କର୍ତ୍ତବ୍ୟରେ ଅବହେଳା ପାଇଁ ଫରେଷ୍ଟର ନିଲମ୍ବିତ
ବଡ଼ସାହି : କର୍ତ୍ତବ୍ୟରେ ଅବହେଳା ପାଇଁ ବନବିଭାଗ ପକ୍ଷରୁ ବଡ଼ସାହି ଫରେଷ୍ଟର କାଞ୍ଚନମଣି ନାଏକଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ସୋମବାର ରାତିରେ ଝାଡ଼ଖଣ୍ଡୀ ହାତୀପଲ ମାନଗୋବିନ୍ଦପୁର ଓ ଭୀମଦା ପଞ୍ଚାୟତ ଦେଇ ନୀଳଗିରି ଅଭିମୁଖେ ଯାଉଥିବା ବେଳେ ଫରେଷ୍ଟର ଉପସ୍ଥିତ ନଥିବାରୁ ତାଙ୍କ ବିରୋଧରେ ଅଭିଯୋଗ ରହିଥିଲା ବୋଲି ବାରିପଦା ବନଖଣ୍ଡ ଅଧିକାରୀ ସ୍ୱୟମ୍ ମଲ୍ଲିକ କହିଛନ୍ତି। ଏଥିସହିତ ମାଧପୁର ଗ୍ରାମର ଏକ ଘରୋଇ ଜମିରୁ ଶିଶୁ କାଠ କଟାଯିବା ନେଇ ତାଙ୍କର ନିଷ୍କ୍ରିୟତା ଅଭିଯୋଗ ମଧ୍ୟ ରହିଥିଲା। ବିଭାଗର ଏପରି ଆଦେଶରେ ମୁଁ ମର୍ମାହାତ ବୋଲି ସେ କହିଛନ୍ତି।