ପୁରୀ: ଆଡପ ପହଣ୍ଡି ବେଳେ ବଡ ଠାକୁର ବଳଭଦ୍ର ଖସିପଡିବା ଘଟଣାରେ ଶେଷରେ ମୁହଁ ଖୋଲିଛନ୍ତି ବଳଭଦ୍ରଙ୍କର ମୁଖ୍ୟ ବାଡଗ୍ରାହୀ ହଳଧର ଦାସ ମହାପାତ୍ର । ହଳଧର କହିଛନ୍ତି ଯେ, ଗୋଟିଏ ଦିନରେ ଗୁଣ୍ଡିଚା ଯାତ୍ରା , ନେତ୍ରୋତ୍ସବ ଏବଂ ନବଯୌବନ ଦର୍ଶନ ନୀତିକାନ୍ତି ଠିକ୍ ନୁହେଁ। ନୀତିକାନ୍ତିରେ ଭୁଲ୍ ହୋଇଛି। ଯେଭଳି ଭୋଗ ହେବା କଥା ତାହା ହୋଇନାହିଁ । ଗୋଟିଏ ଭୋଗରେ ଦୁଇଟି ଯାତ୍ରା ହୋଇଛି। ଗୁଣ୍ଡିଚା ଯାତ୍ରା ଦିନ ଭୋଗ ହୋଇନାହିଁ। ତେଣୁ ଠାକୁର ଉପାସରେ ଗଲେ। ନେତ୍ରୋତ୍ସବ ହୋଇନି, ଅଣସର ଘରୁ କିପରି ଆଜ୍ଞାମାଳ ଗଲା ବୋଲି ସେ ପ୍ରଶ୍ନ କରିଛନ୍ତି। ମହାପ୍ରଭୁ ଭୋକରେ ଥିବାରୁ ଅନିଷ୍ଠ ହେଲା ବୋଲି କହିଛନ୍ତି ହଳଧର। ସେପଟେ ହଳଧରଙ୍କ ପ୍ରତିକ୍ରିୟା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।
ବଡ଼ଠାକୁରଙ୍କ ନୀତିରେ ହୋଇଛି ବଡ଼ ବିଭ୍ରାଟ, ଭୋକରେ ଥିଲେ ମହାପ୍ରଭୁ: ବଳଭଦ୍ରଙ୍କ ମୁଖ୍ୟ ବାଡ଼ଗ୍ରାହୀ
Popular Categories



