www.samajalive.in
Saturday, December 6, 2025
17.1 C
Bhubaneswar

ବଡ଼ସାହି ଓ ବେତନଟୀରେ ‘ମୁଁ ହିରୋ ମୁଁ ଓଡିଶା’ କାର୍ଯ୍ୟକ୍ରମ  

ବଡ଼ସାହି : ‘ଯୁବପିଢୀ ସମାଜର ଆଗାମୀ ଭବିଷ୍ୟତ’ ବିଜୁ ଯୁବ ବାହିନୀ ପକ୍ଷରୁ ବୁଧବାର ସ୍ଥାନୀୟ କଲେଜରେ ଆୟୋଜିତ ‘ମୁଁ ହିରୋ ମୁଁ ଓଡିଶା’ କାର୍ଯ୍ୟକ୍ରମରେ ଯୋଗଦେଇ ଅତିଥିଗଣ ମତବ୍ୟକ୍ତ କରିଛନ୍ତି। ବିଜୁ ଯୁବ ବାହିନୀର ବ୍ଲକ ସଂଯୋଜକ ହିମାଂଶୁ ଶେଖର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଡିଓ ରବୀନ୍ଦ୍ର କୁମାର ବେହେରା ଅଧ୍ୟକ୍ଷତା କରିଥିଲେ। ମୁଖ୍ୟଅତିଥି ଭାବେ ବଡ଼ସାହି ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ସିଂ, ଉପାଧ୍ୟକ୍ଷ ଅର୍ନ୍ତଯ୍ୟାମୀ ବେହେରା, କଲେଜ ଅଧ୍ୟକ୍ଷ ସୁବାସ ଦାସ, ସାଂସଦ ପ୍ରତିନିଧି ରାକେଶ ମହାପାତ୍ର ଓ ତାଳପଦା ସରପଞ୍ଚ ଦେବୀ ମାଝୀ ପ୍ରମୁଖ ଯୋଗ ଦେଇଥିଲେ। ୩୦ପଞ୍ଚାୟତରୁ ୭ଶହରୁ ଊର୍ଦ୍ଧ୍ବ ଯୁବକ ଓ ଯୁବତୀ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। ଯୁବଗୋଷ୍ଠୀଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ଯୋଜନା ସମ୍ପର୍କରେ ନାଟକ, ଭିଡ଼ଓ ଏବଂ ପ୍ରାଚୀର ଫଳକ ମାଧ୍ୟମରେ ସଭିଏଁ ଜାଣିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଜେଡ଼ି ବ୍ଲକ ଯୁବ ସଭାପତି ନୀହାର ରଞ୍ଜନ ମହାପାତ୍ର, ବ୍ଲକ ସଭାପତି ପ୍ରକାଶ ଚନ୍ଦ୍ର ଦଳେଇ, ସାଧାରଣ ସମ୍ପାଦକ ସ୍ନେହାଶିଷ ମହାନ୍ତ, ମାନଗୋବିନ୍ଦ ପାଣିଗ୍ରାହୀ ଓ ସରପଞ୍ଚ ସଂଘର ସଭାପତି ନରେନ୍ଦ୍ର ସିଂ ପ୍ରମୁଖ ଉପସ୍ଥିତ ଥିଲେ। ଉତ୍ତର ଓଡିଶା ବିସିଜେଡ଼ି ସମ୍ପାଦକ ଦୀପକ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ସେହିପରି ମଙ୍ଗଳବାର ବେତନଟୀ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଯୁବବାହିନୀ ବ୍ଲକ ସଂଯୋଜକ ସମୟ ମହାନ୍ତଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରରେ ବିଡ଼ିଓ ଜଗନ୍ନାଥ ହନୁମାନ ସଭାପତିତ୍ୱ କରିଥିଲେ। ମୁଖ୍ୟଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷା ଅମ୍ବିକା ବାରିକ୍‍, ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ସାଂସଦ ପ୍ରତିନିଧି ଇଂ ସୁଶାନ୍ତ ବଳା, ବିଧାୟକ ପ୍ରତିନିଧି ସୁନ୍ଦରମୋହନ ମହାନ୍ତ, ବିଜେଡି ଜିଲା ଯୁବ ଉବସଭାପତି ଭବାନୀଶଙ୍କର ମିଶ୍ର, ଉପସଭାପତି ଜ୍ୟୋତିରଞ୍ଜନ ନାୟକ ଓ ବିଜେଡ଼ି ବ୍ଲକ ସଭାପତି ସନ୍ତକ ଲେଙ୍କା ପ୍ରମୁଖ ଯୋଗଦେଇଥିଲେ। ଉଭୟ ବ୍ଲକରେ ହୋଇଥିବା କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଥିବା ଯୁବକ ଯୁବତୀ ସେମାନଙ୍କ ପ୍ରତିଭା ପରିବେଷଣ କରିଥିଲେ। ଅତିଥିଗଣ ସମସ୍ତଙ୍କୁ ସମ୍ମାନୀତ କରିଥିବା ବେଳେ ଶ୍ରେଷ୍ଠ ପ୍ରତିଭାଧାରୀ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଭାଗନେବେ ବୋଲି ଜଣାପଡ଼ିଛି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories