www.samajalive.in
Friday, December 5, 2025
26.1 C
Bhubaneswar

ଡିପ୍ଲୋମା ଇଞ୍ଜିନିୟରଙ୍କ ସମୂହ ଛୁଟି : ବଡ଼ସାହି ଓ ବେତନଟୀ ବ୍ଲକରେ ଉନ୍ନୟନ କାର୍ଯ୍ୟ ପ୍ରଭାବିତ

ବଡ଼ସାହି : ରାଜ୍ୟ ଡ଼ିପ୍ଲୋମା ଇଞ୍ଜିନିୟର ସେବା ସଂଘର ଆହ୍ୱାନ କ୍ରମେ ୯ଦଫା ଦାବି ନେଇ କାର୍ଯ୍ୟରତ ଇଞ୍ଜିନିୟର ମାନେ ବିଶ୍ୱକ୍ରମା ପୂଜା ପରଠାରୁ ସମୂହ ଛୁଟିରେ ଯାଇଛନ୍ତି। ଫଳରେ ବଡ଼ସାହି ଓ ବେତନଟୀ ବ୍ଲକରେ ଉନ୍ନୟନ କାର୍ଯ୍ୟ ପ୍ରଭାବିତ ହୋଇଛି। ଦାବି ଗୁଡ଼ିକ ମଧ୍ୟରେ ସେମାନଙ୍କୁୁ ମୂଳ ନିଯୁକ୍ତି ପଦରେ ସହକାରୀ ଯନ୍ତ୍ରୀ କରାଯିବା, ପଦୋନ୍ନତି ହାର ଶତକଡ଼ା ୫୦ଭାଗ ବୃଦ୍ଧି କରିବା, ପଞ୍ଚାତିରାଜ ବିଭାଗର କାର୍ଯ୍ୟରତ ସମସ୍ତ ଜିପିଟିଏ ଓ କନିଷ୍ଠ ଯନ୍ତ୍ରୀ-୨ଙ୍କୁ ନିୟମିତ କନିଷ୍ଠଯନ୍ତ୍ରୀ କରିବା, ଉପଯୁକ୍ତ ହାରରେ ଆରଏସପି ପ୍ରଦାନ, କ୍ୟାଡ଼ରର ପୁର୍ନଗଠନ ଓ ଉପଯୁକ୍ତ ନ୍ୟାୟ ପ୍ରଦାନ ଦାବିରେ ସେମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସମ୍ଭାବ୍ୟ ନିର୍ବାଚନ ପୂର୍ବରୁ ବର୍ଷାଋତୁ ପରେ ଉନ୍ନୟନ କାର୍ଯ୍ୟ ଜୋରଦାର ପାଇଁ ସରକାର ଗୁରୁତ୍ୱଆରୋପ କରୁଥିବା ବେଳେ ଏପରି ଆନ୍ଦୋଳନ ଅନ୍ତରାୟ ସାଜିଛି।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories