www.samajalive.in
Saturday, December 6, 2025
14.1 C
Bhubaneswar

ସରକାରୀ ବାବୁମାନଙ୍କୁ ଫାଇନ କାଟିବ କିଏ?

ବଲାଙ୍ଗିର : ବଲାଙ୍ଗିର ସହରରେ ଲକ୍‍ଡାଉନ,ସଟ୍‍ ଡାଉନ କଥା କାହାକୁ ଅଜଣା ଅଛପା ନୁହେଁ। ସାଧାରଣ ଗରିବ ଲୋକେ କିଭଳି ହଇରାଣ ହରକତ ହେଲେ ତାହା ବିଶେଷ କରି ଦୈନିକ ସମାଜ ଖବର କାଗଜ ପ୍ରତିଦିନ କିଛି ନା କିଛି ଖବର ପ୍ରକାଶ କରିଛି। ଏହାରି ଭିତରେ ଯେ ଆଇନ କାନୁନ କେବଳ ଲୋକମାନଙ୍କ ପାଇଁ ଲାଗୁ ହୁଏ। ଆଇନ ଉଲଂଘନ କଲେ ମୋଟା ଅଙ୍କର ଫାଇନ ଅସୁଲି କରାଯାଏ। ଦରକାର ପଡିଲେ ଥାନାକୁ ନେଇ ୨/୪ ଘଣ୍ଟା ବସେଇ ଦିଆଯାଏ। କିନ୍ତୁ ବଲାଙ୍ଗିର ସହରରେ ସରକାରୀ ବାବୁମାନଙ୍କ ପାଇଁ ସାତ୍‍ ଖୁନ ମାଫ୍‍।

ବଲାଙ୍ଗିର ଉପ ଜିଲାପାଳ ସଂଜୟ କୁମାର ମିଶ୍ର। ଓଡିଶା ପ୍ରଶାସନିକ ସେବାର ବରିଷ୍ଠ ପଦାଧିକାରୀ। ବାବୁଙ୍କୁ ଉପଜିଲାପାଳ ସହ ଉପଜିଲା ମାଜିଷ୍ଟ୍ରେଟ୍‍ ଭାର ମଧ୍ୟ ସରକାର ସ୍ୱତନ୍ତ୍ର ଆଇନ ଜରିଆରେ ଦେଇଛନ୍ତି। ଜଣେ ଉପଜିଲା ମାଜିଷ୍ଟ୍ରେଟ ଭାବେ ସେ ଆଇନର ସଠିକ ପାଳନ ହେଉଛି କି ନାହିଁ ତାହା ତଦାରଖ କରିବାର କ୍ଷମତା ରହିଛି। ସେଥି ପାଇଁ ତ ସାମାଜିକ ଦୂରତା ରକ୍ଷା ନକଲେ ସେହି କ୍ଷମତା ବଳରେ ବିଭିନ୍ନ ବ୍ୟବସାୟିକ ଦୋକାନକୁ ସିଲ କରିଦେଉଥିଲେ। ଏପରିକି ୧୦ ହଜାର ଟଙ୍କାର ଫାଇନ ବି କାଟିଥିଲେ। ଏହା ପରେ ବେଶ ଚର୍ଚ୍ଚାକୁ ଆସିଥିଲେ ଏହି ସରକାରୀ ବାବୁ ଜଣକ। ସାଧାରଣ ଲୋକଙ୍କ, ଦୋକାନୀଙ୍କ ଯେଉଁ ଭୁଲ ପାଇଁ ହଜାର ହଜାର ଟଙ୍କା ଫାଇନ କାଟିଥିଲେ ଏବେ ନିଜେ ସେହି ଭୁଲ କରିଥିବା ସାମାଜିକ ଗଣମାଧ୍ୟମରେ ବେଶ ଚର୍ଚ୍ଚାର ବିଷୟ ହୋଇଛି। ସାମାଜିକ ଦୂରତା ଭୁଲିଗଲେ ବଲାଙ୍ଗିର ଉପ ଜିଲାପାଳ। ତାଙ୍କ ସହ ପିଡବ୍ଲୁଡି ବିଭାଗର ଏସଡିଓ ମନୋଜ କୁମାର ମହାନନ୍ଦ ଓ ଅନ୍ୟଜଣେ ବାବୁ ମଧ୍ୟ ରହିଛନ୍ତି। ବେଶ ପାଖରେ ଥାଇ କଥାବାର୍ତ୍ତା କରୁଥିବା ଫଟୋରେ ସ୍ପଷ୍ଟ ହେଉଛି। ଏବେ ସାଧାରଣ ଲୋକେ ପ୍ରଶ୍ନ କଲେଣି ସରକାରୀ ବାବୁମାନେ ଭୁଲ କଲେ ଫାଇନ କାଟିବ କିଏ?

- Advertisement -

ଏଇ କିଛି ଦିନ ତଳେ ଜବରଦଖଲ ଉଚ୍ଛେଦ ସମୟରେ ଉପ ଜିଲାପାଳ ଲୋକଙ୍କୁ ର୍ଦୁବ୍ୟବହାର କରିଥିବା ନେଇ ଅଭିଯୋଗ ହୋଇଥିଲା। ଗରିବ ଲୋକଙ୍କ ଘର ଭାଙ୍ଗୁଥିବା ବେଳେ ସହରର ମାଫିଆମାନଙ୍କୁ ବେଶ ସୁରକ୍ଷା ଦିଆଯାଉଥିବା ନେଇ ଅଭିଯୋଗ ପରେ ଉପ ଜିଲାପାଳ କୁଆଡେ ରାଗି ଯାଇଥିଲେ। ସ୍ଥାନୀୟ ରୁଗୁଡିପଡାରେ ଜଣେ ବରିଷ୍ଠ ସାମ୍ବାଦିକଙ୍କ ସହ କଥା କଟାକଟି ଯାଏଁ କଥା ଯାଇଥିଲା। ଏହି ଘଟଣା ବଲାଙ୍ଗିର ସହରରେ ବେଶ ଚର୍ଚ୍ଚାର ବିଷୟ ହୋଇଥିଲା। କେବଳ ଏତିକିରେ ସରିନି କଥା। କୋଭିଡ ପାଇଁ କୌଣସି ଘର ଭଙ୍ଗା ଯାଇ ପାରିବ ନାହିଁ ବୋଲି ହାଇକୋର୍ଟଙ୍କ ସ୍ପଷ୍ଟ ନିର୍ଦ୍ଦେଶ ରହିଥିବା ବେଳେ ଏହାକୁ ଅବମାନନା କରି ଫସି ଯାଇଛନ୍ତି ଉପ ଜିଲାପାଳ ଶ୍ରୀ ମିଶ୍ର। ଏ ନେଇ ତାଙ୍କ ପ୍ରତିକ୍ରିୟା ଲୋଡାଯିବାରୁ ଦୀର୍ଘ ଦିନ ହେଲା ଜବରଦଖଲ କରି ସରକାରୀ ସ୍ଥାନରେ ରହୁଥିଲେ। ତେଣୁ ଜବରଦଖଲ ଉଚ୍ଛେଦ ଜାରି ରହିଛି ଆଗକୁ ମଧ୍ୟ ରହିବା ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ ସମ୍ପର୍କରେ ମୁଁ ଅବଗତ ନୁହେଁ, ଦେଖିବା କଣ ରହିଛି ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories