ବିଧାନସଭାରେ ଖାଲଣା ହତ୍ୟାକାଣ୍ଡ ପ୍ରସଙ୍ଗ : ଅଭିଯୁକ୍ତଙ୍କୁ ଗିରଫ କରିବାରେ ପୁଲିସ ବିଫଳ
ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଦାବି
କେଶଦୁରାପାଳ : ବଡ଼ସାହି ବିଧାୟକ ସନାତନ ବିଜୁଳି ବିଧାନସଭାରେ ଖାଲଣା ହତ୍ୟାକାଣ୍ଡ ପ୍ରସଙ୍ଗ ଉଠାଇଛନ୍ତି। ଏହି ପ୍ରସଙ୍ଗ ଉଠାଇ ସେ କହିଛନ୍ତି ଯେ, ପୁଲିସ କହିଛି ଅପରାଧିକୁ ନିଶ୍ଚୟ ଧରିବ ତେବେ ତାହା ୭ ଦିନ ଲାଗିପାରେ ମାସେ ଲାଗିପାରେ ବର୍ଷେ ମଧ୍ୟ ଲାଗିପାରେ? ଘସିପୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଖଲଣା ଗ୍ରାମରେ ଗତ ୧୪ ତାରିଖ ଗୁରୁବାର ଦିନ ସୁନନ୍ଦ ସେଠୀଙ୍କୁ ଶାସକ ବିଜେଡି ଦଳର ସମର୍ଥକ ଅକ୍ଷୟ କୁମାର ଘୋଷଙ୍କ ନେତୃତ୍ବରେ ବହୁ ବ୍ୟକ୍ତି ବିଭିନ୍ନ ମାରଣାସ୍ତ୍ର ଓ ବନ୍ଧୁକ ସାହାଯ୍ୟରେ ମରଣାନ୍ତକ ଆକ୍ରମଣ କରି ହତ୍ୟା କରିଥିଲୋ । ଏହି ଘଟଣାର ସରଜମିନ ତଦନ୍ତ କରିବା ପାଇଁ ୧୯ ତାରିଖରେ ବିଜେପିର ଏକ ରାଜ୍ୟ ସ୍ତରୀୟ ପ୍ରତିନିଧି ଦଳ, ବିଜେପି ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ତଥା ପୂର୍ବତନ ସାଂସଦ ବିଭୂ ପ୍ରସାଦ ତରାଇଙ୍କ ନେତୃତ୍ଵରେ, ରୋଙ୍ଗାଲି ବିଧାୟକ ନାଉରୀ ନାଏକ, ବଡ଼ସାହି ବିଧାୟକ ସନାତନ ବିଜୁଳି, ବିଜେପି ନଦୀ ସୁରକ୍ଷା ସମିତି (ନମାମି ଗଙ୍ଗେ) ରାଜ୍ୟ ସଭାପତି ମହେଶ୍ଵର ସାହୁ, ବିଜେପି ରାଜ୍ୟ ମୁଖପାତ୍ର ଶ୍ରୀ ସତ୍ୟବ୍ରତ ପଣ୍ଡାଙ୍କ ସମେତ ବହୁ ନେତୃବୃନ୍ଦ ଖଲଣା ଗ୍ରାମକୁ ଯାଇ ଗୁଳିକାଣ୍ଡରେ ମୃତ୍ୟୁ ବରଣ କରିଥିବା ସୁନନ୍ଦ ସେଠୀଙ୍କ ପରିବାର ସମେତ ଗ୍ରାମର ଲୋକ ମାନକୁ ଭେଟି ଘଟଣାର ବିଷୟରେ ଆଲୋଚନା କରିଥିଲେ । ତେବେ ବୁଧବାର ଏହି ନିର୍ମମ ହତ୍ୟାକାଣ୍ଡ ସଂପର୍କରେ ବିଧାୟକ ସନାତନ ବିଜୁଳି ଖାଲଣା ହତ୍ୟାକାଣ୍ଡ ପ୍ରସଙ୍ଗ ଉଠାଇ ଥିବା ସହ ମୃତକ ପରିବାରକୁ ସହାୟତା ଯୋଗଇଦେବା ପାଇଁ ସରକାର ନିକଟରେ ଦାବୀ କରିଛନ୍ତି ।
ବର୍ତ୍ତମାନ ଲୋକ ମାନେ ଆତଙ୍କିତ ଅବସ୍ଥାରେ ଅବସ୍ଥାରେ ଅଛନ୍ତି । ଘଟଣା ର ୭ଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପୁଲିସ ଘଟଣାର ଅଭିଯୁକ୍ତ ମାନଙ୍କୁ ଗିରଫ କରିବାରେ ବିଫଳ ହୋଇଛି । ପୁଲିସ କହୁଛି ଧରିବ କିନ୍ତୁ ସମୟ ଲାଗିବ । ଏଥିରୁ ସ୍ପଷ୍ଟ ପ୍ରମାଣିତ ହୋଇଛି ଯେ ବିଭିନ୍ନ ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରି ଆତଙ୍କ ଚଳାଉଥିବା ନେତା ମାନଙ୍କୁ ଗିରଫ କରିବା ପାଇଁ ପୁଲିସ ଭୟ କରୁଛି। ସୁନନ୍ଦ ସେଠୀ ଅନୁସୂଚିତ ଜାତି ବର୍ଗର ହୋଇଥିବାରୁ ସରକାରଙ୍କ ତରଫରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବା ପାଇଁ ଶ୍ରୀ ବିଜୁଳି ବାଚଷ୍ପତିଙ୍କୁ ଅନୁରୋଧ କରିଛନ୍ତି।
Comments are closed.