www.samajalive.in
Monday, December 15, 2025
16.1 C
Bhubaneswar

‘ପଦ୍ମଶ୍ରୀ’ ଫେରାଇଲେ କୁସ୍ତି ଯୋଦ୍ଧା ବଜରଙ୍ଗ ପୁନିଆ

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ଯୋଦ୍ଧା ବଜରଙ୍ଗ ପୁନିଆ କୁସ୍ତି ସଂଘର ନୂଆ ସଭାପତି ସଞ୍ଜୟ ସିଂହଙ୍କୁ ବିରୋଧ କରି ନିଜ ପଦ୍ମଶ୍ରୀ ପୁରସ୍କାର ଫେରାଇ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ଜରିଆରେ ସେ ଏନେଇ ସୂଚନା ଦେଇଛନ୍ତି। ପୁନିଆ ପଦ୍ମଶ୍ରୀ ଫେରାଇବା ଘୋଷଣା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ପତ୍ର ଲେଖିଛନ୍ତି। ଏହି ପତ୍ରର ଫଟୋ ସାମାଜିକ ଗଣମାଧ୍ୟମରେ ଶେୟାର କରି ବଜରଙ୍ଗ ପୁନିଆ ଲେଖିଛନ୍ତି, ‘‘ମୁଁ ମୋର ପଦ୍କଶ୍ରୀ ପୁରସ୍କାର ପ୍ରଧାନମନ୍ତ୍ରୀ ଜୀଙ୍କୁ ​‌ଫେରାଇ ଦେଉଛି। କହିବାକୁ କେବଳ ମୋର ଏହି ପତ୍ର ଅଛି। ଏହା ହିଁ ମୋର ବିବୃତ୍ତି।’’


ସୂଚନାଯୋଗ୍ୟ, ଚଳିତ ବର୍ଷ ଜାନୁଆରୀ ମାସରେ ବଜରଙ୍ଗ ପୁନିଆଙ୍କ ସମେତ ଦେଶର ଅନେକ ବଡ଼ ବଡ଼ କୁସ୍ତି ଯୋଦ୍ଧା କୁସ୍ତି ସଂଘର ସଭାପତି ବ୍ରିଜଭୂଷଣ ସିଂହଙ୍କ ବିରୋଧରେ ଧାରଣା ଆରମ୍ଭ କରିଥିଲେ। ରେସଲରମାନେ ବ୍ରିଜଭୂଷଣ ସିଂହ ଏବଂ ତାଙ୍କ ସମର୍ଥକଙ୍କ ବିରୋଧରେ ମହିଳା କୁସ୍ତି ଯୋଦ୍ଧାମାନଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗ କରିଥିଲେ। ଏହାପରେ ତଦନ୍ତ ପ୍ରତିଶୃତି ପାଇଁ ରେସଲରମାନେ ଧାରଣାରୁ ହଟିିଥିଲେ। ପରେ ସେମାନେ ତଦନ୍ତରେ ସନ୍ତୁଷ୍ଟ ନ ହେବାରୁ ପୁଣି ଧାରଣାରେ ବସିଥିଲେ ଏବଂ ଏହାକୁ ନେଇ ଅନେକ ଚର୍ଚ୍ଚା ଓ ବିଶୃଙ୍ଖଳା ହୋଇଥିଲା। ଶେଷରେ ବ୍ରିଜଭୂଷଣଙ୍କୁ ପଦରୁ ହଟାଇ ଦିଆଯାଇଥିଲା ଓ ପୁନଃ ନିର୍ବାଚନ ହୋଇଥିଲା। ଗୁରୁବାର କୁସ୍ତି ମହାସଂଘର ନିର୍ବାଚନରେ ବ୍ରିଜଭୂଷଣଙ୍କ ଘନିଷ୍ଠ ସହଯୋଗୀ ସଞ୍ଜୟ ସିଂହ ସଭାପତି ଭାବେ ବିଜୟୀ ହେବା ପରେ ହଇଚଇ ସୃଷ୍ଟି ହୋଇଛି। ବହୁ କୁସ୍ତି ଯୋଦ୍ଧା ଏହାକୁ ବିରୋଧ କରିଛନ୍ତି।

Hot this week

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

Related Articles

Popular Categories