ଶୀତଳ ଭଣ୍ଡାରରେ ଗଜା ହୋଇଗଲା ଆଳୁ ; ଚିନ୍ତାରେ ଚାଷୀ

ବଳଙ୍ଗା : ପୁରୀ ଜିଲ୍ଲାର ବଳଙ୍ଗାରେ ୧୯୬୫ ମସିହାରେ ଆଳୁ ସମବାୟ ସମିତି ଖୋଲିଥିଲା। ଯାହାକି ଜିଲ୍ଲାରେ ପ୍ରଥମ ଆଳୁ ଚାଷ ପାଇଁ ବଳଙ୍ଗା ପ୍ରମୁଖ ସ୍ଥାନ ଅଧିକାର କରିଥିଲା। ଶୀତଳ ଭଣ୍ଡାର, ଉନ୍ନତ ମାନର ବିହନ ଓ ବିଭିନ୍ନ କାରଣରୁ ଆଳୁ ଚାଷ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ଏବେ ଶୀତଳ ଭଣ୍ଡାରର ଆଳୁ ଆଣିବାରୁ ଚାଷୀ ମାନେ ଆଳୁ ଗଜା ହୋଇଯିବା ଦାବି କରିଛନ୍ତି। ତାହା ପୁଣି ଏକ ବେସରକାରୀ ଶୀତଳ ଭଣ୍ଡାର ବୋଲି ଜଣାପଡିଛି। ଜିଲ୍ଲାରେ ବର୍ତମାନ ସରକାରୀ ଶୀତଳ ଭଣ୍ଡାର ନଥିବା ସୂଚନା ମିଳିଛି।

Comments are closed.