ବଳମ ବାଳିକା ଉଚ୍ଚ ବିଦ୍ୟାଳୟରେ ବ୍ୟାଡମିଣ୍ଟନ କୋର୍ଟ ଉଦଘାଟିତ

ଦେବଗଡ଼/ବାରକୋଟ: ବାରକୋଟ ବ୍ଲକ ବଳମ ଗ୍ରାମପଞ୍ଚାୟତ ସଦର ମହକୁମାରେ ଥିବା ପଞ୍ଚାୟତ ବାଳିକା ଉଚ୍ଚ ବିଦ୍ୟାଳୟରେ ନୂତନ ଭାବେ ନିର୍ମିତ ବ୍ୟାଡମିଣ୍ଟନ କୋର୍ଟ ଗୁରୁବାର ଉଦଘାଟିତ ହୋଇଯାଇଛି। ଜିଲା ଶିକ୍ଷା ଅଧିକାରୀ ସଚ୍ଚିଦାନନ୍ଦ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଦେବଗଡ଼ ଜିଲାପାଳ ସୋମେଶ କୁମାର ଉପାଧ୍ୟାୟ ଯୋଗଦେଇ ଏହାକୁ ଫିତାକାଟି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି ଅବସରରେ ଜିଲାପାଳ ଶ୍ରୀ ଉପାଧ୍ୟାୟ ବିଦ୍ୟାଳୟର କେତେକ ଛାତ୍ରୀଙ୍କ ସହ ବ୍ୟାଡମିଣ୍ଟନ ଖେଳି ଉତ୍ସାହିତ କରିବା ସହ ଏହି ବ୍ୟାଡମିଣ୍ଟନ କୋର୍ଟରେ ଅଭ୍ୟାସ କରି ଜାତୀୟସ୍ତରର ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଛାତ୍ରୀମାନଙ୍କୁ ଶୁଭକାମନା ଜଣାଇଥିଲେ। ସମ୍ମାନିତ ଅତିଥି ଭାବେ ବାରକୋଟ ବ୍ଲକର ବିଡିଓ ବିଜୟ କୁମାର ସୋଏ, କନିଷ୍ଠ ଯନ୍ତ୍ରୀ କଲ୍ୟାଣୀ ସେଠୀ ଓ ସମଗ୍ର ଶିକ୍ଷାର ସିନିୟର ଟିସି ପ୍ରମୁଖ ଉପସ୍ଥିତ ଥିଲେ। ବିଦ୍ୟାଳୟର ପ୍ରଧାନଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶିକ୍ଷକ ଚୌଧୁରୀ ବେହେରା, ଦେବରାଜ ପ୍ରଧାନ, ଧରଣୀଧର ପାତ୍ର, ଶିକ୍ଷୟିତ୍ରୀ ରଞ୍ଜିତା ପଣ୍ଡା, ସୁଜାତା ପ୍ରଧାନ, ପ୍ରବାସିନୀ ପ୍ରଧାନ, ପଙ୍କଜିନୀ ନାୟକ ଓ ଶିବା ଭାରତୀ ପ୍ରମୁଖ ସକ୍ରୀୟ ସହଯୋଗ କରିଥିଲେ। ସଭା ପ୍ରାରମ୍ଭରେ ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଧାନ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶେଷରେ ଶିକ୍ଷକ ପୌଲସ୍ତୀ ଚରଣ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

 

kalyan agarbati

Comments are closed.