ହଙ୍ଗକଙ୍ଗ ଓପନ୍‍ ବ୍ୟାଡ୍‍ମିଣ୍ଟନ – ଯୋଗ୍ୟତା ପର୍ଯ୍ୟାୟରେ ଭାରତର ସୌରଭ ବର୍ମା

ନୂଆଦିଲ୍ଲୀ: ଭାରତର ସୌରଭ ବର୍ମା ହଙ୍ଗକଙ୍ଗ ଓପନ୍‍ ବ୍ୟାଡ୍‍ମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଲଗାତାର ଦୁଇଟି ସିଧାସଳଖ ଗେମରେ ବିଜୟ ଲାଭ କରି ଯୋଗ୍ୟତା ପର୍ଯ୍ୟାୟରେ ପ୍ରବେଶ କରିଛନ୍ତି। ସୌରଭ ନିଜର ପ୍ରଥମ ଗେମରେ ଥାଇଲାଣ୍ଡର ତାନୋଙ୍ଗ୍‍ସାକ୍‍ ସେନ୍‍ସୋମ୍ବୁନ୍‍ସୁକ୍‍ଙ୍କୁ ପରାସ୍ତ କରିଥିଲେ। ସେହିପରି ପରବର୍ତ୍ତୀ ଗେମ୍‍ରେ ଫ୍ରାନ୍ସର ଲୁକାସ୍‍ କାର୍ଲବୋଟ୍‍ଙ୍କୁ ୨୧-୧୯ ଏବଂ ୨୧-୧୯ ସେଟ୍‍ରେ ପରାସ୍ତ କରି ଯୋଗ୍ୟତା ପର୍ଯ୍ୟାୟରେ ପ୍ରବେଶ କରିଛନ୍ତି।

ଆସନ୍ତାକାଲିଠାରୁ ଆରମ୍ଭ ହେଉଥିବା ପୁରୁଷ ସିଙ୍ଗଲ୍ସର ମୁଖ୍ୟ ପ୍ରତିଯୋଗୀତାରେ ଭାରତର କିଦାମ୍ବୀ ଶ୍ରୀକାନ୍ତ, ବି. ସାଇପ୍ରଣୀତ, ସମୀର ବର୍ମା, ଏଚ୍‍.ଏସ୍‍. ପ୍ରଣୟ ଏବଂ ପାରୁପଲ୍ଲୀ କାଶ୍ୟପ ପ୍ରମୁଖ ନିଜର ଅଭିଯାନ ଆରମ୍ଭ କରିବେ। ସେହିପରି ମିକ୍ସଡ୍‍ ଡବଲ୍‍ ପ୍ରତିଯୋଗିତାରେ ଭାରତୀୟ ଖେଳାଳିମାନେ ଆଜିଠାରୁ ନିଜର ଅଭିଯାନ ଆରମ୍ଭ କରିଛନ୍ତି। ସାତ୍ୱିକ୍‍ ସାଇରାଜ୍‍ ରାଙ୍କିରେଡ୍ଡୀ ଏବଂ ଅଶ୍ୱିନୀ ପୋନାପ୍ପା ନିଜ ଥାଇଲାଣ୍ଡ ପ୍ରତିପକ୍ଷ ସହ ଖେଳିବେ। ସେହିପରି ପ୍ରଣବ ଜେରୀ ଚୋପ୍ରା ଏବଂ ଏନ୍‍. ସିକ୍କି ରେଡ୍ଡୀ ମଧ୍ୟ ନିଜର ଥାଇଲାଣ୍ଡ ଯୋଡ଼ି ବିପକ୍ଷରେ ଖେଳିବେ।

Comments are closed.