www.samajalive.in
Saturday, December 6, 2025
23.1 C
Bhubaneswar

ଜାଣନ୍ତୁ କେଉଁ ଉପାୟରେ ଗୃହରେ ମା’ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ହୋଇଥାଏ

ବହୁ ଲୋକଙ୍କ ଟଙ୍କାପଇସା ଜନିତ ସମସ୍ୟା ଲାଗି ରହିଥାଏ। ଏପରି ମଧ୍ୟ ବହୁ ସମୟରେ ଦେଖାଯାଏ, ଟଙ୍କାପଇସା ରୋଜଗାର ହେଉଥିଲେ ମଧ୍ୟ ଆଶାନୁରୂପକ ଭାବେ ସଞ୍ଚୟ ହୋଇ ପାରି ନଥାଏ। କିଛି ଉପାୟ ଆପଣେଇଲେ ମା’ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ହେବା ସହ ଏଭଳି ସମସ୍ୟା ଦୂର ହୋଇଥାଏ। ଜାଣନ୍ତୁ ….
ଯେଉଁ ଗୃହରେ ସର୍ବଦା ମହିଳାଙ୍କୁ ଉପଯୁକ୍ତ ସମ୍ମାନ ଦିଆଯାଏ, ଆଦର କରାଯାଏ ସେଠାରେ ମା’ଲକ୍ଷ୍ମୀଙ୍କ କୃପା ସବୁବେଳେ ରହିଥାଏ।
ପତି ସର୍ବଦା ପତ୍ନୀଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦାନ କରିବା ଉଚିତ। ଅଯଥାରେ ଘରେ କଳହ କରିବା ଉଚିତ ନୁହେଁ।
ଖାଲି ଗୁରୁବାର ନୁହେଁ ଶୁକ୍ରବାର ମଧ୍ୟ ମା’ଲକ୍ଷ୍ମୀଙ୍କ ବାର ଅଟେ। ଏହି ଦିନ ମା’ଲକ୍ଷ୍ମୀଙ୍କୁ ପୂଜା କଲେ ବିଶେଷ କୃପା ମିଳିଥାଏ।
ଗୃହରେ ବାସ୍ତୁ ଦୋଷ ରହିଲେ ମା’ଲକ୍ଷ୍ମୀ ଘରେ ରୁହନ୍ତି ନାହିଁ। ତେଣୁ ଯଥା ସମ୍ଭବ ଚେଷ୍ଟା କରନ୍ତୁ ଗୃହରୁ ବାସ୍ତୁ ଦୋଷ ଦୂର କରିବାକୁ। ବାସ୍ତୁ ନିୟମକୁ ପାଳନ କରିବା ଦ୍ୱାରା ମା’ଲକ୍ଷ୍ମୀ ସୁଖ, ସମ୍ପନ୍ନତା ଓ ଐଶ୍ୱର୍ଯ୍ୟ ପ୍ରଦାନ କରିଥାଆନ୍ତି।
ଯେଉଁ ମାନଙ୍କ ଜାତକରେ ଶୁକ୍ର ଗ୍ରହଙ୍କ ସ୍ଥିତି ମଜଭୂତ ରହିଥାଏ, ସେମାନଙ୍କ ଘରେ ମା’ଲକ୍ଷ୍ମୀ ନିଶ୍ଚୟ ବାସ କରିଥାଆନ୍ତି। ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ର ଗ୍ରହକୁ ସୁଖ-ସମୃଦ୍ଧିର ଗ୍ରହ କୁହାଯାଏ। ଶୁକ୍ରଙ୍କ ସ୍ଥିତି ଦୁର୍ବଳ ହେଲେ ଘରେ ସମସ୍ୟା ଲାଗି ରହିଥାଏ। ତେଣୁ ଗୃହରେ ମୟୂରପୁଚ୍ଛ ରଖନ୍ତୁ। ଏପରି କରିବା ଦ୍ୱାରା ଶୁକ୍ରଙ୍କ ଖୁବ ଶୁଭଫଳ ପ୍ରାପ୍ତି ହୋଇଥାଏ।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories