www.samajalive.in
Monday, December 8, 2025
20.1 C
Bhubaneswar

କ୍ରିସ୍ ଗେଲ୍ ଖେଳିବେନି ବାରବାଟୀ ଦିନକିଆ

କଟକ: ଡିସେମ୍ବର ୨୨ରେ ବାରବାଟୀ ଷ୍ଟାଡିୟମରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଦିବାରାତ୍ର ଦିନିକିଆ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜର ଓପ୍ନର କ୍ରିସ୍ ଗେଲ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ଓଡ଼ିଶାର କ୍ରିକେଟପ୍ରେମୀ ଅନାଇ ରହିଥିଲେ। ହେଲେ ଏହି ସିରିଜରୁ ଓହରି ଯାଇଛନ୍ତି ଗେଲ୍। ଭାରତ ଗସ୍ତରେ ଆସିବାକୁ ଥିବା ଦଳ ଘୋଷଣା ପୂର୍ବରୁ ଇଣ୍ଡିଜ୍ ମନୋନୟକାରୀ ଗେଲଙ୍କ ଯୋଜନା ଜାଣିବାର ପ୍ରୟାସ କରିଥିଲେ। ତେବେ ସେ ଜଣାଇଥିଲେ ଯେ ୨୦୧୯ରେ ବିଶ୍ରାମନେଇ ୨୦୨୦ ବିଷୟରେ ଯୋଜନା କରିବାକୁ ଚାହାଁନ୍ତି। ଭାରତ ଗସ୍ତରେ ୩ଟି ଲେଖାଏଁ ଟ୍ବେଣ୍ଟି୨୦ ଓ ଦିିନିକିଆ ସିରିଜ୍ ଲାଗି ରଜର ହାର୍ପର ନେତୃତ୍ବାଧୀନ ମନୋନୟନ କମିଟି ଇଣ୍ଡିଜ୍ ଦଳ ପ୍ରାୟ ମନୋନୟନ କରି ସାରିଛନ୍ତି। ଚଳିତ ସପ୍ତାହରେ ଦଳ ଘୋଷଣା କରାଯିବ।

ଗତ ସେପ୍ଟେମ୍ବରରେ ୪୦ ବର୍ଷ ପାର କରିଥିବା କ୍ରିସ୍ ଗେଲ୍ ଗତ ଅଗଷ୍ଟରେ ଶେଷଥର ପାଇଁ ଘରୋଇ ମାଟିରେ ଭାରତ ବିପକ୍ଷରେ ଦିନିକିଆ ମ୍ୟାଚ୍ ଖେଳିଥିଲେ। ଏହି ମ୍ୟାଚରେ ଗେଲ୍ ୪୧ ବଲରୁ ୫ଟି ଛକା ଓ ୮ଟି ଚୌକା ସହ ୭୨ ରନ୍ କରିଥିଲେ। ୧୦ ହଜାରରୁ ଅଧିକ ଦିନିକିଆ ରନ୍ ସ୍କୋର୍ କରି ସାରିଥିବା କ୍ରିସ୍ ଗେଲ୍ ବାରବାଟୀ ଷ୍ଟାଡିୟମ୍ରେ ମାତ୍ର ଗୋଟିଏ ଦିନିକିଆ ମ୍ୟାଚ୍ ଖେଳିଛନ୍ତି; ତାହା ପୁଣି ୧୩ ବର୍ଷ ତଳେ। ୨୦୦୭ ଜାନୁୟାରୀ ୨୪ରେ ଖେଳା ଯାଇଥିବା ଏହି ମ୍ୟାଚରେ ଗେଲ୍ ମାତ୍ର ୫ ରନ୍ କରି ଆଉଟ ହୋଇଥିଲେ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories