www.samajalive.in
Sunday, December 14, 2025
19.1 C
Bhubaneswar

୩ଦିନ ଧରି ସମଗ୍ର ବଡ଼ମ୍ବାଞ୍ଚଳ ଧୂଆଁମୟ, ଜଙ୍ଗଲ ନିଆଁ ଓ ଧୂଆଁରେ ଜନଜୀବନ ଦୁର୍ବିସହ – କାର୍ଯ୍ୟାନୁଷ୍ଠାନ ଦାବି  

ବଡ଼ମ୍ବା : ସକାଳୁ ସଞ୍ଜ ଯାଏଁ ଯେଉଁ ଆଡ଼େ ଆଖି ବୁଲାଇବ ଖାଲି ଧୂଆଁମୟ। ଚଳିତବର୍ଷ ଏତେ ମାତ୍ରାରେ ଜଙ୍ଗଲ ପୋଡ଼ି ହେଉଛି ଯେ ଧୂଆଁମୟ ପରିବେଶରେ ଦିନରେ ପାହାଡ଼ କି ଦୂର ଗାଁମାନ ଦୃଶ୍ୟମାନ ହେଉନାହିଁ। ଲଗାତର ୩ଦିନ ହେବ ଏହାର ପ୍ରଭାବରେ ସମଗ୍ର ବଡ଼ମ୍ବାଞ୍ଚଳ ଧୂଆଁମୟ ଅନୁଭୁତ ହୋଇଛି। ଏଭଳି ନିୟନ୍ତ୍ରଣହିନ ଜଙ୍ଗଲ ନିଆଁ ଓ ଧୂଆଁ କାରଣରୁ ଜନଜୀବନ ଦୁର୍ବିସହ ହେଉଥିବା ସାଧାରଣରେ ଅଭିଯୋଗ ହେଉଛି। ଅପରପକ୍ଷରେ ଏହି କାରଣରୁ ବନ୍ୟ ଜୀବଯନ୍ତୁ କିଭଳି କଲବଲ ହେଉଥିବେ ଏବଂ ମୂଲ୍ୟବାନ ଗଛସବୁ ଯେଭଳି ପୋଡ଼ିଜଳି ପାଉଁଶ ହେଉଛି ତାହାକୁ ନେଇ ମଧ୍ୟ ପରିବେଶ ପ୍ରେମୀ ଉଦ୍ବେଗ ପ୍ରକାଶ କରିଛନ୍ତି। ଘଟଣା ସମ୍ପର୍କରେ ଅନୁସଂଧାନ କରିବାରେ ଜଣାଯାଇଛି ଯେ ବଡ଼ମ୍ବା ବନାଞ୍ଚଳ ଅନ୍ତର୍ଗତ ପୂର୍ବଭାଗ ବଡ଼ଯୋରା ସଂରକ୍ଷିତ ଜଙ୍ଗଲରୁ କରଡ଼ା,ହଳଦିଆଶେଣୀ,ଜଗାବେହେରାଥଳି,ତରେଇଗଣ୍ଡା,ନାଗାତୋଟା ସମେତ ପଶ୍ଚିମ ସୀମାରେ ଥିବା ତଳଚନ୍ଦ୍ରଗିରି,ଚନ୍ଦ୍ରଗିରି ଆଦି ସଂରକ୍ଷିତ ଜଙ୍ଗଲ ସମୁହ ଏବେ ଅଗ୍ନିମୟ ଥିବା ବିଭାଗୀୟ ସୂତ୍ରରୁ ପ୍ରକାଶ। ବିଶେଷକରି ବନାଞ୍ଚଳର ଉତ୍ତରପାର୍ଶ୍ବ ସୀମାକୁ ଲାଗିକରିଥିବା ହିନ୍ଦୋଳ ଏବଂ ଢେଙ୍କାନାଳ ପଟୁ ନିଆଁ ଲାଗିଲେ ସେମଧ୍ୟ ବଡ଼ମ୍ବା ତଥା ନରସିଂହପୁର ଜଙ୍ଗଲକୁ ପ୍ରଭାବିତ କରିଥାଏ ଏବଂ ଏହି ବ୍ୟାପକ ଜଙ୍ଗଲପୋଡ଼ିକୁ ନିୟନ୍ତ୍ରଣ କରିବା ସେତେଟା ସହଜ ନୁହେଁ ବୋଲି ବନବିଭାଗର କର୍ମକର୍ତ୍ତାଙ୍କ ଠାରୁ ପ୍ରକାଶ।

ବନବିଭାଗ ସିମିତ କର୍ମଚାରୀ ଏବଂ ଅଗ୍ନିଶମ ବିଭାଗର ସାହାଯ୍ୟ ନେଇ  ଯଦିଓ କେତକ ସ୍ଥାନରେ ନିଆଁ ଉପରେ ନିୟନ୍ତ୍ରଣ ଆଣିବାକୁ ସକ୍ଷମ ହେଉଛନ୍ତି, ତେବେ ଦୁର୍ବୃତ୍ତଙ୍କ ପତ୍ତା ନମିଳିବା ଏବଂ ସେମାନଙ୍କ ଉପରେ ସେଭଳି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଅଭାବରୁ ଏହି ଘଟଣା ବେଳକୁ ବେଳ ବୃଦ୍ଧି ପାଉଥିବା ଦେଖାଯାଉଛି। ଅତିତରେ ଅର୍ଥାତ୍ ୧୦ବର୍ଷ ପୂର୍ବେ ବନବିଭାଗ ତରଫରୁ ଗ୍ରୀଷ୍ମ ଋତୁର ଯଥେଷ୍ଟ ପୂର୍ବରୁ ପତ୍ରଝଡ଼ା ଆରମ୍ଭ ହେଲେକି ଜଙ୍ଗଲ ନିଆଁ ନିୟନ୍ତ୍ରଣ ନେଇ ବ୍ୟାପକ ଜନସଚେତନ କରାଯାଉଥିଲା। ବିଶେଷକରି ଜଙ୍ଗଲପାଖ ଗ୍ରାମମାନଙ୍କରେ ଏହି ସଚେତନ କାର୍ଯ୍ୟକ୍ରମକୁ ତ୍ୱରାନିତ କରାଯାଇ ସ୍ଥିତି ଉପରେ ନିୟନ୍ତ୍ରଣ ରଖା ଯାଇପାରୁଥିଲା ଯାହାକି ଏବେ ସନ୍ତୋଷଜନକ ହେଉନଥିବା ଅନୁସଂଧାନରୁ ଜଣାଯାଇଛି। ସେହିଭଳି ଶିକାରୀମାନେ ଜାଣିଶୁଣି ଜଙ୍ଗଲରେ ନିଆଁ ଲଗାଇ ଏହାର ସୁଯୋଗ ନେଇ ଜନ୍ତୁ ଶିକାର କରିବା ଅନ୍ୟଏକ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ସେଥିପ୍ରତି ମଧ୍ୟ ଆବଶ୍ୟକ କଠୋର ଦୃଷ୍ଟି ଦେଲେ ହୁଏତ ନିଆଁ ଉପରେ ନିୟନ୍ତ୍ରଣ ରହିପାରନ୍ତା ବୋଲି ବୁଦ୍ଧିଜୀବୀମାନେ ମତପୋଷଣ କରନ୍ତି।  ସ୍ଥିତିକୁ ପରଖିଲେ ଏସବୁ ଦିଗରେ ବନବିଭାଗ ତରଫରୁ ବ୍ୟାପକ ଜନସଚେତନ କରାଯିବା ଜରୁରୀ ହୋଇଥିବା ବେଳେ ଏବେ ପାଣ୍ଠି ଅଭାବରୁ ଜଙ୍ଗଲପାଖ ଗ୍ରାମରେ ଥିବା ଭିଏସଏସ(ବନ ସୁରକ୍ଷା ସମିତି) ସବୁ ଏଦିଗରେ କାର୍ଯ୍ୟ କରିବାକୁ ଆଗ୍ରହପ୍ରକାଶ କରୁନଥିବା ଜଣାଯାଇଛି। ତେବେ ନିଆଁ ନିୟନ୍ତ୍ରଣ ନେଇ ପ୍ରତ୍ୟହ ଚେଷ୍ଟା ଜାରି ରହିଛି ଏବଂ ଏଥିପାଇଁ ଜନ ସହଯୋଗ ଅପରିହାର୍ଯ୍ୟ ବୋଲି ସ୍ଥାନୀୟ ବନାଞ୍ଚଳ ଅଧିକାରୀ ସରୋଜକୁମାର ମହାନ୍ତି କହିଛନ୍ତି। କେବଳ ଜଙ୍ଗଲ କାହିଁକି ନିଆଁ ଦାଉରେ ଜଙ୍ଗଲପାଖ ଅଞ୍ଚଳରେ କରିଥିବା ଅନେକ ଫାର୍ମହାଉସ ଏବଂ ଉଦ୍ୟାନବିତ୍‌ଙ୍କ ବଗିଚା ସମୁହରେ ମୂଲ୍ୟବାନ ଆମ୍ବ,କାଜୁ,ଶାଗୁଆନ ଗଛ ଆଦି ଏହି ଘଟଣାରେ ଜଳିଯାଇ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି। ଏହିସବୁ ଚାଷୀଙ୍କୁ ଆବଶ୍ୟକ କ୍ଷତିପୁରଣ ଯୋଗାଇଦେବା ଏବଂ ଜଙ୍ଗଲନିଆଁ ନିୟନ୍ତ୍ରଣ ଦିଗରେ ସରକାର ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହୋଇଛି।

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories