www.samajalive.in
Friday, December 5, 2025
27.1 C
Bhubaneswar

ଅର୍ଥ ନେଣଦେଣ ଉପରେ ନଜର ରଖିବ ୧୦ ସଂସ୍ଥା: ସିବିଆଇ ଓ ଗୁଇନ୍ଦା ନିର୍ଦେଶାଳୟକୁ ମିଳିବ ସୂଚନା

ନୂଆଦିଲ୍ଲୀ: ଆତଙ୍କବାଦୀ ସଙ୍ଗଠନର ଅର୍ଥ ନେଣଦେଣ ନେଇ ଆୟକର ବିଭାଗର ଏକୀକୃତ ଆତଙ୍କବାଦ ନିରୋଧୀ ସେଲ (ନେଟ୍ ଗ୍ରୀଡ଼) ସିବିଆଇ ସମେତ ୧୦ ତଦନ୍ତକାରୀ ଏଜେନ୍ସି ସହ ତଥ୍ୟ ଆଦାନପ୍ରଦାନ କରିବ । ଏ ସମ୍ପର୍କରେ କେନ୍ଦ୍ର ସରକାର ବିଧିବଦ୍ଧ ନିର୍ଦେଶ ଜାରି କରିଛନ୍ତି । କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ଼ (ସିବିଡ଼ିଟି) ଏ ସମ୍ପର୍କରେ ଜାରି କରିଥିବା ନିର୍ଦେଶନାମାରେ କୁହାଯାଇଛି ଯେ ସ୍ଥାୟୀ ଖାତା ସଂଖ୍ୟା (ପାନ୍), ଟିକସ କାଟ (ଟ୍ୟାକ୍ସ ଡ଼ିଡ଼କ୍ସନ), ସଂଗ୍ରହ ଖାତା ନମ୍ବର (ଟିଏଏନ୍), ବ୍ୟାଙ୍କ ଜମା (ବ୍ୟାଙ୍କ ଆକାଉଣ୍ଟ ଡ଼ିଟେଲ୍ସ) ଆୟକର ରିଟର୍ଣ୍ଣ (ଆଇଟିଆର୍) ସହ ଟିଡ଼ିଏସ୍ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ସିବିଆଇ ଓ ଅନ୍ୟ ଗୁଇନ୍ଦା ସଂସ୍ଥା ସହ ତଥ୍ୟ ଆଦାନପ୍ରଦାନ କରାଯିବ ।

ଏହି କେନ୍ଦ୍ରୀୟ ସଂସ୍ଥାଗୁଡ଼ିକ ସହ ନେସନାଲ ଇଣ୍ଟେଲିଜେନ୍ସ ଗ୍ରୀଡ଼୍ (ନେଟଗ୍ରୀଡ଼) ଜରିଆରେ ତଥ୍ୟ ଆଦାନପ୍ରଦାନ ହେବ । ସିବିଆଇ, ରାଜସ୍ବ ଗୁଇନ୍ଦା ନିର୍ଦେଶାଳୟ, ପ୍ରବର୍ତନ ନିର୍ଦେଶାଳୟ, କେନ୍ଦ୍ରୀୟ ଅପ୍ରତ୍ୟକ୍ଷ ଟିକସ ଓ ସୀମା ଶୁଳ୍କ ବୋର୍ଡ଼, ମନ୍ତ୍ରୀମଣ୍ଡଳ ସଚିବାଳୟ, ଇଣ୍ଟେଲିଜେନ୍ସ ବ୍ୟୁରୋ, ଜିଏସଟି ଗୁଇନ୍ଦା ମହାନିର୍ଦେଶାଳୟ, ନିଶା ଦ୍ରବ୍ୟ ନିୟନ୍ତ୍ରଣ ବ୍ୟୁରୋ, ଆର୍ଥିକ ଗୁଇନ୍ଦା ନିର୍ଦେଶାଳୟ ଓ ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି (ଏନ୍ଆଇଏ)କୁ ମଧ୍ୟ ଏହି ତଥ୍ୟ ପ୍ରଦାନ ହେବ । ଗୋପନୀୟ ଭାବରେ ଏହି ସଂସ୍ଥାଗୁଡ଼ିକ ତଥ୍ୟ ଆଦାନପ୍ରଦାନ କରିବେ ଏବଂ ଏହାଦ୍ବାରା ଆର୍ଥିକ ଅନିୟମିତତା, ବିଦେଶୀ ପାଣ୍ଠିର ଆଗମନ ଓ ବହିର୍ଗମନ, ଆତଙ୍କବାଦ କାର୍ଯ୍ୟକଳାପ ଆଦି ସମ୍ପର୍କରେ ସୂଚନା ମିଳିବା ସମ୍ଭବ ହେବ ବୋଲି କୁହାଯାଇଛି ।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories