www.samajalive.in
Sunday, December 7, 2025
26.1 C
Bhubaneswar

ବିଜେପି ରାଜ୍ୟ ଉପସଭାପତିଙ୍କ ପାପଡାହାଣ୍ଡି ବ୍ଲକ ଗସ୍ତ

ନବରଙ୍ଗପୁର: ବିଜେପି ରାଜ୍ୟ ଉପସଭାପତି ବଳଭଦ୍ର ମାଝୀ ସଂଗଠନକୁ ସୁଦୃଢ କରିବା ପାଇଁ ପାପଡାହାଣ୍ଡି ବ୍ଲକର ବିଭିନ୍ନ ଅଞ୍ଚଳ ଗସ୍ତ କରିଛନ୍ତି। ପାପଡାହାଣ୍ଡି ବ୍ଲକର ନୂଆକୋଟ, କଣ୍ଟାମାଳ, ମଇଦଳପୁର, ମାଝୀଗୁଡା, ପାତ୍ରୀ ଏବଂ ଜଟାବାଲ ଆଦି ପଂଚାୟତର ବିଭିନ୍ନ ଗ୍ରାମ ଆଦିକୁ ଯାଇ ଲୋକଙ୍କ ସହ ମିଶି କେନ୍ଦ୍ରସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସମ୍ବନ୍ଧରେ ଲୋକଙ୍କୁ ଅବଗତ କରାଇଥିଲେ। ଏହି ଅବସରରେ ଜିଲ୍ଲା ଉପ-ସଭାପତି ଜୟନ୍ତ କୁମାର ପାତ୍ର, ମୈଦଲପୁର ମଣ୍ଡଳ ସଭାପତି ରବିନ୍ଦ୍ର ପାଳ, ପାପଡାହାଣ୍ଡି ବ୍ଲକର ବରିଷ୍ଠ ବିଜେପି ନେତା କୈଳାସ ଚନ୍ଦ୍ର ପାଣିଗ୍ରାହୀ, ଜିଲ୍ଲା ଯୁବମୋର୍ଚ୍ଚା ସଂପାଦକ ନରେନ୍ଦ୍ର ସାହୁ, ଡାବୁଗାଁ ବିଜେପି ସାଧାରଣ ସଂପାଦକ ମହେଶ ପାତ୍ର, ଯୁବନେତା ଏକାମ୍ର ବିଷୟୀ ,ମୈଦଲପୁର ମଣ୍ଡଳ ସାଧାରଣ ସଂପାଦକ ଜୟ ହରିଜନ, ସାହୁ ହରିଜନ, ରିକିରାମ ଗଉଡ଼, ନିହାର ବିଷୟୀ, ଅଜୟ ଶର୍ମା,ମୁନା ପାତ୍ର, ବିରେନ୍ କୁଲଦୀପ ପ୍ରମୁଖ ଉପସ୍ଥିତ ଥିଲେ। ରାଜ୍ୟ ଉପସଭାପତି ଗସ୍ତ ସମୟରେ ମାଝୀଗୁଡା ଧାନ ମଣ୍ଡିକୁ ଯାଇ ଚାଷୀମାନଙ୍କୁ ଧାନ କିପରି ସଠିକ ମୂଲ୍ୟରେ ବିକ୍ରି ହୋଇପାରିବ ଲୋକଙ୍କ ସହିତ ଆଲୋଚନା କରିଥିଲେ। ଯୁବକ, ମହିଳା ଓ କୃଷକମାନଙ୍କୁ କେନ୍ଦ୍ର ସରକାରଙ୍କ ବିଭିନ୍ନ ଉନ୍ନତିମୂଳକ ଯୋଜନା ବିଷୟରେ ବୁଝାଇଥିଲେ।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories