www.samajalive.in
Monday, December 15, 2025
26.1 C
Bhubaneswar

ବଡ଼ବିଲ ଟ୍ରକ ମାଲିକ ସଂଘ ନିର୍ବାଚନ ଫଳାଫଳ ଘୋଷଣରେ ରୋକ ଲଗାଇଲେ ଉଚ୍ଚ ନ୍ୟାୟାଳୟ

ବଲାଣି : ବଡ଼ବିଲ ସ୍ଥିତ ଟ୍ରକ ମାଲିକ ସଂଘ ମାଇନିଙ୍ଗ ଏରିଆ ଟ୍ରକ ଅନର ଆସୋସିଏସନ (ମାଟୋଆ) ନିର୍ବାଚନ ଘଟଣା ନୂଆ ମୋଡ଼ ନେଇଛି । ଟ୍ରକ ମାଲିକ ତଥା ନିର୍ବାଚନ କମିଟିର ସଦସ୍ୟ ପ୍ରିୟବ୍ରତ ମହାପାତ୍ରଙ୍କ ଆବେଦନରେ ଉଚ୍ଚ ନ୍ୟାୟାଳୟ ଏକ ମଧ୍ୟକାଳୀନ ରାୟ ପ୍ରକାଶ କରି ଫଳାଫଳ ଘୋଷଣରେ ରୋକ ଲଗାଇଛନ୍ତି । ୧୯୭୧ ମସିହାରେ ଗଠିତ ହୋଇଥିବା ରାଜ୍ୟର ସର୍ବପୁରାତନ ବଡ଼ବିଲ ସ୍ଥିତ ଟ୍ରକ ମାଲିକ ସଂଘ ବିଭିନ୍ନ ପରିସ୍ଥିତି ଦେଇ ଗତି କରୁଥିବା ବେଳେ ଗତ କିଛି ବର୍ଷ ଧରି ଏହି ଟ୍ରକ ମାଲିକ ସଂଘରେ ଗୋଷ୍ଠୀ ବିବାଦ ଦେଖାଦେଇଛି । ଏହି ପରିସ୍ଥିତରେ ଗତ କିଛି ମାସ ଧରି ବିଭିନ୍ନ ପଦପଦବୀରେ ଥିବା ଟ୍ରକ ମାଲିକଙ୍କ ବିରୁଦ୍ଧରେ ଭ୍ରଷ୍ଟାଚାରର ଅଭିଯୋଗ ଆଣି ପଦପଦବୀକୁ ରଦ କରିବା ସହିତ ନୂତନ ପଦାଧିକାରୀଙ୍କୁ ନିର୍ବାଚନ କରିବାକୁ ଏକ ନିର୍ବାଚନ କମିଟି ଗଠନ କରାଯାଇଥିଲା। ଏନେଇ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଏହି ଟ୍ରକ ମାଲିକ ସଂଘରେ ପୁଲିସ ସୁରକ୍ଷା ଦେଇ ନିର୍ବାଚନ କରିବାକୁ ଜିଲା ପ୍ରଶାସନକୁ ନିର୍ଦେଶ ଦେଇଥିଲେ । ତେବେ ଚଳିତ ମାସ ୨୯ ତାରିଖରେ ନିର୍ବାଚନ ହେବାକୁ ଦିନ ଧାର୍ୟ୍ୟ କରିଥିଲା ଜିଲା ପ୍ରଶାସନ । ଏନେଇ ଟ୍ରକ ମାଲିକଙ୍କ ୩ଟି ଗୋଷ୍ଠୀ ନିର୍ବାଚନ ପ୍ରଚାର ଓ ନିଜର ଜିତାପଟକୁ ନେଇ ପ୍ରସ୍ତୁତି ଚଳାଇଥିବା ବେଳେ ଫଳାଫଳ ଉପରେ ମାନ୍ୟବର ଉଚ୍ଚ ନ୍ୟାୟଳୟଙ୍କ ମଧ୍ୟକାଳୀନ ରାୟକୁ ନେଇ ଟ୍ରକ ମାଲିକଙ୍କ ମଧ୍ୟରେ ଆଗାମୀ ସମୟକୁ ନେଇ ଉତ୍କଣ୍ଠା ଦେଖା ଦେଇଛି

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories