www.samajalive.in
Saturday, December 6, 2025
19.1 C
Bhubaneswar

ପ୍ରଧାନମନ୍ତ୍ରୀଙ୍କ ବଡ ଯୋଜନା : ଏଣିକି ସିଗାରେଟ୍‌‌ ଉପରେ ଲାଗିପାରେ ବ୍ୟାନ୍‌‌!

ନୂଆଦିଲ୍ଲୀ : ଏଣିକି ସିଗାରେଟ୍‌‌ ଉପରେ ଲାଗିପାରେ ବ୍ୟାନ୍‌‌। ଏନେଇ ସରକାରଙ୍କ ପକ୍ଷରୁ ଯୋଜନା କରାଯାଉଥିବା ବେଳେ ଆସିବାକୁ ଯାଉଛି ନୂଆ ନିୟମ। ଏହି ନିୟମ ବ୍ରିଟେନ୍‌‌ରେ ଲାଗୁ ହେବାକୁ ଯାଉଛି। ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ଏପରି କଟକଣା ଲାଗୁ କରିବା ନେଇ ବିଚାର କରୁଛନ୍ତି। ଏହି ନିୟମ ଲାଗୁ ହେବା ପରେ ଇଂଲଣ୍ଡର ଆଗାମୀ ପିଢି ଆଉ ସିଗାରେଟ୍‌‌ କିଣି ପାରିବେ ନାହିଁ କି ଏହାର ସେବନ କରି ପାରିବେ ନାହିଁ। ଏନେଇ ସରକାରଙ୍କ ପକ୍ଷରୁ ସୂଚନା ସଂଗ୍ରହ କରାଯାଇ ‘ଦି ଗାର୍ଡିଆନ୍‌‌’ ରିପୋର୍ଟ ପ୍ରକାଶ କରିଛି।

ରିପୋର୍ଟ ଅନୁଯାୟୀ, ଋଷି ସୁନକ ନ୍ୟୁଜିଲ୍ୟାଣ୍ଡରେ ଗତ ବର୍ଷ ଲାଗୁ ହୋଇଥିବା ଆଇନ ହୋଇଯାୟୀ ଧୂମ୍ରପାନ ବିରୋଧି ଏପରି ଉପାୟ ବିଷୟରେ ଯୋଜନା କରୁଛନ୍ତି, ଯେଉଁଥିରେ ୧ ଜାନୁଆରୀ ୨୦୦୯ରେ କିମ୍ବା ଏହା ପରେ ଜନ୍ମିତ କୌଣସି ବ୍ୟକ୍ତି ଧୂମ୍ରପାନ କିଣିବା ଓ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଯାଇପାରିବ।

- Advertisement -

ବ୍ରିଟିଶ ସରକାରଙ୍କ ଜଣେ ମୁଖପାତ୍ର ପ୍ରତିକ୍ରିୟାରେ କହିଛନ୍ତି, ‘ଆମେ ଅଧିକ ଲୋକଙ୍କୁ ଧୂମ୍ରପାନ ତ୍ୟାଗ କରିବା ଏବଂ ୨୦୩୦ ସୁଦ୍ଧା ଧୂମ୍ରପାନ ନିଷେଧ ପାଇଁ ରଖାଯାଇଥିବା ଲକ୍ଷ୍ୟ ହାସଲ କରିବା ଆମ ଉଦ୍ଦେଶ୍ୟ’। ଏଥିପାଇଁ କେତେକ ପଦକ୍ଷେପ ଗ୍ରହଣ କରାଯାଇଛି।

ଏହି ପଦକ୍ଷେପ ମଧ୍ୟରେ ଭେପ୍‌‌ କିଟ୍‌‌ (ଇ-ସିଗାରେଟ୍‌‌),ଗର୍ଭବତୀ ମହିଳାଙ୍କୁ ଧୂମ୍ରପାନ ଛାଡିବା ପାଇଁ ପ୍ରୋତ୍ସାହନ ଦେବା ପାଇଁ ‘ଭାଉଚର୍‌‌ ସ୍କିମ୍‌‌ ଏବଂ ସିଗାରେଟ୍‌‌ ପ୍ୟାକେଟ୍‌‌ରେ ଧୂମ୍ରପାନ ଛାଡିବା ପାଇଁ ପରାମର୍ଶ ଛପାଯିବା ଆଦି ରହିଛି। ଆସନ୍ତା ବର୍ଷ ବ୍ରିଟେନରେ ହେବାକୁ ଥିବା ନିର୍ବାଚନ ପ୍ରତି ଧ୍ୟାନ ଦେଇ ପ୍ରଧାନମନ୍ତ୍ରୀ ସୁନକ ଓ ଟିମ୍‌‌ ଏହି ପଦକ୍ଷେପ ପାଇଁ ଯୋଜନା କରୁଛନ୍ତି ବୋଲି ସୂଚନା ମିଳିଛି।

 

 

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories