www.samajalive.in
Saturday, December 6, 2025
16.1 C
Bhubaneswar

ପଦାରେ ପଡିଲା ଲୋଇସିଂହା ବିଜେପି ଗୋଷ୍ଠୀ କନ୍ଦଳ: ଠିକା କାମକୁ ନେଇ ହାତାହାତି

ଲୋଇସିଂହା: ବ୍ଳକରେ ଠିକାକାମକୁ ନେଇ ବିଜେପି ବିଧାୟକ ସମର୍ଥକଙ୍କ ହାତାହାତି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ସୂଚନା ଅନୁଯାୟୀ, ଗତକାଲି ସ୍ଥାନୀୟ ଉପାଧ୍ୟକ୍ଷଙ୍କ ପ୍ରକୋଷ୍ଠକୁ ବିଧାୟକଙ୍କ ୨/୩ ଜଣ ସମର୍ଥକ ଯାଇ ବ୍ଳକରେ ଚାଲିଥିବା ବିକାଶମୂଳକ କାମର ୪୦ ପ୍ରତିଶତ ସଂପୃକ୍ତ ସମର୍ଥକମାନେ କରିବେ ବୋଲି ଦାବି କରିଥିଲେ। ମାତ୍ର ସରକାରଙ୍କ ଗାଇଡଲାଇନ ଅନୁଯାୟୀ କାମ ଡିପାଟମେଣ୍ଟାଲ ହେଉଥିବା ଉପାଧ୍ୟକ୍ଷ ସୂଚନା ଦେଇ ମନା କରିବାରୁ ସେମାନଙ୍କ ମଧ୍ୟରେ ପାଟି ତୁଣ୍ଡ ହୋଇଥିଲା ଏବଂ ଶେଷରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇ ହାତାହାତି ପର୍ୟ୍ୟନ୍ତ କଥା ଯାଇଥିଲା।

ବିଧାୟକଙ୍କ ବରିଷ୍ଠ ସମର୍ଥକ ବୋଲାଉଥିବା ଗୌରାଙ୍ଗ ନାଏକଙ୍କୁ ଘଟଣା ସମ୍ପର୍କରେ ପଚାରିବାରେ ସେ କିଛି ନକହି ଏଡାଇ ଯାଇଥିଲେ। ଉପାଧ୍ୟକ୍ଷ ଯତୀନ୍ଦ୍ର ପଟେଲ ତାଙ୍କ ପ୍ରତିକ୍ରିୟାରେ ସମ୍ପୃକ୍ତ ସମର୍ଥକଙ୍କ କାର୍ୟ୍ୟକଳାପକୁ ତୀବ୍ର ନିନ୍ଦା କରି ଫିଜିବିଲିଟି ରିପୋର୍ଟ ସହ ଅନୁଦାନ ପାଣ୍ଠି ଆସି ନ ଥିବା ବେଳେ ସମ୍ପୃକ୍ତ ସମର୍ଥକ କଦଳିପାଲି ବାଦିବାହାଲ ରାସ୍ତାରେ କିଛି କାମ କରି ବିଲ କରିବାକୁ ସମ୍ପୃକ୍ତ ଅଧିକାରୀଙ୍କ ଉପରେ ଚାପ ପକାଉ ଥିବା ସୂଚନା ଦେଇଛନ୍ତି। ଗତକାଲିର ଘଟଣାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ସମ୍ପୃକ୍ତ କର୍ମକର୍ତ୍ତାଙ୍କ କାର୍ୟ୍ୟକଳାପକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଥିବା ବେଳେ ଜିଲା କଂଗ୍ରେସ ସଭାପତି ଦିଲିପ ବେହେରା ଏହାର ତୀବ୍ର ନିନ୍ଦା କରିଛନ୍ତି।

- Advertisement -

ଅଞ୍ଚଳ ବିକାଶ ପ୍ରତି ଦୃଷ୍ଟି ନଦେଇ ଉନ୍ନୟନ ପାଣ୍ଠି ହରିଲୁଟ କରିବା ପାଇଁ ଦଳୀୟ କର୍ମୀଙ୍କ ଉଦ୍ୟମ ବୋଲି ଶ୍ରୀ ବେହେରା କହିଛନ୍ତି। ଟଙ୍କାର ଦୂରୁପଯୋଗ ଓ ଦୁର୍ନୀତିକୁ ଘଣ୍ଟ ଘୋଡାଇବା ପାଇଁ ପିଡବ୍ଳୁଡି ବିଭାଗ ଜରିଆରେ ଆଲୋକିକରଣ କରାଯାଉଥିବା ଅଭିଯୋଗ ସହ ନଅଗାଁ-ବୁର୍ଡା ରାସ୍ତାକାମ ଓ କଦଳିପାଲି ରାସ୍ତାକାମର ବ୍ୟାପକ ଦୁର୍ନୀତି ହୋଇଥିବା ଉଦାହରଣଦେଇ ଲୋଇସିଂହା ବ୍ଳକ ଯୁବ ବିଜେଡି ସଭାପତି ତଥା ପୂର୍ବ ଜିଲାପରିଷଦ ସଭ୍ୟ ଅଶୋକ ବରିହା ଲୋଇସିଂହା ବ୍ଳକ ଦୁର୍ନୀତିର ଗନ୍ତାଘର ହୋଇ ଯାଇଛି ବୋଲି ପ୍ରକାଶ କରିଛନ୍ତି। ଏହା ଦୁଇ ବିରାଡି କଳିରେ ମାଙ୍କଡ ସାଜିଥିବା ଅଧିକାରୀଙ୍କ ପାଣ୍ଠି ହରିଲୁଟ ପାଇଁ ସୁଯୋଗ ସୃଷ୍ଟି ହୋଇଛି ବୋଲି ଶ୍ରୀ ବରିହା କହିଛନ୍ତି।

ଯୁବ ବିଜେପି କର୍ମକର୍ତ୍ତା ଉତ୍ତମ କବାଟ, ସୁଦୀପ ସା, ଟିକୁ ସାହୁ, ଲୋଇସିଂହା ମଣ୍ଡଳ ସଭାପତି ସରୋଜ ସାହୁ ପ୍ରମୁଖ ଗତକାଲିର ଘଟଣାକୁ ନାପସନ୍ଦ କରଥିବାବେଳେ ବ୍ଳକ ସାଂସଦ ପ୍ରତିନୀଧି ବାଳକୃଷ୍ଣ ଧରୁଆ ଦଳୀୟ ବିଶୃଙ୍ଖଳା ପ୍ରତି ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି। ଦଳୀୟ ବିଶୃଙ୍ଖଳା ସଜାଡିବାରେ ବିଧାୟକ ଧ୍ୟାନ ନଦେଲେ ଦଳ ଉପରେ ଏହାର ଗଭୀର କୁପ୍ରଭାବ ପଡିବ ବୋଲି ବିଜେପି ସମର୍ଥକ ମହଲରେ ମତ ପ୍ରକାଶ ପାଉଛି।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories