www.samajalive.in
Saturday, December 6, 2025
16.1 C
Bhubaneswar

ଶଳା,ଭିଣୋଇଙ୍କୁ ମରଣାନ୍ତକ ଆକ୍ରମଣ କରି ୨ ଲକ୍ଷ ୬୫ ହଜାର ଝାମ୍ପିନେଲେ ୩ ଦୁବୃର୍ତ୍ତ

ବଲାଙ୍ଗୀର : ବଲାଙ୍ଗୀର-ପାଟଣାଗଡ ରାସ୍ତା ଡୁଡୁକାଶିରା ଛକ ନିକଟରେ ଶଳା,ଭିଣୋଇଙ୍କୁ ଲୁଟିଲେ ୩ ଦୁବୃର୍ତ୍ତ  ମାରଣାନ୍ତକ ଆକ୍ରମଣ କରିବା ସହ ଝାମ୍ପିନେଲେ ୨ ଲକ୍ଷ ୬୫ ହଜାର ନଗଦ ଟଙ୍କା। ରାଜ ରାସ୍ତାରେ ଏଭଳି ଏକ ଲୁଟର ଶିକାର ହୋଇ ବଲାଙ୍ଗୀର ଭିମ ଭୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ଶଳାଭିଣୋଇ।

ବଲାଙ୍ଗୀର ସହରର ରାଜୀବ ନଗର ଅଞ୍ଚଳର ନିକୁଞ୍ଜ କିଶୋର ତରାଇ ଓ ତାଙ୍କ ଶଳା ପ୍ରକାଶଚନ୍ଦ୍ର ଜେନା। ହର୍ଡାଟାଲରେ ଥିବା ଏକ କିରୋସିନି ଡିଷ୍ଟ୍ରିବ୍ୟୁଟରଙ୍କ ନିକଟରେ କାମ କରୁଥିବା ଶଳା ଭିଣୋଇ ଆଜି ଡିଲର ମାନଙ୍କୁ କିରୋସିନି ବାଣ୍ଟି ଆସିଥିଲେ। ପ୍ରାୟ ୨ ଲକ୍ଷ ୬୫ ହଜାର ଟଙ୍କା ନେଇ ଦିନ ପ୍ରାୟ ୧୨ଟା ସମୟରେ ଏକ ସ୍କୁଟି ଯୋଗେ ବଲାଙ୍ଗିରକୁ ଫେରୁଥିଲେ। ଡୁଡୁକାଶିରା ଛକ ଠାରେ ଏକ ହୋଣ୍ଡା ୟୁନିକନ ବାଇକ ଯୋଗେ ତିନି ଜଣ ଦୁବୃର୍ତ୍ତ ଲାଠି ଓ ଭୁଜାଲିରେ ଆକ୍ରମଣ କରି ଟଙ୍କା ଭର୍ତ୍ତି ବ୍ୟାଗ ଲୁଟି ପାଟଣାଗଡ ରାସ୍ତା ଆଡକୁ ଫେରାର ମାରିଥିଲେ। ଏହି ଖବର ସ୍ଥାନୀୟ ଅଞ୍ଚଳରେ ବିଜୁଳୀ ବଗରେ ପ୍ରଚାର ହେବା ପରେ ଚାଞ୍ଚଳ୍ୟ ଖେଳି ଯାଇଛି। ସଦର ଥାନା ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଆକ୍ରମଣରେ ଗୁରୁତର ଆହତ ହୋଇଥିବା ଉଭୟ ଶଳା ଓ ଭିଣୋଇଙ୍କୁ ବଲାଙ୍ଗିର ସ୍ଥିତ ଭୀମ ଭୋଇ ମେଡିକାଲ କଲେଜ ଓ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡିଛି।

- Advertisement -

ତେବେ ବଲାଙ୍ଗୀର ସହର ତଥା ନିକଟବର୍ତ୍ତୀ ଅଞ୍ଚଳରେ ଚୋର, ଡାକୟତ ଗ୍ୟାଙ୍ଗ ବେଶ ସକ୍ରିୟ ରହିଥିବା ଏହି ଘଟଣାରୁ ସ୍ପଷ୍ଟ ହୋଇଛି। ଦିନ ଦ୍ୱିପ୍ରହରରେ ଲୁଟ କରିବା ପୁଲିସ ବିଭାଗ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି। ପୁଲିସ ହାବୁଡରୁ ଡାକୟତମାନେ ଧୂଳି ଦେଇ ଫେରାର ମାରିବାରେ ସଫଳ ହେଉଥିବା ବେଳେ ସଦର ଥାନା ପୁଲିସ ପାଇଁ ବେଶ ଚିନ୍ତାର ବିଷୟ ହୋଇଛି। ଦିନକୁ ଦିନ ସଦର ଥାନା ଅଞ୍ଚଳରେ ଲକ୍‍ଡାଉନ, ସଟ୍‍ ଡାଉନର ସୁଯୋଗ ନେଇ ଅନେକ ବେଆଇନ କାମ ଚାଲିଥିବା ମଧ୍ୟ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି। ତେବେ ପୁଲିସ ଏହି ଅଞ୍ଚଳରେ ଆହୁରି ପାଟ୍ରୋଲିଂ କରିବାର ଆବଶ୍ୟକତା ରହିଛି। ଜିଲା ଏସପି ଏଥି ପ୍ରତି ଦୃଷ୍ଟି ଦେଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories