www.samajalive.in
Sunday, December 14, 2025
17.1 C
Bhubaneswar

ବଡମ୍ବା ମୋହନ ସୁବୁଦ୍ଧି ମହାବିଦ୍ୟାଳୟରେ ‘ନୂଆ-ଓ’ କାର୍ଯ୍ୟକ୍ରମ

ଡେସ୍କ : ରାଜ୍ୟ ସରକାରଙ୍କ ‘ନୂଆ-ଓ’ କାର୍ଯ୍ୟକ୍ରମ ଅଧୀନରେ  ବୁଧବାର ବଡମ୍ବା ମୋହନ ସୁବୁଦ୍ଧି ମହାବିଦ୍ୟାଳୟ ପରିସରରେ ଏକ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ତଥା ‘ନୂଆ-ଓ’ର ମୁଖ୍ୟ ସଂଗଠକ  ଡ଼. ଶୁଚିସ୍ମିତା ମହାନ୍ତିଙ୍କ ତତ୍ବାବଧାନରେ ଆୟୋଜିତ ଯୋଗ ଶିବିରରେ ଜାତୀୟ ସ୍ତରରେ ପ୍ରସିଦ୍ଧି ଲାଭ କରିଥିବା  ଯୋଗ  ଶିକ୍ଷକ ଆଚାର୍ଯ୍ୟ ଆଶୁତୋଷ ବଡମାଳୀ ମାନବ ଜୀବନରେ ଯୋଗର ଭୂମିକା ବିଷୟରେ କହିବା ସହିତ ବିଭିନ୍ନ ପ୍ରକାର ଯୋଗ ଆସନ ଓ ପ୍ରାଣାୟାମ ଶିଖାଇଥିଲେ। ବଡମ୍ବା ପଞ୍ଚାୟତ ସମିତିର ଅଧ୍ୟକ୍ଷା ସ୍ବର୍ଣ୍ଣଲତା ବେହେରା ଅନ୍ୟତମ ଅତିଥି ଭାବେ ଯୋଗ ଦେଇ​‌ ଜୀବନରେ ଯୋଗର ମହତ୍ବ ବିଷୟରେ କହିଥିଲେ। ଓଡ଼ିଆ ବିଭାଗର ମୁଖ୍ୟ ତଥା ସାମାଜିକ ସଚେତନତା କାର୍ଯ୍ୟକ୍ରମର ନୋଡାଲ ଅଧିକାରୀ ଅଧ୍ୟାପିକା ସରିତା ସାହୁ ସ୍ବାଗତ ଭାଷଣ ଦେଇଥିଲେ । ଅର୍ଥନୀତି ବିଭାଗର ମୁଖ୍ୟ ପ୍ରାଧ୍ୟାପକ ବିଶ୍ବନାଥ ପଟ୍ଟନାୟକ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ମାର୍ଗଦର୍ଶନ କରିଥିଲେ। ଅଧ୍ୟାପକ ଡ଼. ଅରବିନ୍ଦ ନାୟକ, ଅଧ୍ୟାପିକା ଡ଼. ପ୍ରିୟମ୍ବଦା ଦାଶ,  ପ୍ରଜ୍ଞା ପାରମିତା ମହାନ୍ତି, କ୍ୟାପଟେନ ସୁଧୀର ମହାରଣା, ଲକ୍ଷ୍ମୀଧର ପଣ୍ଡା, ଇତିହାସ ବିଭାଗର ଅଧ୍ୟାପକ ସୌମ୍ୟରଂଜନ ପରିଡା, ଇଂରାଜୀ ବିଭାଗ ମୁଖ୍ୟ  ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପ୍ରାୟ ୫୦୦ରୁ ଅଧିକ ଛାତ୍ରଛାତ୍ରୀ ଶିବିରରେ ଯୋଗାଭ୍ୟାସ କରିଥିଲେ । ଶେଷରେ ଇଂରାଜୀ ବିଭାଗ ଅଧ୍ୟାପକ ରାକେଶ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ।

- Advertisement -

ପରେ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ସାମାଜିକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories