www.samajalive.in
Saturday, December 13, 2025
23.1 C
Bhubaneswar

ଚାଷକୁ ଚଳୁ କରିଦେଲା ପାହାଡ଼ି ବନ୍ୟାଜଳ

ବଡ଼ମ୍ବା: ପ୍ରାୟ ୪୮ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ଅବିଶ୍ରାନ୍ତ ବର୍ଷା ଯୋଗୁଁ ପାହାଡ଼ି ବନ୍ୟାଜଳ ପ୍ରଭାବରେ ବଡ଼ମ୍ବାରେ ଉଜୁଡ଼ିଯାଇଛି ହଜାରହଜାର ହେକ୍ଟର କୃଷିକ୍ଷେତ୍ର। ବର୍ଷାଛାଡ଼ିଯାଇଛି ହେଲେ ଏବେ ବି ବନ୍ୟାଜଳରେ ବୁଡ଼ିରହିଛି ମାଇଲମାଇଲ ପର୍ଯ୍ୟନ୍ତ ଧାନ,ଆଖୁ କ୍ଷେତ ସମେତ ପରିବାଚାଷ। ଧୋବଣୀ ନାଳ, ସିଆରିଆ ନାଳ, ହାଡ଼ୁଆ ନାଳ ଏବଂ ଶଂଖନାଳ ଆଦିରେ ଆସୁଥିବା ପାହାଡ଼ି ବନ୍ୟାଜଳ ଚାଷକୁ ଚଳୁ କରି ଆଣିଦେଇଛି ଚାଷୀମନରେ ଅସରନ୍ତି ଦୁଃଖ। କେଉଁଠି ନଦୀକୂଳିଆ ଜମିରେ ପାଚିଲାଧାନ ତ ଅନ୍ୟକେଉଁଠି ଖାଲ କିଆରୀର ଥୋଡ଼ଧାନ ବନ୍ୟାଜଳରେ ଏବେ ବି ବୁଡ଼ିରହିଛି। କେବଳ ଧାନ କାହିଁକି ଅନେକ ଆଖୁ କିଆରୀ ମଧ୍ୟ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି।

ସେହିଭଳି ବାଇଗଣ,ଜହ୍ନି,ପୋଟଳ,ଭେଣ୍ଡି ଆଦି ପନିପରିବା ଚାଷ ମଧ୍ୟ ଏହି ବନ୍ୟାଜଳରେ ବୁଡ଼ିରହି ସଢିପୋଚିଯାଇଥିବା ଦେଖିବାକୁ ମିଳୁଛି। ସାଧାରଣତଃ ମହାନଦୀରେ ବନ୍ୟା ଆସିଲେ ଏହାର ମୁହାଣମାନଙ୍କରେ ପେଲକ ବନ୍ୟାଜଳ ଆସି ଏଭଳି ପରିସ୍ଥିତି ସୃଷ୍ଟି ହୋଇଥାଏ। ତେବେ ଆଶ୍ଚର୍ଯ୍ୟର କଥା ହେଲା ଚଳିତବର୍ଷ ସ୍ଥାନୀୟ ଅଞ୍ଚଳରେ ମହାନଦୀ ବନ୍ୟାଜଳରେ ପୁରଣ ହୋଇନଥିବା ବେଳେ ବିଭିନ୍ନ ନାଳଦେଇ ବହିଆସୁଥିବା ପାହାଡ଼ି ବନ୍ୟାଜଳ ବଡ଼ମ୍ବାର କୃଷିକ୍ଷେତ୍ରକୁ ଏକପ୍ରକାର ଉଜାଡ଼ି ଦେଇଥିବା ଲକ୍ଷ କରାଯାଇଛି। ହାଡ଼ୁଆ ନାଳ ଜଳ ପ୍ରଭାବରେ ବଡ଼ମ୍ବାର ଦକ୍ଷିଣପଶ୍ଚିମ ମାହାଲ, ଶଂଖନାଳ ପ୍ରଭାବରେ ଗୋପପୁର ସମେତ ଝାଜିଆ, ବାଦଭୂଇଁ, ଇଛାପୁର, ପରଜାପଡ଼ା, ମଙ୍ଗରାଜପୁର, ଶଂଖାମେରୀ, କନ୍ତପଡ଼ା, ଗୋପମଥୁରା ମାହାଲ, ସିଆରିଆ ନାଳ ଜଳ ପ୍ରଭାବରେ ଗୁଣ୍ଡଦ୍ୱାରା, ମଧୁବନ, ସୁନାପାଳ, ଦେଉଳୀ, ଗୋପମଥୁରା, ଚମ୍ପେଇଦ୍ୱାର, ତୁଳସୀପୁର, ଦିନିଆରୀ ମାହାଲ ଏବଂ ଧୋବଣୀନାଳ ବନ୍ୟାଜଳ ସହିତ ଏହିସବୁ ଅଞ୍ଚଳର ବନ୍ୟାଜଳ ମିଶି ଶେଷରେ ତଳିଆ ଅଞ୍ଚଳ ଦିନିଆରୀ ସମେତ ଦିଆନିପାଟଣା, ଇନ୍ଦ୍ରାଙ୍ଗ, ନରଣପୁର, ଯୋଡ଼ୁମ, ବାଙ୍ଗେରିସିଂହା, ମୁଗଗହୀର, ନରଣପୁର, ତୁଣପୁର, ଗୋପୀନାଥପୁର ଆଦି ମାହାଲର ଏକ ବିସ୍ତୀର୍ଣ୍ଣ ଅଞ୍ଚଳ( ଆନୁମାନିକ ପ୍ରାୟ ହଜାରହଜାର ହେକ୍ଟର) ଚାଷଜମି ବନ୍ୟାଜଳରେ ବୁଡ଼ିରହିଛି।

- Advertisement -

ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ସୃଷ୍ଟିହୋଇଥିବା ଏ ସମସ୍ତ କ୍ଷୟକ୍ଷତିର ଆକଳନ କ୍ଷେତ୍ରପରିଦର୍ଶନ ପୂର୍ବକ କରାଯିବାକୁ ପ୍ରଭାବିତ ବିଭିନ୍ନ ଗ୍ରାମବାସୀ ଦାବି କରିଛନ୍ତି। ବିଶେଷକରି ଚଳିତବର୍ଷର ଧାନକ୍ଷେତ ଉଜୁଡ଼ିଯିବା ଘଟଣାକୁ ମରୁଡ଼ି ଭାବେ ବିପର୍ଯ୍ୟୟ ବିବେଚନା କରାଯିବା ଏବଂ ଅର୍ଥକାରୀ ଆଖୁ ତଥା ପନିପରିବା ଚାଷ ଉଜୁଡ଼ିଯାଇଥିବା ଚାଷୀଙ୍କୁ ଆନୁପାତିକ ସହାୟତା ସରକାର କ୍ଷତିପୁରଣ ବାବଦକୁ ଯୋଗାଇଦେବାକୁ ବିଭିନ୍ନ ମହଲରେ ଦାବି କରାଯାଇଛି।

Hot this week

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories