www.samajalive.in
Sunday, December 7, 2025
26.1 C
Bhubaneswar

ନରସିଂହପୁର ବାଲିପୁଟରେ ଇକୋ-ରିଟ୍ରିଟ ସେବା

ବଡ଼ମ୍ବା : ମହାନଦୀ ଅବବାହିକାରେ ଅବସ୍ଥିତ କଟକ ଜିଲା ବଡ଼ମ୍ବା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଡ଼ମ୍ବା ତଥା ନରସିଂହପୁର ଭୂଖଣ୍ଡର ପ୍ରାକୃତିକ ବିଭବ ନଦୀ ଓ ନୀଳ ପର୍ବତ ଘେରା ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ। ଏ ଭିତରେ ରହିଛି ଅନେକ ପର୍ଯ୍ୟଟନସ୍ଥଳି ଯାହା କରୋନା କଟକଣା ସତ୍ୱେ ପର୍ଯ୍ୟଟକଙ୍କୁ ଶିଶିର ରାତି ଓ ଶୀତୁଆ ସକାଳରେ ଅପେକ୍ଷା କରିଛି। ବାନ୍ଧଶିଳ୍ପ ଏବଂ ହସ୍ତତନ୍ତ ସମେତ ବୌଦ୍ଧ ସଂସ୍କୃତି ଲାଗି ବଡ଼ମ୍ବା ବ୍ଲକ ଅନ୍ତର୍ଗତ ବିଶ୍ୱପ୍ରସିଦ୍ଧ ମାଣିଆବନ୍ଧ ଗ୍ରାମ,ଗୋପୀନାଥପୁରସ୍ଥିତ ଐତିହାସିକ ସିଂହନାଥ ପୀଠ ହେଉ କି ଶଶାଙ୍ଗ ନିକଟସ୍ଥ ମା ଭଟ୍ଟାରିକାଙ୍କ ଶକ୍ତିପୀଠ। ଖାରୋଡ଼ସ୍ଥିତ ମା ମହାକାଳୀଙ୍କ ପୀଠ ହେଉ ଅବା ଘଞ୍ଚ ବନାନୀ ଭିତରେ ଲୁଚିରହିଥିବା ଅନେକ ମନଲାଖି ବଣଭୋଜି ସ୍ଥାନ ନିଶ୍ଚନ୍ତ ଭାବେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିପାରିବ।

ସେହିଭଳି ନରସିଂହପୁର ବ୍ଲକ ଅନ୍ତର୍ଗତ ପଦାମାଳ ନିକଟସ୍ଥ ପ୍ରାଚୀନ ବାଣେଶ୍ୱରୀନାସୀ ଶୈବପୀଠ,କଇଁଛ ଦେଖିବାଲାଗି ଚମ୍ପେଶ୍ୱରସ୍ଥିତ ପ୍ରସିଦ୍ଧ ଚମ୍ପାନାଥ ଶୈବପୀଠ,ଓଲବସ୍ଥିତ ଦିଅଁଝର ଝରଣା,ଆରାଧ୍ୟା ଦେବୀ ମା ପ୍ରଗଳାଙ୍କ ପୀଠ ହେଉ ଅବା କମଳାଡିହ ନିକଟସ୍ଥ ବାଲିପୁଟର ଶାନ୍ତସ୍ନିଗ୍ଧ ମହାନଦୀ ବେଳାଭୂମି ପର୍ଯ୍ୟଟକଙ୍କୁ ଆକର୍ଷଣ କଲା ଭଳି ଅନ୍ୟତମ ପରିବେଶ ପର୍ଯ୍ୟଟନ କ୍ଷେତ୍ର ସମୁହ ରହିଛି। ପରିବେଶ ପର୍ଯ୍ୟଟନକୁ ଗୁରୁତ୍ୱ ଦେଇ ସରକାରଙ୍କ ପର୍ଯ୍ୟଟନ ବିଭାଗ ତରଫରୁ ଏହିସବୁ ସ୍ଥାନମାନଙ୍କରେ ଅନେକ ବିକାଶମୁଳକ କାର୍ଯ୍ୟ କରାଯାଇ ଏହାର ପାରିପାର୍ଶ୍ବିକ ସୌନ୍ଦର୍ଯ୍ୟ ବୃଦ୍ଧି କରାଯାଇଛି। ତେବେ ବି ଅନେକ କିଛି ଅଧିକ କରାଯିବାର ଆବଶ୍ୟକତା ରହିଥିବା ଅନୁସଂଧାନରୁ ଜଣାଯାଇଛି।

- Advertisement -

ଇତିମଧ୍ୟରେ ନରସିଂହପୁର ବ୍ଲକର ଶେଷମୁଣ୍ଡରେ ଥିବା ତଥା ସାତକୋଶିଆ ଅଭୟାରଣ୍ୟ ସୀମା ସଂଲଗ୍ନ ବାଲିପୁଟସ୍ଥିତ ମହାନଦୀ ବେଳାଭୂଇଁରେ ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରିବାଲାଗି ଆବଶ୍ୟଖ ଭିତ୍ତିଭୂମିର ବିକାଶ କରିବାକୁ ସ୍ଥାନୀୟ ବିଧାୟକ ଦେବୀପ୍ରସାଦ ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିବା ପ୍ରକାଶ। ବିଧାୟକ ଶ୍ରୀ ମିଶ୍ରଙ୍କ ସୂଚନାଅନୁଯାଇ ପରିବେଶ ପର୍ଯ୍ୟଟନର ବିକାଶଲାଗି ବାଲିପୁଟଠାରେ ଇକୋ ରିଟ୍ରିଟ (ତମ୍ବୁ ସେବା) ଖୋଲିବା ଲାଗି ସେ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କୁ ଅନୁରୋଧ କରିଥିବା କହିଛନ୍ତି। ସେହିଭଳି ବନବିଭାଗ ସହଯୋଗରେ ନରସିଂହପୁର ଓଲବ ନିକଟସ୍ଥ ଦିଅଁଝର ଝରଣାର ଆବଶ୍ୟକ କଳେବର ବୃଦ୍ଧି କରାଯିବ ଏବଂ ବଡ଼ମ୍ବା ପଟୁ ନରସିଂହପୁର ଡାବରଖୋଲ ଝରଣାକୁ ଗମନାଗମନର ସୁବିଧାଲାଗି ବ୍ୟବସ୍ଥା କରାଯିବ। ଜିଲା ପ୍ରଶାସନ ତରଫରୁ ଏ ଦିଗରେ ପ୍ରଶାସନିକ ଅନୁଧ୍ୟାନ ସରିଥିବା ଜଣାଯାଇଛି।

ସୂଚନାନୁଯାଇ ବଡ଼ମ୍ବା ଏବଂ ନରସିଂହପୁର ସୀମାସଂଲଗ୍ନ ଅଞ୍ଚଳରେ ଅବସ୍ଥିତ ଡାବରଖୋଲ ଝରଣାକୁ ବଡ଼ମ୍ବାର ନରେଇଜାନୀ ଡ୍ୟାମ ଏବଂ ଦାଣ୍ଡଖୁମ୍ବ ଦେଇ ନରସିଂହପୁର ଗୁପ୍ତମାଣିକ ଗ୍ରାମ ହୋଇ ଏହି ସ୍ଥାନକୁ ରାସ୍ତା କରାଯିବାନେଇ ସର୍ଭେ ଜାରି ରହିଥିବା ଜଣାଯାଇଛି। ସେହିଭଳି ବଡ଼ମ୍ବା ସିଂହନାଥଙ୍କ ପୀଠକୁ ସବୁଦିନିଆ ରାସ୍ତାଲାଗି ମହାନଦୀ ଉପରେ ନିର୍ମାଣାଧୀନ ସୁଉଚ୍ଚ ବ୍ରିଜ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଥିବା ବେଳେ ସେଠାରେ ଏବଂ ମା ଭଟ୍ଟାରିକାଙ୍କ ପୀଠରେ ଆଗନ୍ତୁକ ପର୍ଯ୍ୟଟକଙ୍କ ଲାଗି ବୋଟିଂ ବ୍ୟବସ୍ଥା କରିବା ଦିଗରେ ସରକାରଙ୍କ ପର୍ଯ୍ୟଟନ ବିଭାଗ ଅବଶ୍ୟକ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି। ଏସବୁକୁ ମୋଟମୋଟି ଦେଖିଲେ ଆଗାମୀ ପର୍ଯ୍ୟଟନ ଋତୁରେ ସାତକୋଶିଆ ସଂଲଗ୍ନ ନରସିଂହପୁର ବାଲିପୁଟ ଠାରୁ ବଡ଼ମ୍ବାର ମାଣିଆବନ୍ଧ ପର୍ଯ୍ୟନ୍ତ ଏକ ସୁନ୍ଦର ଟୁର ପ୍ୟାକେଜର ଆନନ୍ଦ ପର୍ଯ୍ୟଟକ ଉଠାଇପାରିବେ ବୋଲି ବିଭିନ୍ନ ମହଲରେ ଆଶାପ୍ରକାଶ କରାଯାଉଛି।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories