www.samajalive.in
Friday, December 5, 2025
20.1 C
Bhubaneswar

କୁକୁର ପ୍ରଜନନ ଓ ବିପଣନ ପାଇଁ ପଞ୍ଜୀକରଣ ବାଧ୍ୟତାମୂଳକ

ଭୁବନେଶ୍ୱର: କୁକୁର ପ୍ରଜନନ ଓ ବିପଣନ ଏବଂ ପୋଷା ଜୀବଜନ୍ତୁ ଦୋକାନ ପାଇଁ ପଞ୍ଜୀକରଣ ବାଧ୍ୟତାମୂଳକ କରାଯାଇଛି ବୋଲି କଟକ ରାଜ୍ୟ ପଶୁକଲ୍ୟାଣ ପରିଷଦ ପ୍ରାଣୀପାଳନ ଓ ପ୍ରାଣୀ ଚିକିତ୍ସା ନିର୍ଦେଶକ ସୂଚନା ଦେଇଛନ୍ତି।
କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ଜୀବେ ନିଷ୍ଠୁରତା ନିରୋଧ( କୁକର ପ୍ରଜନନ ଏବଂ ବିପଣନ ଅଧିନିୟମ ୨୦୧୭ ଏବଂ ଜୀବେ ନିଷ୍ଠୁରତା ନିରୋଧ(ପୋଷା ଜୀବଜନ୍ତୁ ଦୋକାନ) ଯଥାକ୍ରମେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଅଧିସୂଚନା ଜରିଆରେ ସମଗ୍ର ରାଜ୍ୟରେ ତତ୍କାଳ ପ୍ରଚଳନ କରାଯାଇଛି। ଉପରୋକ୍ତ ଦୁଇ ଅଧିନିୟମ ଅନୁଯାୟୀ ରାଜ୍ୟର ସମସ୍ତ କୁକୁର ପ୍ରଜନନ ଓ ବିପଣନ ଏବଂ ପୋଷା ଜୀବଜନ୍ତୁ ଦୋକାନ ତଥା ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ଅଧିସୂଚନା ପାଇବାର ୬୦ଦିନ ମଧ୍ୟରେ ରାଜ୍ୟ ପଶୁକଲ୍ୟାଣ ପରିଷଦଙ୍କ ଦ୍ୱାରା ପଞ୍ଜୀକୃତ ହେବା ବାଧ୍ୟତାମୂଳକ ଅଟେ। ପଞ୍ଜୀକୃତ ହୋଇନଥିବା ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ସମ୍ପୃକ୍ତ ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ମାଧ୍ୟମରେ ଆବେଦନ କରିପାରିବେ। ଆବେଦନ ଫର୍ମ ଏବଂ ପଞ୍ଜୀକଣ ସମ୍ବନ୍ଧୀୟ ସବିଶେଷ ସୂଚନା ସମ୍ପୃକତ ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ଏବଂ ୍ରପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦେଶାଳୟ ୱେବ୍‍ସାଇଟ୍‍ରେ ଉପଲବ୍ଧ ରହିଛି ବୋଲି କଟକ ରାଜ୍ୟ ପଶୁକଲ୍ୟାଣ ପରିଷଦ ପ୍ରାଣୀପାଳନ ଓ ପ୍ରାଣୀ ଚିକିତ୍ସା ନିର୍ଦେଶକ ସୂଚନା ଦେଇଛନ୍ତି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories