www.samajalive.in
Monday, December 15, 2025
27.1 C
Bhubaneswar

ବିପୁଳ ପରିମାଣର ଗଞ୍ଜେଇ ଜବତ

ବଡ଼ମ୍ବା : ବଡ଼ମ୍ବା ପୁଲିସ ସାନ୍ଧ୍ୟ କାଳୀନ ପାଟ୍ରୋଲିଙ୍ଗ କରୁଥିବା ସମୟରେ ଜଣେ ଚୋରା ଗଞ୍ଜାଇ ବ୍ୟବସାୟୀକୁ ଧରିବାରେ ସକ୍ଷମ ହୋଇଛି। ଏହା ସହ ଅଭିଯୁକ୍ତଠାରୁ  ୪କେଜି ୫୦ଗ୍ରାମ ଓଜନର ଚୋରା ଗଞ୍ଜେଇ ମଧ୍ୟ ଜବତ କରାଯାଇଥିବା ଥାନା ଆଇ ଆଇ ସି ଶିବପ୍ରସାଦ ଭଦ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ବଡ଼ମ୍ବା ସହକାରୀ ଥାନା ଅଧିକାରିଣୀ ସୁଚିତ୍ରା ଜୟସିଂ ସଦଳବଳେ ସାନ୍ଧ୍ୟ କାଳୀନ ପାଟ୍ରୋଲିଙ୍ଗ କରୁଥିବା ସମୟରେ କୌଣସି ବିଶେଷ ସୂତ୍ରରୁ ଖବର ପାଇ ଏହି ଥାନା ଅନ୍ତର୍ଗତ  କେଶାବେରେଣୀ ଛକ ନିକଟରୁ ଝାଜିଆ ଗ୍ରାମର ଉପେନ୍ଦ୍ର କୁମାର ସାହୁ ନାମକ ଯୁବକଠୁ ଗଞ୍ଜେଇ ଜବତ କରିବା ସହ ତାକୁ ଗିରଫ କରିଥିଲେ। ଏନେଇ ବଡ଼ମ୍ବା ଥାନା ତରଫରୁ ଏକ ମାମଲା ରୁଜ୍ଜୁ କରାଯିବା ସହ ଅଭିଯୁକ୍ତ ଉପେନ୍ଦ୍ରକୁ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ସମ୍ପୃକ୍ତ ଅଭିଯୁକ୍ତକୁ  ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

Hot this week

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

ଆୟୁର୍ବେଦିକ ଏବଂ ହୋମିଓପାଥିକ୍ ପିଜି ଷ୍ଟାଇପେଣ୍ଡ୍‌ ବୃଦ୍ଧି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଭିନ୍ନ ସରକାରୀ...

Related Articles

Popular Categories