www.samajalive.in
Saturday, December 6, 2025
14.1 C
Bhubaneswar

ବାହୁବଳୀ ବିଧାୟକଙ୍କୁ ଏନକାଉଣ୍ଟର ଡର

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ଏବେ ଗ୍ୟାଙ୍ଗଷ୍ଟର ଏବଂ ବାହୁବଳୀ ନେତାଙ୍କ ବିରୋଧରେ ପୁଲିସ ଶକ୍ତ ହୋଇଛି। ଗ୍ୟାଙ୍ଗଷ୍ଟର ତଥା ବାହୁବଳୀ ରାଜନେତା ବିକାଶ ଦୁବେ ଏନକାଉଣ୍ଟର ପରେ ଉତ୍ତରପ୍ରଦେଶ ପୁଲିସ ଅପରାଧୀ ଦମନ ଅଭିଯାନକୁ ଜୋରଦାର କରିଛି। ଏଭଳି ସ୍ଥିତିରେ ଭଦୋହୀ ବିଧାନସଭା ଆସନରୁ ବିଜୟ ଲାଭ କରିଥିବା ନିଷାଦ ପାର୍ଟିର ବାହୁବଳୀ ବିଧାୟକ ବିଜୟ ମିଶ୍ରାଙ୍କୁ ଏନକାଉଣ୍ଟର ଭୟ ଘାରିଛି। ମିଶ୍ରା ଏକ ଭିଡିଓ ଜାରି କରି କହିଛନ୍ତି, ସେ ବ୍ରାହ୍ମଣ ହୋଇଥିବା ସତ୍ବେ ତାଙ୍କୁ ହଇରାଣ କରାଯାଉଛି। ପୁଲିସ ଯେକୌଣସି ମୁହୂର୍ତ୍ତରେ ତାଙ୍କୁ ଏନକାଉଣ୍ଟରରେ ହତ୍ୟା କରିପାରେ ବୋଲି ସେ ଆଶଙ୍କା କରୁଥିବା ଭିଡିଓରେ କହିଛନ୍ତି।

ବିଜୟ ମିଶ୍ରା କହିଛନ୍ତି, ମୋ ପତ୍ନୀ ଓ ପୁଅକୁ ମିଥ୍ୟା ମାମଲାରେ ଫସାଯାଉଛି। ସେ ୪ ଥର ବିଧାୟକ ଭାବେ ଜିତିଛନ୍ତି। ତେଣୁ ତାଙ୍କ ସ୍ଥାନରେ ବାରାଣସୀ କିମ୍ବା ଚନ୍ଦୌଲୀରୁ କୌଣସି ମାଫିଆଙ୍କୁ ଆଣି ଏଠାରେ ନିର୍ବାଚନରେ ବିଜୟୀ କରିବା ଲାଗି ତାଙ୍କ ବିରୋଧରେ ଏପରି ଷଡ଼ଯନ୍ତ୍ର ହେଉଛି। ଏଥିପାଇଁ ତାଙ୍କୁ ହତ୍ୟା ମଧ୍ୟ କରାଯାଇପାରେ। କୃଷ୍ଣମୋହନ ତିୱାରୀ ନାମକ ବ୍ୟକ୍ତି ବିଜୟ, ତାଙ୍କ ପତ୍ନୀ ଏବଂ ପୁଅଙ୍କ ବିରୋଧରେ ମାରପିଟ୍‌ କରିବା ଏବଂ ସମ୍ପତ୍ତି ହଡ଼ପ କରିବା ଅଭିଯୋଗ ଆଣିଥିଲେ। ଏହାପରେ ପୁଲିସ ସେମାନଙ୍କ ନାମରେ ୩ଟି ମାମଲା ରୁଜୁ କରିଛି। ମାତ୍ର ଏସବୁ ମିଥ୍ୟା ବୋଲି ବିଜୟ କହିଛନ୍ତି।

- Advertisement -

ତେବେ ସୂଚନା ଅନୁସାରେ, ବିଜୟ ୩୦ ବର୍ଷ ତଳେ କଂଗ୍ରେସରୁ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ପରେ ସେ ସମାଜବାଦୀ ପାର୍ଟି ଏବଂ ଏବେ ନିଷାଦ ପାର୍ଟିରୁ ଟିକେଟ୍‌ ପାଇ ବିଧାୟକ ହୋଇଛନ୍ତି। ଏହି ରାଜନୈତିକ କ୍ୟାରିୟର ସମୟରେ ତାଙ୍କ ବିରୋଧରେ ଛୋଟ ବଡ଼ ହୋଇ ୬୪ରୁ ଅଧିକ ମାମଲା ରୁଜୁ ହୋଇଛି। ରାଜ୍ୟରେ ସେ ଜଣେ ବାହୁବଳୀ ରାଜନେତା ଭାବେ ପରିଚିତ। ଆପରାଧିକ ମାମଲାରେ ସମ୍ପୃକ୍ତ ଥିବାରୁ ପୁଲିସ ତାଙ୍କ ଉପରେ ନଜର ରଖିଛି। ଉତ୍ତରପ୍ରଦେଶରେ ପୁଲିସ ଅପରାଧୀମାନଙ୍କୁ ଏନକାଉଣ୍ଟର କରୁଥିବାରୁ ବିଜୟ ଭୟଭୀତ ହୋଇପଡ଼ିଥିବା କୁହାଯାଉଛି। ତେଣୁ ନିଜର ସୁରକ୍ଷା ପାଇଁ ସେ ଏହି ଭିଡିଓ ଜାରି କରିଥିବା ଜଣାପଡ଼ିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories