି ତାହା ସ୍ପଷ୍ଟ ହୋଇଛି। ଝିଅକୁ ଗ୍ରହଣ କରିଥିବା ଉପେନ୍ଦ୍ର ମେହେର ନିଜେ ଏହି କଥାକୁ ସ୍ୱୀକାର କରିବା ସହିତ କେବଳ ନିର୍ବାଚନ ଲଢିବା ହିଁ ତାଙ୍କର ଲକ୍ଷ୍ୟ ଥିଲା ବୋଲି ଭିଡିଓରେ ସ୍ପଷ୍ଟ ହୋଇଛି। ଏମିତିରେ ନିୟମ ଉଲଂଘନ କରିଥିବା ସରପଞ୍ଚ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ତୁଲାରାମ ମେହେର ଓ ପଞ୍ଚାୟତବାସୀ ଜିଲା ପ୍ରଶାସନ ପାଖରେ ଦାବି କରିଛନ୍ତି।

Comments are closed.